ଆଣବିକ ପ୍ଲାଣ୍ଟ ନିର୍ମାଣ: ସହାୟତା କରିବ ରୁଷିଆ

ମସ୍କୋ,୧୦ା୭: କ୍ଷୁଦ୍ର ଆଣବିକ ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ରୁଷିଆ ଭାରତକୁ ସହାୟତା ଯୋଗାଇଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆଟମ୍‌ ପାଭିଲିଅନ୍‌ ପରିଦର୍ଶନ କରିବା ଅବସରରେ ରୋସାଟମ୍‌ ଷ୍ଟେଟ୍‌ ଆଟମିକ୍‌ ଏନର୍ଜି କୋଅପରେଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଆଲେକ୍ସି ଲିଖାଚେଭ୍‌ ଏହା କହିଛନ୍ତି। ମୋଦିଙ୍କ ମସ୍କୋ ଗସ୍ତ ଅବସରରେ ବାଣିଜ୍ୟ, ଜଳବାୟୁ ଏବଂ ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ଲାଗି ୨ ଦେଶ ମଧ୍ୟରେ ମଙ୍ଗଳବାର ୯ଟି ବୁଝାମଣାପତ୍ର ଓ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ରୁଷିଆ ଏବଂ ଭାରତର ଦୂରପ୍ରାଚ୍ୟ ଅଞ୍ଚଳ ମଧ୍ୟରେ ବାଣିଜ୍ୟ ଓ ମିଳିତ ପୁଞ୍ଜିନିବେଶ ପ୍ରକଳ୍ପକୁ ଆଗକୁ ବଢ଼ାଇବାରେ ଏହା ସହାୟକ ହେବ। ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ ୧୦୦ ବିଲିୟନ ଡଲାରକୁ ବଢ଼ାଇବା ପାଇଁ ୨ ଦେଶ ସହମତ ହୋଇଛନ୍ତି। ରୁଷୀୟ କମ୍ପାନୀଗୁଡ଼ିକ ଭାରତୀୟ ବଜାରରେ ପୁଞ୍ଜିନିବେଶ କରିବା ଦ୍ୱାରା ନିବେଶ ସହଯୋଗ ବଢ଼ିବ ବୋଲି ଜଏଣ୍ଟ ଇନ୍‌ଭେଷ୍ଟମେଣ୍ଟ ପ୍ରମୋଶନ ଫ୍ରେମ୍‌ଓ୍ବାର୍କ ଏଗ୍ରିମେଣ୍ଟରେ କୁହାଯାଇଛି। ସେହିପରି ଜଳବାୟୁ ପରିବର୍ତ୍ତନ ଏବଂ ଅଙ୍ଗାରକାମ୍ଳ ନିର୍ଗମନ କମାଇବା ପ୍ରସଙ୍ଗରେ ଭାରତର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ରୁଷିଆ ଫେଡେରେଶନର ଆର୍ଥତ୍କ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ମେରୁ ଅଞ୍ଚଳରେ ଗବେଷଣା ଓ ଲଜିଷ୍ଟିକ୍‌ରେ ସହଯୋଗ ପାଇଁ ଭାରତର ନ୍ୟାଶନାଲ ସେଣ୍ଟର ଫର୍‌ ପୋଲାର ଆଣ୍ଡ୍‌ ଓସନ ରିସର୍ଚ୍ଚ ଏବଂ ରୁଷିଆର ଆର୍କ୍ଟିକ୍‌ ଆଣ୍ଡ ଆଣ୍ଟାର୍କଟିକ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟରେ ଏମ୍‌ଓୟୁ ହୋଇଛି।
ରୁଷିଆ ସହ ଭାରତର ସମ୍ପର୍କକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହୃଦୟଭରା ସମର୍ଥନ ଜଣାଇଛନ୍ତି। ରୁଷିଆ ଭାରତର ସବୁଦିନିଆ ବନ୍ଧୁ ବୋଲି ମୋଦି କହିଛନ୍ତି। ଗତ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନେତୃତ୍ୱରେ ଦୁଇଦେଶର ସମ୍ପର୍କ ସୁଦୃଢ଼ ହୋଇଛି। ସେଥିପାଇଁ ମୋଦି ପୁଟିନ୍‌ଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ମସ୍କୋରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ପାରସ୍ପରିକ ଆସ୍ଥା ଓ ସମ୍ମାନର ଦୃଢ଼ ପିଲାର ଉପରେ ଭାରତ-ରୁଷିଆ ସମ୍ପର୍କ ଗଢ଼ିଉଠିଛି। ଏହି ସମ୍ପର୍କ ବହୁବାର ସମୟର କଷଟିରେ ପରୀକ୍ଷିତ ହେବା ସହ ପ୍ରତିଥର ଅଧିକ ସୁଦୃଢ଼ ହୋଇଛି। ୟୁକ୍ରେନ୍‌ ଯୁଦ୍ଧକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ରୁଷୀୟ ନେତାଙ୍କୁ ଏକଘରକିଆ କରିବାକୁ ଉଦ୍ୟମ ଚଳାଇଥିବାବେଳେ ରୁଷିଆ ସହ ବନ୍ଧୁତ୍ୱ ଓ ପୁଟିନ୍‌ଙ୍କ ନେତୃତ୍ୱକୁ ମୋଦିଙ୍କ ଉଚ୍ଚ ପ୍ରଶଂସା ଚର୍ଚ୍ଚାର ବିଷୟ ହୋଇଛି। ଏବେ ବିଶ୍ୱ ପ୍ରଭାବ ନୁହେଁ ଏକତ୍ର ହେବା ଆବଶ୍ୟକ କରେ, ଯେଉଁ ବାର୍ତ୍ତା ଭାରତଠାରୁ କେହି ଅଧିକ ଭଲ ଭାବେ ଦେଇପାରିବେ ନାହିଁ ବୋଲି ମୋଦି କହିଛନ୍ତି।
ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଗଣମାଧ୍ୟମକୁ ସମ୍ବୋଧନ କଲାବେଳେ ଭାରତ-ରୁଷିଆ ବାଣିଜି୍ୟକ ସମ୍ପର୍କ ବିଶେଷ କରି ଇନ୍ଧନ ଟ୍ରେଡ୍‌କୁ ମୋଦି ପ୍ରଶଂସା କରିଥିଲେ। ବିଶ୍ୱ ଇନ୍ଧନ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ରୁଷିଆ ଭାରତର ଏହି ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହୋଇଛି। ଏହା ଭାରତୀୟଙ୍କୁ ଇନ୍ଧନ ଅଭାବ ଓ ଦରଦାମ୍‌ ବୃଦ୍ଧିରୁ ରକ୍ଷା କରିଛି। ପାଶ୍ଚାତ୍ୟ ଚାପ ସତ୍ତ୍ୱେ ଭାରତ ରୁଷିଆରୁ କ୍ରମାଗତ ଭାବେ ତୈଳ କିଣିଚାଲିଛି। ଭାରତ-ରୁଷିଆ ଇନ୍ଧନ ଚୁକ୍ତି ଅନ୍ତର୍ଜାତୀୟ ବଜାରରେ ସ୍ଥିରତା ଆଣିବାରେ ବଡ଼ ଭୂମିକା ନେଇଥିବା ବିଶ୍ୱ ଗ୍ରହଣ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଯୁବକ, ଅଗରୁ ଜଗି ରହିଥିଲେ ଦୁର୍ବୃତ୍ତ: ପେଟରେ ଛୁରି ପୁରାଇ …

ଆସିକା,୧୧।୧୨(ସୁରେନ୍ଦ୍ରନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗବନଳା-ଅତରଙ୍ଗ ରାସ୍ତା ତତରାନାଳ ନିକଟରେ ଜଣେ ଯୁବକଙ୍କୁ ସଙ୍ଘ ବଧ୍ୟ ଆକ୍ରମଣ ହୋଇଛି। ଦୁର୍ବୃତ୍ତ ଛୁରିରେ...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି...

୨୦୨୭ ଯାଏ ଏହି ରାଶି ପାଇଁ କାଳ? ପିଛା ଛାଡିବେ ନାହିଁ ଶନି, ପଡିବ ଖରାପ ପ୍ରଭାବ…

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି  ଏନେଇ ବିଭିନ୍ନ ଜ୍ୟୋତିଷ ବିସାରଦ ବିଭିନ୍ନ ଗ୍ରହ ନକ୍ଷତ୍ରର ଚାଲିକୁ ଦେଖି ନୂଆ ବର୍ଷର ଭବିଷ୍ୟବାଣୀ କରିବା ଜାରି ରଖିଛନ୍ତି  ଏହାରି ମଧ୍ୟରେ ଶନିଙ୍କ ଚାଲି ଯୋଗୁଁ ନୂଆ ବର୍ଷରେ ଉପୁଜିବାକୁ ଥିବା ବିପଦ ପ୍ରାୟ ସମସ୍ତ ରାଶିର ବ୍ୟକ୍ତି ବିସେଷଙ୍କ ଧ୍ୟାନ ଆକର୍ଷଣ କରିଛି । ଜ୍ୟୋତିଷ ଗଣନା ଅନୁସାରେ ୨୦୨୬ ମସିହାରେ ଶନିଙ୍କର କୈଣସି ଗୋଚର ଚାଲି ନାହିଁ । ଏଣୁ ୨୦୨୫ ଭଳି ୨୦୨୬ରେ ମଧ୍ୟ ମେଷ, କୁମ୍ଭ ଓ ମୀନ ରାଶିରେ ଶନିଙ୍କ ସାଢେ ସାତ ଚାଲି ଜାରି ରହିବ । ଏହି ସାଢେ ସାତ ଚାଲିର ପ୍ରଥମ ସୋପାନ ମେଷ ରାଶିରେ, ତୃତୀୟ ସୋପାନ କୁମ୍ଭ ରାଶିରେ ଓ ଦ୍ୱିତୀୟ ସୋପାନ ମୀନ ରାଶିରେ ସଂଗଠିତ ହେବାକୁ ଯାଉଛି ।  ମୀନ ରାଶିରେ ଶନିଦେବଙ୍କ ସାଢେ ସାତ ଚାଲିର ଦ୍ୱିତୀୟ ସୋପାନ ରହୁଥିବାରୁ ଏହି ରାଶିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଚାକିରି, ବ୍ୟବସାୟ ଓ କ୍ୟାରିୟର କ୍ଷେତ୍ରରେ ବଡ ବାଧା ଉପୁଜିବ । ବାରମ୍ୱାର ଅସପଳତା ଯୋଗୁଁ ମନ ସର୍ବଦା ନିରାଶ ରହିବ । ଏହାଛଡା ଆପଣ ମାନସିକ ଚାପ ଅନୁଭବ କରିପାରନ୍ତି । ସଫଳତା ପାଇଁ ଅପଣଙ୍କୁ ଅବଶ୍ୟକତାଠୁ ଢେର ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ମାମଲାରେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିବ । ଆପମଙ୍କ ଲାଭ ତଥା ଆୟ ତଲମୁହାଁ ହେବ । ଆପମଙ୍କର ଖର୍ଚ୍ଚ ବଢିବା ସହ ସଞ୍ଚୟର ପରିମାଣ କମିକମି ଯିବ । ଏହାଛଡା ଆପଣ ବିଭିନ୍ନ ସ୍ଥାନରେ କରିଥିବା ନିବେଶ ବୁଡିଯିବାର ଆଶଙ୍କା ମଧ୍ୟ ରହିଛି ।

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri