ଭିନେଶ ଫୋଗଟ୍‌ଙ୍କୁ ନେଇ ଆସିଲା ବଡ଼ ଖବର, କୋର୍ଟ କହିଲେ…

ନୂଆଦିଲ୍ଲୀ,୧୧।୮: ଘୁଞ୍ଚିଲା ରେସଲର୍‌ ଭିନେଶ ଫୋଗଟ୍‌ଙ୍କ ପଦକ ଆବେଦନର ଶୁଣାଣି। ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବ କି ନାହିଁ ସେ ନେଇ ରବିବାର ରାତିରେ ରାୟ ଆସିବାର ଥିଲା। ମାତ୍ର ଶୁଣାଣି ଦିନକୁ ଘୁଞ୍ଚାଇ ଦିଆଯାଇଛି। ୫୦ କେଜି ରେସଲିଂ ଓଜନ ବର୍ଗରେ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ଭିନେଶଙ୍କ ସ୍ବର୍ଣ୍ଣ ପଦକ ଜିତିବା ଆଶା ଧୂଳିସାତ୍‌ ହୋଇଯାଇଥିବା ବେଳେ ସେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ।

ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ କୁସ୍ତିରେ ଭାରତ ସ୍ବର୍ଣ୍ଣ ପଦକ ଜିତିବ ବୋଲି ଆଶା କରାଯାଉଥିଲା। ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ଭିନେଶ ଇତିହାସ ସୃଷ୍ଟି କରିଥିଲେ। ମଙ୍ଗଳବାର ଭାରତୀୟ ତାରକା ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ମ୍ୟାଚ ପୂର୍ବରୁ ତାଙ୍କର ମାତ୍ର ୧୦୦ ଗ୍ରାମ ଓଜନ ବଢି ଯାଇଥିଲା। ଫଳରେ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା।

ତେବେ ଭିନେଶଙ୍କୁ ରୋପ୍ୟ ପଦକ ମିଳିବ କି ନେଇ ଏନେଇ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ ରାୟ ଦେବାର ଦିନକୁ ଘୁଞ୍ଚାଇ ଦେଇଛନ୍ତି। ରବିବାର ପରିବର୍ତ୍ତେ ୧୩ ତାରିଖ ଅର୍ଥାତ୍‌ ମଙ୍ଗଳବାର ଶୁଣାଣି କରାଯିବ ବୋଲି CASଙ୍କ ପକ୍ଷରୁ ସୂଚନା ମିଳିଛି। ୧୩ ତାରିଖ ରାତି ୯ଟା ୩୦ରେ ହେବ ଭିନେଶଙ୍କ ଶୁଣାଣି ହେବ ବୋଲି ଜଣାପଡିଛି।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭିନେଶଙ୍କ ଅଯୋଗ୍ୟତା ପରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ୟୁନାଇଟେଡ ୱାଲର୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)କୁ ଦାବି କରିଥିଲା ଯେ, ଭିନେଶଙ୍କୁ କିଛି ସମୟ ଦିଆଯାଉ। କିନ୍ତୁ ୟୁଡବ୍ଲ୍ୟୁଡବ୍ଲ୍ୟୁ ଆବେଦନ ସତ୍ତ୍ୱେ ଭିନେଶଙ୍କ ଅଯୋଗ୍ୟତା ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲା।
ଭିନେଶ ଅଯୋଗ୍ୟ ଘୋଷିତ ହେବା ପରେ ଗୁରୁବାର ଅବସର ଘୋଷଣା କରିଥିଲେ। ସେ ତାଙ୍କ ପୋଷ୍ଟ ରେ ଲେଖିଥିଲେ, ମୋ’ କୁସ୍ତି ମୋ’ଠାରୁ ଜିତିଗଲା, ମୁଁ ହାରିଗଲି, ମୋତେ କ୍ଷମା କରିବ, ତୁମର ସ୍ବପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ। ତାଙ୍କର ଏହି ଅବସର ଘୋଷଣା ପରେ ସମଗ୍ର ଭାରତବାସୀଙ୍କ ହୃଦୟ ଭାଙ୍ଗି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟି ତଳେ ଭୟଙ୍କର ଦୁର୍ଘଟଣା: ଏପଟେ  ପସିଲା ଲୁହା ଛଡ଼, ସେପଟେ ଛିଡ଼ିପଡ଼ିଲା ବିଦ୍ୟୁତ୍‌ ତାର   

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଲୁହା ଛଡ଼ ବୋଝେଇ ଟ୍ରକ...

ଜନଗଣନା କରିବାକୁ ଆସୁଥିବା ୩୦ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଅଲଗା ଦରମା ଦେବେ କି? ସତ ଜାଣିଲେ…

ନୂଆଦିଲ୍ଲୀ,୧୨।୧୨:ଆଗାମୀ 2027 ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟ 11,718 କୋଟିର ବଜେଟକୁ ଅନୁମୋଦନ କରିଛି। ଏଥିରେ ଉଲ୍ଲେଖନୀୟ ଯେ ଏହା ଭାରତର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

ଭାରତ ବିରୋଧରେ ପାକିସ୍ତାନର ନୂଆ ଚାଲ, ସହଯୋଗ କରୁଛି ଚାଇନା!

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଏସିଆର ସର୍ବପୁରାତନ ଆଞ୍ଚଳିକ ସଂଗଠନ ସାର୍କ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବିଷାକ୍ତ ବିବୃତ୍ତି ଆରମ୍ଭ କରିଛି। ପାକିସ୍ତାନର...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri