Posted inଖେଳ

ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ଦେଖିବାକୁ ମିଳିବ ଅଦ୍ଭୁତ ଦୃଶ୍ୟ, ଷ୍ଟାଡିୟମ ବାହାରେ ହେବ…

ନୂଆଦିଲ୍ଲୀ,୨୨।୭: ଅଲିମ୍ପିକ୍ସ ୨୦୨୪ ଆୟୋଜନ କରିବାକୁ ଫ୍ରାନ୍ସର ରାଜଧାନୀ ପ୍ୟାରିସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥର କ୍ରିଡାର ଏହି ମହାକୁମ୍ଭରେ ବିଶ୍ୱର ୧୦ହଜାରରୁ ଅଧିକ ଆଥଲେଟ ଅଂଶଗ୍ରହଣ କରିବେ। ଜୁଲାଇ ୨୬ରେ ଉଦଘାଟନୀ ସମାରୋହରୁ ଅଲିମ୍ପିକ୍ସ ଆରମ୍ଭ ହେବ। ଏଥର ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଏହି ସମାରୋହ ଅଲିମ୍ପିକ ଇତିହାସର ଏକ ସ୍ମରଣୀୟ ମୁହୂର୍ତ୍ତ ହେବ। ପ୍ୟାରିସ ଅଲିମ୍ପିକ ଉଦଘାଟନୀ ସମାରୋହରେ ସମଗ୍ର ବିଶ୍ୱର ଆଖି ରହିବ ଏବଂ ଫ୍ରାନ୍ସ ଏହାକୁ ସ୍ବତନ୍ତ୍ର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛି।
ଏଥର ଅଲିମ୍ପିକ୍ସର ଉଦଘାଟନୀ ସମାରୋହ କୌଣସି ଷ୍ଟାଡିୟମରେ ଆୟୋଜିତ ହେବ ନାହିଁ। ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ସହରର ମଧ୍ୟଭାଗରେ ସେଇନ ନଦୀ କୂଳରେ ଅନୁଷ୍ଠିତ ହେବ। ଅଲିମ୍ପିକ ଗେମ୍ସ ଇତିହାସରେ ପ୍ରଥମ ଥର ପାଇଁ ଉଦଘାଟନୀ ସମାରୋହ କୌଣସି ଷ୍ଟାଡିୟମରେ ଅନୁଷ୍ଠିତ ହେବ ନାହିଁ।

ଅଲିମ୍ପିକ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ସମାରୋହ ଆୟୋଜନ କରାଯାଉଛି ଯାହାକୁ ଯଥାସମ୍ଭବ ଲୋକ ଦେଖିପାରିବେ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଉଦଘାଟନୀ ସମାରୋହ ଖେଳ ଇତିହାସରେ ସବୁଠାରୁ ବଡ ସମାରୋହ ହେବ, ଯେଉଁଥିରେ ପ୍ୟାରିସର ଲୋକ ତଥା ଫ୍ରାନ୍ସ ଏବଂ ବିଶ୍ୱର ପ୍ରଶଂସକମାନେ ଯୋଗଦେବେ। ଟିଭିରେ ଏହି ସ୍ବତନ୍ତ୍ର ଉଦଘାଟନୀ ସମାରୋହକୁ କୋଟି ଲୋକ ଦେଖିବେ। ସହରରେ ରଖାଯାଇଥିବା ୮୦ଟି ବଡ ପରଦା ଏବଂ ସ୍ପିକର ପ୍ୟାରିସକୁ ଆଲୋକିତ କରିବ। ୨୬ଜୁଲାଇରେ ଭାରତୀୟ ସମୟ ଅପରାହ୍ନ ୨ଟା ୩୦ରେ ଉଦଘାଟନୀ ସମାରୋହ ଆୟୋଜିତ ହେବ। ଅର୍ଥାତ୍‌ ଏହି ଖୋଲା ସମାରୋହ ୨୭ ଜୁଲାଇରେ ଭାରତରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri