ଗୋଟିଏ ଦିନରେ ଏକ ହଜାରରୁ ଉର୍ଦ୍ଧ ବୃକ୍ଷ ଲଗାଇଲେ ପ୍ରବାସୀ ଭାରତୀୟ

ରଣପୁର,୫।୮: ବୃକ୍ଷ ହିଁ ଜୀବନ ବୁକ୍ଷ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ ଏହାର ମୂଲ୍ୟ ବୋଧକୁ ହୃଦବୋଧ କରି ବିଦେଶରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ବୈଜ୍ଞାନିକ ଗୋଟିଏ ଦିନରେ ଏକ ହଜାରରୁ ଉର୍ଦ୍ଧ ବୃକ୍ଷ ରୋପଣ କରିଛନ୍ତି। ଏଥିରେ ତାଙ୍କୁ ତାଙ୍କ ପରିବାର ଲୋକ ସାହାଯ୍ୟ କରିଛନ୍ତି ଏହି ପ୍ରବାସୀ ପରିବାର ନିଜ ଜନ୍ନ ମାଟିକୁ ଆସି ରବିବାର ଗ୍ରାମରେ ବୃକ୍ଷ ରୋପଣ କାଯ୍ୟ କରିଛନ୍ତି ଏହାକୁ ନେଇ ଦୁଇଟି ପଞ୍ଚାୟତ ରଙ୍କଦେଉଳି ଏବଂ ଡମସାହିରେ ଭୁରି ଭୁରି ପ୍ରସଂସାର ପାତ୍ର ପାଲିଟିଛନ୍ତି।

ଡାକ୍ତର ପ୍ରସନ୍ନ କୁମାର ସାହୁ ରବିବାର ନୟାଗଡ଼ ଜିଲା ରଣପୁର ବ୍ଲକ ଡମସାହି ପଞ୍ଚାୟତର ରଙ୍କଦେଉଳି ଗ୍ରାମର ବିଭିନ୍ନ ସ୍ଥାନରେ ଚାରା ରୋପଣ କାଯ୍ୟକ୍ରମ କରିଥିଲେ। ସାରା ବିଶ୍ୱରେ ଜଳବାୟୁରେ ବିରାଟ ପରିବର୍ତନ ଯୋଗୁ ପରିବେଶ ଦୂଷିତ ହେବା ସହ ଜନଜୀବନ ପ୍ରତି ବିପଦ ସୁଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଗାଁ’ରେ ଗଛ ଲଗାଇବାକୁ ବିଦେଶ ତାଇୱାନରୁ ପରିବାର ସହ ଧାଇଁ ଆସିଛନ୍ତି।

ତାଇୱାନର ଏୱାନ ବ୍ୟଜ୍ଞାନିକ ପ୍ରସନ୍ନ କୁମାର ସାହୁ ସ୍ତ୍ରୀ ସୌଭାଗ୍ୟ ଲକ୍ଷ୍ମୀ ସାହୁ ଏବଂ ପୁଅ ପ୍ରତିଭାନ ସାଇସ୍ୱରୂପ(୧୭) ଙ୍କ ସହ ମିଶି ଗାଁ’ରେ ଏକ ହଜାରରୁ ଅଧିକ ଗଛ ନିଜ ଖଚ୍ଚ ରେ ଲଗାଇ ଥିଲା ବେଳେ ଆଗକୁ ଆଉ ପାଞ୍ଚ ହଜାରରୁ ଅଧିକ ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ଗ୍ରାମବାସୀମାନେ ମଧ୍ୟ୍ୟ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି। କେବଳ ଗଛ ଲଗାଇବା ନୁହେଁ ଗାଁ ଏବଂ ଆଖପାଖରେ ଗଛ ଲଗାଇବା ପାଇଁ ସଚେତନତା ସୁଷ୍ଟି କରିବା ପାଇଁ ମଧ୍ୟ୍ୟ ସେ କାଯ୍ୟକ୍ରମ କରୁଛନ୍ତି।

ରବିବାର ଡମସାହି ବିଦ୍ୟାଳୟ ପରିସରରେ ଛାତ୍ରୀ ଛାତ୍ର ଶିକ୍ଷକ ମନେ ମିଶି ବୃକ୍ଷ ରୋପଣ କରିଛନ୍ତି। ସେହିପରି ନିଜ ଗାଁ ରାଙ୍କଦେଉଳିର ବିଭିନ୍ନ ସଂଗଠନ ଏବଂ ଗ୍ରାମବାସୀ ମାନଙ୍କୁ ନେଇ ବିଦ୍ୟାଳୟ ପରିସର ସହିତ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାଯ୍ୟକ୍ରମ କରିଛନ୍ତି। ରାଙ୍କଦେଉଳି ଗ୍ରାମର ଡାକ୍ତର ପ୍ରସନ୍ନ କୁମାର ସାହୁ ତାଇୱନରେ ଦୀର୍ଘ ୨୩ ବର୍ଷ ହେଲେ ପ୍ରଫେସର ଏବଂ ଏୱାନ ବୈଜ୍ଞାନିକ ଭାବେ କାଯ୍ୟ କରି ଆସୁଛନ୍ତି ସେଠାରେ ସେ ଏବଂ ତାଙ୍କ ପରିବାର ବିଭନ୍ନ ସମୟରେ ବୃକ୍ଷରୋପଣ କାଯ୍ୟକ୍ରମ କରିବା ସହ ବେଳାଭୂମି ସଫେଇ ଆଦି କାଯ୍ୟ କରିଥାନ୍ତି।

ଅବସର ମିଳିବା ମାତ୍ରେ ନିଜ ଜନ୍ମମାଟି ଗାଁ’କୁ ଆସି ସେ ଗ୍ରାମବାସୀ ଏବଂ ଛୋଟ ଛୋଟ ପିଲାଙ୍କ ସହ ମିଶି ଗଛ ଲଗାଇବା ସହ ଗ୍ରାମ ପୋଖରୀ ନାଲ ସଫା କରିଥାନ୍ତି ପ୍ରସନ୍ନ ସାହୁଙ୍କ ପୁଅ ପ୍ରତିଭାନ ସାଇସୁରୂପ ତାଇୱନର ଆଇ. ବି.ଏଚ. ଏସ ସିନୁଛୁ ହାଇସ୍କୁଲ ୧୨ ଶ୍ରେଣୀର ଛାତ୍ର ହୋଇଥିଲେ ମଧ୍ୟ୍ୟ ସେଠାରେ ସେ ତିନି ବର୍ଷ ହେବ ଇକୋ ଗ୍ରୀନ ନାମରେ ଏକ କ୍ଳବ କରି ସହପାଠୀ ମାନଙ୍କୁ ନେଇ ପରିବେଶ ସୁରକ୍ଷା ଏବଂ ଵୁକ୍ଷ ରୋପଣ କାଯ୍ୟ କରିଆସୁଛନ୍ତି। ଏହି ଵୁକ୍ଷ ରୋପଣ କାଯ୍ୟ କ୍ରମରେ ଡମସାହି ହାଇସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ପୃର୍ବତନ ଶିକ୍ଷକ ଘନଶ୍ୟମ ଦଳବେହେରା ସ୍ଥାନୀୟ ସମାଜସେବୀ ସୁରେଶ କୁମାର ସାହୁ ଓ ଦୁଇଟି ପଞ୍ଚାୟତ ର ଗ୍ରାମବାସୀ ମନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri