କଲ୍ୟାଣସିଂହପୁର ଲ୍ୟାମ୍ପ୍‌ସରେ ଦୁର୍ନୀତି ଅଭିଯୋଗ: ପରିଚାଳନା ନିର୍ଦ୍ଦେଶକଙ୍କୁ ଦାୟିତ୍ୱରୁ ହଟାଗଲା

ଗୁଣପୁର,୫।୫( ସୁଜାତା ପାଢ଼ୀ/ସଂକେତ ପାତ୍ର): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଲ୍ୟାମ୍ପ୍‌ସରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଛି। ଚାଷୀମାନଙ୍କ ଜମା ଟଙ୍କା ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ତ୍ରିପାଠୀ ହଡ଼ପ କରିଥିବା ଅଭିଯୋଗ ହୋଇଛି । ଶନିବାର ଏଆରସିଏସ୍‌ କାର୍ଯ୍ୟାଳୟ ଟିମ୍‌ ଚଢ଼ାଉ କରି ତଦନ୍ତ କରିଥିଲେ। ଲ୍ୟାମ୍ପ୍‌ସ ପକ୍ଷରୁ ବିଭିନ୍ନ କାମ ନାମରେ ମିଥ୍ୟା ଖର୍ଚ୍ଚ ଦର୍ଶାଇଯାଇଛି। କେଉଁଠି ପାଚେରୀ ନିର୍ମାଣ ତ କେଉଁଠି ମରାମତି କାମ ଦେଖାଇ ଟଙ୍କା ଉଠାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତଦନ୍ତ ବେଳେ ବ୍ୟାଙ୍କ ଜମା ଖାତା ଓ କ୍ୟାସ୍‌ବୁକ ମେଳ ଖାଉ ନ ଥିବାବେଳେ ହିସାବ ରକ୍ଷକଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରାସାଦ ତ୍ରିପାଠୀଙ୍କୁ ଦାୟିତ୍ୱରୁ ହଟାଯାଇ ଏରିଆ ମ୍ୟାନେଜର ସିଲା ନିରଞ୍ଜନଙ୍କୁ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।
ସେହିପରି ଚାଷୀମାନଙ୍କୁ ନିମ୍ନମାନର ସାର ଓ ବିହନ ବଣ୍ଟନ ସହିତ ମଣ୍ଡିରେ ଅନିୟମିତତା କରି ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଶନିବାର ଏହି ତଦନ୍ତ ସମୟରେ ଲ୍ୟାମ୍ପ ପରିଚାଳନା କମିଟି ସଭାପତି ଶଙ୍କର ହୁଇକା, ଉପସଭାପତି ପ୍ରମିଳା କାଡ୍ରାକା ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ। ଘଟଣାର ତଦନ୍ତ ଚାଲିଛି ଓ ତଦନ୍ତ ପରେ ଦୁର୍ନୀତି ହୋଇଥିବା ଏବଂ କେତେ ଟଙ୍କା ହୋଇଛି ତାର ତଥ୍ୟ ସାମ୍ନାକୁ ଆସିବ। ପ୍ରାରମ୍ଭିକ ସୂତ୍ରରୁ ଦୁର୍ନୀତିର ପରିମାଣ ୫୦ ଲକ୍ଷରୁ ଅଧିକା ହୋଇ ନ ଥିବା ଅନୁମାନ କରାଯାଇଛି I ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ମିଳିପାରିବ ବୋଲି ଡିଆରସିଏସ ଜନ୍ମେଜୟ ମହାପାତ୍ର ଓ କ୍ଷେତ୍ର ଅଧିକାରୀ ଜି. କୃଷ୍ଣମୂର୍ତ୍ତି ରାଓ କହିଛନ୍ତି। ଏ ନେଇ ଲ୍ୟାମ୍ପର ଖାତା ପାତ୍ର ଯାଞ୍ଚ ଚାଲିଛି ବୋଲି ସେ କହିଛନ୍ତି I
ସୂଚନାଯୋଗ୍ୟ, ଗତ ୧୩. ୪.୨୬ ଜିଲାସ୍ତରୀୟ ଜନ ଶୁଣାଣିରେ କେତେଜଣ ଚାଷୀ କଲ୍ୟାଣସିଂହପୁର ଲ୍ୟାମ୍ପସରେ ଦୁର୍ନୀତି ହେଉଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ନେଇ ତଦନ୍ତ ପାଇଁ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ତଦନ୍ତ ପାଇଁ ଡିଆରସିଏସ୍‌ ଜନ୍ମେଜୟ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେବା ପରେ ସେ ଲ୍ୟାମ୍ପକୁ ଆସି ତଦନ୍ତ ଆରମ୍ଭ କରିଥିଲେ। ଦୁର୍ନୀତିର ଚେର ଲମ୍ବିଥିବା ଜାଣି ପରିଚାଳନା କମିଟିର ସଭାପତି, ଉପ ସଭାପତି ଓ ସଦସ୍ୟମାନଙ୍କୁ ଏଆରସିଏସ ମହାପାତ୍ର ଚିଠି କରି ଲ୍ୟାମ୍ପକୁ ଡ଼କାଇଥିଲେ। ସମସ୍ତ ସଭ୍ୟ ଆସିବାପରେ ଟଙ୍କା କାରବାର ହୋଇଥିବା ପ୍ରମାଣପତ୍ର ଲ୍ୟାମ୍ପ ଏମ୍‌ଡି ତାରିଣୀପ୍ରସାଦ ତ୍ରିପାଠୀଙ୍କୁ ମାଗିବାରୁ କୌଣସି ପ୍ରମାଣ ଏ ଯାଏ ଦେଖାଇ ପାରିନଥିବାରୁ ସନ୍ଦେହରେ ବ୍ୟାଙ୍କ ଜମା ବହି ଓ ଦୈନଦିନ ଖାତା ଯାଞ୍ଚ କରାଯାଇଥିଲା। ଉକ୍ତ ଖାତାରେ ହିସାବ ରକ୍ଷକଙ୍କ ଅଜାଣତରେ ବ୍ୟାଙ୍କ ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଉଠିଯିବା ଦୈନିକ ଖାତାରେ ଲେଖା ନ ହେବା ଘଟଣା ସାମ୍ନାକୁ ଆସିଥିଲା। ସେହିଭଳି ପୂର୍ବରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଗ୍ରାଚ୍ୟୁଟି ଇପିଏଫ ଓ ସମସ୍ତ ଟଙ୍କା ଦୁଇ ଦୁଇ ଥର ହଡପ କଥା ମଧ୍ୟ ସାମ୍ନାକୁ ଆସିଥିଲା I


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?