Jio, Airtel ଏବଂ VI ର ସବୁଠୁ ଶସ୍ତା ପ୍ଳାନ୍; ଯେଉଁଥିରେ ଆକ୍ଟିଭ ରହିବ ସିମ

ମୁମ୍ବାଇ,୧୨।୭: ନିକଟରେ ଭାରତର ସମସ୍ତ ଟେଲିକମ କମ୍ପାନୀ ସେମାନଙ୍କର ରିଚାର୍ଜ ପ୍ଳାନ୍ ମୂଲ୍ୟ ବଢ଼ାଇଛନ୍ତି। ଚଳିତ ମାସ ଆରମ୍ଭରେ କମ୍ପାନୀ ଗୁଡ଼ିକ ନୂଆ ମୂଲ୍ୟ ଲାଗୁ କରିଛନ୍ତି। ପ୍ରାୟ ଅଢେଇ ବର୍ଷ ପରେ କମ୍ପାନୀଗୁଡ଼ିକ ରିଚାର୍ଜ ମୂଲ୍ୟ ବୃଦ୍ଧି କରିଛନ୍ତି। ଯାହା ସାଧାରଣ ଲୋକଙ୍କ ପାକେଟ ଉପରେ ପ୍ରଭାବ ପକାଇଛି।

ପ୍ରିପେଡ଼ ଏବଂ ପୋଷ୍ଟପେଡ଼ ଉଭୟ ପ୍ଳାନର ମୂଲ୍ୟ ବୃଦ୍ଧି କରାଯାଇଛି। ତେବେ ୨୮ ଦିନର ଭାଲିଡିଟି ପାଇଁ ଏହି ସବୁ ଶସ୍ତା ପ୍ଲାନ ରହିଛି।

ଜିଓ ଉପଭୋକ୍ତାଙ୍କୁ ୨୮ ଦିନ ପାଇଁ ୨୪୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ଏଥିରେ ୧ ଜିବି ଡାଟା ସହିତ ଅସୀମିତ କଲ୍, ୧୦୦ ଏସଏମଏସ ଏବଂ ଜିଓ ଆପ୍ ଗୁଡିକର ସବସ୍କ୍ରିପସନ ମିଳିବ। ତେବେ କମ୍ପାନୀର ପୋର୍ଟପୋଲିୟୋରେ ୧୮୯ ଟଙ୍କାର ପ୍ଲାନ ମଧ୍ୟ ରହିଛି, ଯେଉଁଥିରେ ୨୮ ଦିନ ପାଇଁ ଅସୀମିତ କଲ, ୨ଜିବି ଡାଟା ଏବଂ ୩୦୦ ଏସଏମଏସ ମିଳିବ।

ସେହିପରି ଏୟାରଟେଲ ୟୁଜର୍ସ ମାନଙ୍କୁ ୨୮ ଦିନର ସମୟସୀମା ପାଇଁ ୧୯୯ ଟଙ୍କାର ପ୍ଲାନ ଉପଲବ୍ଧ ଅଛି। ଏଥିରେ ୟୁଜର୍ସଙ୍କୁ ୨ ଜିବି ଡାଟା, ଅସୀମିତ କଲ ଏବଂ ୧୦୦ ଏସଏମଏସ ମିଳିବ। ଏୟାରଟେଲର ଏହି ପ୍ଳାନରେ ମୁକ୍ତ କଲର ଟ୍ୟୁନ ୱିଙ୍କ ମ୍ୟୁଜିକ ମଧ୍ୟ ମିଳୁଛି। କମ୍ପାନୀର ଦୈନିକ ୧ଜିବି ପ୍ଲାନ ୨୯୯ ମଧ୍ୟ ରହିଛି, ଯେଉଁଥିରେ ଗ୍ରାହକଙ୍କୁ କଲ ଏବଂ ଏସଏମଏସ ସୁବିଧା ମଧ୍ୟ ମିଳିବ।

ଭିଆଇ ଏହାର ଗ୍ରାହକମାନଙ୍କୁ ୨୮ ଦିନର ପ୍ଲାନ ୧୯୯ ଟଙ୍କାରେ ଦେଉଛି। ଏହି ପ୍ଳାନରେ ୟୁଜର୍ସଙ୍କୁ ଅସୀମିତ କଲ, ୩୦୦ ଏସଏମଏସ ସହିତ ୨ ଜିବି ଡାଟା ମଧ୍ୟ ମିଳିବ। ପୂର୍ବରୁ ଏହି ପ୍ଲାନ ୧୭୯ ଟଙ୍କାର ଆସୁଥିଲା ଏବଂ ଦୈନିକ ୧ ଜିବିର ପ୍ଲାନ ୨୯୯ ଟଙ୍କାର ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri