Posted inଖେଳ

ଭିନେଶଙ୍କ ଅବସର ପରେ ଏହି କୁସ୍ତି ଖେଳାଳିଙ୍କୁ ତିନି ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୮ା୮: ଅଲିମ୍ପିକ୍ ଗେମ୍ସ ସମୟରେ ଆଚରଣବିଧି ଉଲ୍ଲଂଘନ ପାଇଁ କୁସ୍ତି ଯୋଦ୍ଧା ଆନ୍ତିମ୍ ପଙ୍ଘାଲଙ୍କୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ(ଆଇଓଏ) ସ୍ୱର ତିନି ବର୍ଷ ପାଇଁ ବାସନ୍ଦ କରାଯାଇଛି। ଅନ୍ତିମ ପଙ୍ଘାଲ ପ୍ୟାରିସ ଅଲିମ୍ପିକ୍ସ ରେଲସିଂ ମହିଳା ୫୩କେଜିରେ ସେ ତୁର୍କୀର ୟେଟ୍‌ଗିଲ୍‌ ଜେନେପଙ୍କଠାରୁ ୦-୧୦ରେ ଶୋଚନୀୟ ପରାଜୟ ବରଣ କରିଥିଲେ। ୧୯ ବର୍ଷୀୟ ଅଲିମ୍ପିକ ପଦାର୍ପଣକାରୀ ରିପିଚେଜ୍‌ ଜରିଆରେ ପଦକ ଜିତିବେ ବୋଲି ଆଶା କରାଯାଉଥିଲା। ମାତ୍ର ଜେନେପ କ୍ୱାର୍ଟରଫାଇନାଲରେ ଜର୍ମାନୀର ଆନ୍ନିକା ଓ୍ବିଣ୍ଡେଲଙ୍କଠାରୁ ହାରିଯାଇଥିଲେ। ପ୍ୟାରିସ ଗେମ୍ସରେ ପଙ୍ଘାଲଙ୍କଠାରୁ ଭାରତ ଏକ ପଦକ ଆଶା କରୁଥିଲା।

ତେବେ ପ୍ୟାରିସରେ ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଭାରତୀୟ କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ ଓ ତାଙ୍କ ସପୋର୍ଟ ଷ୍ଟାଫ୍‌ ପ୍ୟାରିସରୁ ପ୍ରତ୍ୟର୍ପଣର ସମ୍ମୁଖୀନ ହୋଇଛନ୍ତି। ଖବର ଅନୁସାରେ ପ୍ୟାରିସ ଅଲିମ୍ପିକ୍ସ ମହିଳା ୫୩ କେଜି ଓପନିଂ ବାଉଟରେ ହାରିଯିବା ପରେ ପଙ୍ଘାଲ ଗେମ୍ସ ଭିଲେଜ ଛାଡ଼ି ଏକ ହେଟେଲକୁ ପଳାଇଥିଲେ, ଯେଉଁଠାରେ ତାଙ୍କ କୋଚ ଭଗତ ସିଂ ଓ ବିକାଶ ଅବସ୍ଥାନ କରୁଥିଲେ। ସେ ତାଙ୍କ ଭଉଣୀକୁ ତାଙ୍କ ସ୍ବୀକୃତିପତ୍ର ଦେଇଥିଲେ ଏବଂ ଗେମ୍ସ ଭିଲେଜକୁ ପଠାଇ ସେଠାରେ ଥିବା ତାଙ୍କ ଜିନିଷପତ୍ର ନେଇ ଆସିବାକୁ କହିଥିଲେ। ଭଉଣୀ ଜିତିଷ ପତ୍ର ନେଇ ଫେରୁଥିବା ବେଳେ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡ଼ିଥିଲେ। ଅପରପକ୍ଷରେ ଭଗତ ଓ ବିକାଶ କ୍ୟାବ୍‌ରେ ଗସ୍ତ କରି ଭଡ଼ା ଦେବାକୁ ମନା କରିବାରୁ ଡ୍ରାଇଭର ଜଣଙ୍କୁ ପୋଲିସକୁ ଡ଼କାଇବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri