ଭାରତରେ ନାଇଟ୍ରସ୍‌ ଅକ୍ସାଇଡ୍‌ ନିର୍ଗମନ

ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟ ସଂସ୍ଥା ନିକଟରେ ଅଧ୍ୟୟନ କରି ପ୍ରକାଶ କରିଛି ଯେ, ପୃଥିବୀରେ ବାୟୁମଣ୍ଡଳକୁ ନାଇଟ୍ରସ ଅକ୍ସାଇଡ୍‌ର ଉତ୍ସର୍ଜନରେ ଭାରତ ହେଉଛି ଦ୍ୱିତୀୟ। ଏହାପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଗ୍ୟାସ୍‌ କ’ଣ ଓ ଏହାର ଗୁରୁତ୍ୱକୁ ଏଠାରେ ଆଲୋଚନା କରିବା।
ନାଇଟ୍ରସ୍‌ ଅକ୍ସାଇଡ୍‌ ହେଉଛି ଗୋଟିଏ ଗନ୍ଧହୀନ, ରଙ୍ଗହୀନ ଓ ଅଦହନୀୟ ଗ୍ୟାସ୍‌। ଏହା ଜଳରେ ଦ୍ରବୀଭୂତ। ଦନ୍ତ ଚିକିତ୍ସକମାନେ ରୋଗୀକୁ ନିଶ୍ଚେତ କରିବା ପାଇଁ ଏହାକୁ ବେଳେବେଳେ ବ୍ୟବହାର କରିଥାଆନ୍ତି। ଏହାକୁ ଆଘ୍ରାଣ କଲେ ଜଣେ ଅନିଚ୍ଛାକୃତ ଭାବେ ମଧ୍ୟ ଆନନ୍ଦରେ ବିଭୋର ହୋଇଯାଏ। ଏଣୁ ଏହା ‘ହସ ଗ୍ୟାସ୍‌’ ଭାବରେ ଜଣା। କିନ୍ତୁ ଏହି ଗ୍ୟାସ୍‌ ଅନ୍ୟଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛି ଏବଂ ପରିବେଶବିତ୍‌ମାନଙ୍କର ମୁଣ୍ଡବ୍ୟଥାର କାରଣ ହୋଇଛି। ଏହା ହେଉଛି ଗୋଟିଏ ସବୁଜଗୃହ ଗ୍ୟାସ୍‌। ଅନ୍ୟ ସବୁଜଗୃହ ଗ୍ୟାସ୍‌ ଯଥା-ଅଙ୍ଗାରକାମ୍ଳ ଓ ମିଥେନ୍‌ ଭଳି ଏହା ଜାଗତିକ ଉଷ୍ଣତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନର କାରଣ ହୋଇଛି। ଏହା ପୃଥିବୀର ବାୟୁମଣ୍ଡଳରେ ଟ୍ରାପୋସ୍ପିୟରରେ ସବୁଜଗୃହ ଗ୍ୟାସ୍‌ ଭାବରେ କାର୍ଯ୍ୟ କରୁଥିବା ବେଳେ ଷ୍ଟ୍ରାଟୋସ୍ପିୟରରେ ଏହା ଓଜନ ସ୍ତର କ୍ଷୟ କରିଥାଏ। ପୃଥିବୀରେ ମୋଟ ସବୁଜଗୃହର ଗ୍ୟାସ୍‌ ଉତ୍ସର୍ଜନରେ ୬% ହେଉଛି ନାଇଟ୍ରସ୍‌ ଅକ୍‌ସାଇଡ୍‌। ୧୦୦ ବର୍ଷ ମଧ୍ୟରେ ଏହା ଅଙ୍ଗାରକାମ୍ଳ ଅପେକ୍ଷା ହେଉଛି ୨୭୩ ଗୁଣ କ୍ଷତିକାରକ। ମାତ୍ର ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଅନେକ ଶହ ବର୍ଷ ପର୍ଯ୍ୟନ୍ତ ରହିପାରୁଥିବା ବେଳେ ଏହା ୧୧୪ ବର୍ଷ ପର୍ଯ୍ୟନ୍ତ ରହିଥାଏ।
ସମଗ୍ର ପୃଥିବୀରେ ୪୦% ନାଇଟ୍ରସ୍‌ ଅକ୍ସାଇଡ୍‌ ଉତ୍ସର୍ଜନ ହେଉଛି ମନୁଷ୍ୟକୃତ ଏବଂ ଅବଶିଷ୍ଟ ହେଉଛି ପ୍ରାକୃତିକ। ଏହା କୃଷି, ପରିବହନ, ଶିଳ୍ପ ଓ ଅନ୍ୟ କେତେକ କାର୍ଯ୍ୟକଳାପର ବାୟୁମଣ୍ଡଳରୁ ନିର୍ଗତ ହୋଇଥାଏ। ମୃତ୍ତିକା ଚାଷ ହେଉଛି ଏହାର ଏକ ବଡ଼ ଉତ୍ସ। ଏହାବ୍ୟତୀତ ସାଂଶ୍ଳେଷିକ ଓ ଜୈବିକ ସାର ଦ୍ୱାରା ଏବଂ କୃଷିଜାତ ପଦାର୍ଥର ଅବଶେଷକୁ ଜାଳିବା ଦ୍ୱାରା ଏହା ନିର୍ଗତ ହୋଇଥାଏ। ଯାନବାହନରେ ପେଟ୍ରୋଲ ଓ ଡିଜେଲ ଦହନ ଯୋଗୁଁ ଏହା ବାୟୁମଣ୍ଡଳକୁ ଯାଇଥାଏ। କେତେକ ରାସାୟନିକ ପଦାର୍ଥ ଯଥା: ନାଇଟ୍ରିକ୍‌ ଅମ୍ଳ ଓ ଏଡପିକ୍‌ ଅମ୍ଳ ଉତ୍ପାଦନ ସମୟରେ ଏହା ଉତ୍ପନ୍ନ ହୋଇଥାଏ। ମାଟି ଓ ସମୁଦ୍ରରେ ବ୍ୟାକ୍ଟେରିଆ ଯୋଗୁ ଏହା ସୃଷ୍ଟି ହୋଇଥାଏ। ଯବକ୍ଷାରଜାନ ଚକ୍ର ସହିତ ସଂଶ୍ଳିଷ୍ଟ ଅନେକ ଉତ୍ସରୁ ପ୍ରାକୃତିକ ଭାବେ ଏହା ନିର୍ଗତ ହୋଇଥାଏ। ଯବକ୍ଷାରଜାନ ଚକ୍ର ହେଉଛି ବାୟୁମଣ୍ଡଳ, ଉଦ୍ଭିଦ, ପ୍ରାଣୀ ଏବଂ ଜଳ ଓ ମାଟିରେ ରହୁଥିବା ସୂକ୍ଷ୍ମ ଜୀବଗୁଡ଼ିକ ମଧ୍ୟରେ ଯବକ୍ଷାରଜାନର ପ୍ରାକୃତିକ ସଞ୍ଚଳନ।
ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ମନୁଷ୍ୟକୃତ ନାଇଟ୍ରସ୍‌ ଅକ୍‌ସାଇଡ ଉତ୍ସର୍ଜନ ଯୋଗୁ ଜାଗତିକ ଉଷ୍ଣତା ବୃଦ୍ଧି ୦.୧ ଡିଗ୍ରୀ ହେଉଛି। ୧୯୮୦ରୁ ୨୦୨୦ ମସିହା ମଧ୍ୟରେ ଏହାର ଉତ୍ସର୍ଜନ ୪୦% ବୃଦ୍ଧି ପାଇଛି। ଏହାର ଅଧିକ ଉତ୍ସର୍ଜନକାରୀ ଦେଶଗୁଡ଼ିକ ହେଉଛି ଚାଇନା (୧୬.୭%), ଭାରତ (୧୦.୯%), ଯୁକ୍ତରାଷ୍ଟ ଆମେରିକା (୫.୭%), ବ୍ରାଜିଲ (୫.୩%) ଏବଂ ରୁଷିଆ (୪.୬%)। ମାତ୍ର ଜଣଙ୍କ ପିଛା ଉତ୍ସର୍ଜନରେ ଭାରତ ପାଇଁ ଏହା ୦.୮ କିଗ୍ରା ଥିବା ବେଳେ ଚାଇନା ପାଇଁ ୧.୩, ଆମେରିକା ପାଇଁ ୧.୭, ବ୍ରାଜିଲ ପାଇଁ ୨.୫ ଏବଂ ରୁଷିଆ ପାଇଁ ୩.୩ କିଗ୍ରା ଅଛି। ରିପୋର୍ଟରେ ପୁନଶ୍ଚ ପ୍ରକାଶ ପାଇଛି ଯେ, ଗତ ଦଶନ୍ଧିରେ ନିର୍ଗତ ସମୁଦାୟ ନାଇଟ୍ରସ ଅକ୍ସାଇଡ୍‌ ୭୪% କୃଷି କ୍ଷେତ୍ରରୁ ଆସିଛି ଏବଂ ବିଶେଷଭାବେ ଯବକ୍ଷାରଜାନ ସାର ଓ ଜୈବିକ ସାରରୁ ଏହା ନିର୍ଗତ ହୋଇଛି। ୧୯୮୦ ମସିହାରେ ପୃଥିବୀରେ ୬୦ ନିୟୁତ ମେଟ୍ରିକ ଟନ୍‌ ଯବକ୍ଷାରଜାନ ବ୍ୟବହୃତ ହୋଇଥିବା ବେଳେ ୨୦୨୦ ମସିହାରେ ଏହା ୧୦୧ ନିୟୁତ ମେଟ୍ରିକ ଟନ୍‌ରେ ପହଞ୍ଚତ୍ଛି। ୨୦୨୨ ମସିହାରେ ବାୟୁମଣ୍ଡଳରେ ନାଇଟ୍ରସ୍‌ ଅକ୍‌ସାଇଡ୍‌ର ପରିମାଣ ୩୩୬ ପି.ସି.ବି. (ଏକ ପି.ସି.ବି. ହେଉଛି ବିଲିୟନ ବା ଏକ ଶହ କୋଟିର ଏକ ଭାଗ)ରେ ପହଞ୍ଚତ୍ଛି ଏବଂ ଏହା ହେଉଛି ଶିଳ୍ପ ସଭ୍ୟତା ଆରମ୍ଭ ସମୟର (୧୮୫୦ ମସିହା)ର ପରିମାଣଠାରୁ ୨୫ ପ୍ରତିଶତ ଅଧିକ।
ଭାରତରେ ସମୁଦାୟ ନାଇଟ୍ରସ୍‌ ଅକ୍ସାଇଡ୍‌ ନିର୍ଗତର ୮୫.୬% କୃଷିରୁ ଆସୁଛି। ଅନ୍ୟ ଦେଶରେ ଏହାର ଅନ୍ୟାନ୍ୟ ଉତ୍ସଗୁଡ଼ିକ ହେଉଛି ଶକ୍ତି ଉତ୍ପାଦନ (୭.୭%), ଔଦ୍ୟୋଗିକ ପ୍ରକ୍ରିୟା (୧.୧%), ଭୂମି ବ୍ୟବହାର (୦.୩%) ଏବଂ ଆବର୍ଜନା (୫.୨%)। ଭାରତ ସରକାର ନାଇଟ୍ରିକ ଅକ୍ସାଇଡ୍‌୍‌ ନିର୍ଗତକୁ ହ୍ରାସ କରିବା ପାଇଁ କେତେକ ପଦକ୍ଷେପ ନେଇଛନ୍ତି। ୟୁରିଆ ସାର ଏହି ଗ୍ୟାସ୍‌ ଉତ୍ସର୍ଜନର ମୁଖ୍ୟ ଉତ୍ସ ହୋଇଥିବାରୁ ସରକାର ଦେଶରେ ନିମ ଆବରଣ ଥିବା ୟୁରିଆର ପ୍ରଚଳନ କରିଛନ୍ତି। ଏହି ସାର ବ୍ୟବହାର କଲେ, ନାଇଟ୍ରସ ଅକ୍ସାଇଡ୍‌ ନିର୍ଗତ ପରିମାଣ ହ୍ରାସ ପାଇଥାଏ ଏବଂ ଯବକ୍ଷାରଜାନ ବ୍ୟବହାର ଦକ୍ଷତା ବୃଦ୍ଧି ପାଇଥାଏ। ପୁନଶ୍ଚ ଏହି ଗ୍ୟାସ୍‌ ନିର୍ଗତକୁ ହ୍ରାସ କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନିଆଯାଉଛି। ମୃତ୍ତିକା ପରୀକ୍ଷା ଆଧାରରେ ଯବକ୍ଷାରଜାନ ସାରର ପ୍ରୟୋଗ କମ୍‌ ଚାପରେ କୃଷି, ଉତ୍ତମ ଶସ୍ୟ ଅବଶେଷ ପରିଚାଳନା, ଜୈବିକ ସାର ପ୍ରୟୋଗ ଏବଂ ଶସ୍ୟ ବଦଳ ଆଦିକୁ ପ୍ରୋତ୍ସାହନ କରାଯାଉଛି।
ଜାଗତିକ ଉଷ୍ମତା ବୃଦ୍ଧି ଏବଂ ଓଜୋନସ୍ତରର କ୍ଷୟରେ ପ୍ରମୁଖ ଭୂମିକା ନେଇଥିବା ସତ୍ତ୍ୱେ ନାଇଟ୍ରସ ଅକ୍ସାଇଡ୍‌୍‌ ଉତ୍ସର୍ଜନକୁ ହ୍ରାସ କରିବା ପାଇଁ କୌଣସି ଦେଶରେ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏହାର ଏକମାତ୍ର କାରଣ ହେଉଛି ଯେ, ଏହା କୃଷି ଉତ୍ପାଦନ ସହିତ ସଂଶ୍ଳିଷ୍ଟ ଅଛି ଏବଂ କୌଣସି ଦେଶ ନିଜ ଖାଦ୍ୟ ଉତ୍ପାଦନ ସହିତ ସାଲିସ କରିବାକୁ ଚାହାନ୍ତି ନାହିଁ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଭଳି ବଡ଼ ବିପତ୍ତିରୁ ରକ୍ଷା ପାଇବା ପାଇଁ ଆମକୁ କିଛି ପଦକ୍ଷେପ ନେବାକୁ ପଡ଼ିବ। ଯବକ୍ଷାରଜାନ ଆଧାରିତ ସାରର ବିକଳ୍ପ ବାହାର କରିବାକୁ ପଡ଼ିବ।

ଇଂ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri