Posted inଜାତୀୟ

ମନର ଯନ୍ତ୍ରଣା ପ୍ରକାଶ କଲେ ରାଜ୍ୟ ସଭା ଅଧ୍ୟକ୍ଷ: କହିଲେ, ଏତେ ଉପହାସ, ଏତେ ଅପମାନ…

ନୂଆଦିଲ୍ଲୀ,୩।୭:ରାଜ୍ୟ ସଭାରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ଜଗଦୀପ ଧନଖର ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ବିରୋଧୀଙ୍କୁ କହିଛନ୍ତି, ସମ୍ବିଧାନକୁ ଏତେ ପରିହାସ କରାଯାଉଥିବାରୁ ମୁଁ ଦୁଃଖିତ। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଧନ୍ୟବାଦ ପ୍ରସ୍ତାବ ଉପରେ ହୋଇଥିବା ଚର୍ଚ୍ଚାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ଦେଉଥିବାବେଳେ କଂଗ୍ରେସ ସମେତ ସମଗ୍ର ବିରୋଧୀ କକ୍ଷତ୍ୟାଗ କରିଥିଲେ।
ବିରୋଧୀ ଦଳର କକ୍ଷତ୍ୟାଗ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ବର୍ଣ୍ଣନା କରି ଅଧ୍ୟକ୍ଷ ଜଗଦୀପ ଧନଖର କହିଛନ୍ତି, ଆଲୋଚନା ସମୟରେ ବିରୋଧୀ ଦଳର ନେତାଙ୍କୁ କୌଣସି ବାଧା ନ ଦେଇ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ଏହା ଭାରତର ସମ୍ବିଧାନ ପ୍ରତି ବଡ଼ ଅପମାନ । ଏହା ହେଉଛି ଉପର ଗୃହ ଏବଂ ଏହା ଦେଶକୁ ମାର୍ଗଦର୍ଶନ କରେ। ବିରୋଧୀ ଦଳର ସଦସ୍ୟଙ୍କ ଏହି ଆଚରଣକୁ ମୁଁ  ନିନ୍ଦା କରୁଛିି। ବିରୋଧୀ ଦଳର ଏହି ଆଚରଣ ଦେଶର ୧୪୦ କୋଟି ଲୋକଙ୍କୁ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି।
ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି, ମୁଁ ଏହି ଚେୟାରରେ ବସି ବହୁତ ଦୁଃଖିତ ଯେ, ସମ୍ବିଧାନ ପ୍ରତି ଏତେ ପରିହାସ, ଏତେ ଅପମାନ କରାଯାଉଛି। ଭାରତର ସମ୍ବିଧାନ ହାତରେ ରଖିବା ପାଇଁ ନୁହେଁ ବରଂ ବଞ୍ଚିବା ପାଇଁ ଏକ ପୁସ୍ତକ। ସେ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି, ସେମାନେ ଆତ୍ମଚିନ୍ତନ କରନ୍ତୁ ଏବଂ ସେମାନଙ୍କର କର୍ତ୍ତବ୍ୟ ପାଳନ କରନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri