ଆଜିଠାରୁ ମହଙ୍ଗା ହେଲା ମୋବାଇଲ ରିଚାର୍ଜ

ଭୁବନେଶ୍ୱର,୩।୭(ଅଭୟ ଦାଶ): ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡ଼ିକ ବିଭିନ୍ନ କାରଣ ଦର୍ଶାଇ ୨୦୨୪ ଜୁଲାଇ ୩ରୁ ନୂଆ ତାରିଫ୍‌ ପ୍ଲାନ୍‌ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏପରିକି ଆଜିଠାରୁ କମ୍ପାନୀଗୁଡ଼ିକ ନୂଆ ଦର ଲାଗୁ କରିବା ସହ ମୋବାଇଲ୍‌ ରିଚାର୍ଜ ପ୍ଲାନ୍‌ଗୁଡ଼ିକ ମହଙ୍ଗା ହେବ ବୋଲି ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ପ୍ରମୁଖ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନୀଗୁଡିକ ମୋବାଇଲ ଶୁଳ୍କ ବୃଦ୍ଧି କରି ନୂଆ ପ୍ଲାନ୍‌ ଆରମ୍ଭ କରିଛନ୍ତି। ଏହି ବୃଦ୍ଧି ପରେ ଗ୍ରାହକଙ୍କ ଉପରେ ଖର୍ଚ୍ଚର ଭାର ବଢ଼ିଛି। ଏନେଇ ଲୋକଙ୍କ ମଧ୍ୟରେ ବିଶେଷକରି ଯୁବପିଢ଼ିଙ୍କ ଚିନ୍ତା ବଢ଼ିଯାଇଛି।

ଇଟିର ଏକ ରିପୋର୍ଟ ଅନୁଯାୟୀ, ଶୁଳ୍କ ବୃଦ୍ଧି ପରେ ବାର୍ଷିକ ଅତିରିକ୍ତ ୪୭,୫୦୦ କୋଟି ଟଙ୍କା ଗ୍ରାହକଙ୍କ ଖର୍ଚ୍ଚ ବଢ଼ିବା ସମ୍ଭାବନା ରହିଛି। ନିକଟରେ ଟେଲିକମ୍‌ କମ୍ପାନୀଗୁଡିକ ଦେଶର ଗ୍ରାହକଙ୍କୁ ୫ ଜି ନେଟ୍‌ୱର୍କ ଯୋଗାଇବା ପାଇଁ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି। ବର୍ତ୍ତମାନ ୫-ଜି ସେବା ପାଇବା ପାଇଁ ଗ୍ରାହକମାନଙ୍କୁ ୭୧ ପ୍ରତିଶତ ଅଧିକ ଦେବାକୁ ପଡ଼ିବ। ଯଦି କମ୍ପାନୀଗୁଡିକ ପ୍ରତି ଉପଭୋକ୍ତାଙ୍କଠାରୁ ହାରାହାରି ୧୫ରୁ ୧୭ ପ୍ରତିଶତ ଦେୟ ବୃଦ୍ଧି କରିଥାନ୍ତେ, ତେବେ ମଧ୍ୟ କମ୍ପାନୀଗୁଡ଼ିକ ସେମାନଙ୍କର ଲାଭାଂଶ ପାଇପାରିବେ ବୋଲି ବିଶେଷଜ୍ଞମାନଙ୍କର ମତ ରହିଛି। ରିଲାଏନ୍ସ ଜିଓ ଏବଂ ଏୟାରଟେଲର ୫ଜି ସେବା ପାଇବା ପାଇଁ ପୂର୍ବ ଅପେକ୍ଷା ଗ୍ରାହକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଜିଓ ଗ୍ରାହକମାନଙ୍କୁ ୫-ଜି ସେବା ପାଇଁ ପୂର୍ବ ଅପେକ୍ଷା ୪୬ ପ୍ରତିଶତ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏୟାରଟେଲ ବ୍ୟବହାରକାରୀଙ୍କ ପାଇଁ ଏହି ଖର୍ଚ୍ଚ ୭୧ ପ୍ରତିଶତରୁ ଅଧିକ। ନୂତନ ଶୁଳ୍କ ଯୋଜନା ଅନୁଯାୟୀ, ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କୁ ପ୍ରତିଦିନ ୨ ଜିବି ଡାଟା ପାଇଁ ୩୪୯ ଟଙ୍କା ଦେବାକୁ ପଡ଼ିବ। ଏହା ପୂର୍ବରୁ ଗ୍ରାହକମାନେ ୨୩୯ ଟଙ୍କା ବେସ୍‌ ପ୍ୟାକ୍‌ ଉପରେ ପ୍ରତିଦିନ ୧.୫ ଜିବି ଡାଟା ପାଇପାରୁଥିଲେ। ଯେଉଁଠାରେ ଏୟାରଟେଲ ବ୍ୟବହାରକାରୀଙ୍କୁ ପ୍ରତିଦିନ ୨.୫ ଜିବି ଡାଟା ପାଇଁ ୪୦୯ ଟଙ୍କା ଦେବାକୁ ପଡିବ। ପୂର୍ବରୁ ଗ୍ରାହକଙ୍କୁ ୧.୫ ଜିବି ଡାଟା ପାଇଁ ମାତ୍ର ୨୩୯ ଟଙ୍କା ଦେବାକୁ ପଡୁଥିଲା।

୨୦୨୧ ଡିସେମ୍ବରରୁ ମୋବାଇଲ ଟେଲିକମ୍‌ କମ୍ପାନୀଗୁଡ଼ିକ ମୋବାଇଲ ଶୁଳ୍କ ବୃଦ୍ଧି କରି ନ ଥିଲେ। ଗୋଲ୍ଡମ୍ୟାନ ସ୍ୟାଚ୍‌ଙ୍କ ଆକଳନ ଅନୁଯାୟୀ, ଜିଓ ତାରିଫ୍‌ ପ୍ଲାନ୍‌ ଶୁଳ୍କ ବଢ଼ାଇବାକୁ ନିଷ୍ପତ୍ତି ନେବା ପରେ ପ୍ରତ୍ୟେକ ଉପଭୋକ୍ତାଙ୍କ ଖର୍ଚ୍ଚ ହାରାହାରି ୧୭ ପ୍ରତିଶତ ବୃଦ୍ଧି ହେବା ସମ୍ଭାବନା ରହିଛି। ଏୟାରଟେଲ ଏହାର ମୋବାଇଲ ଶୁଳ୍କ ଯୋଜନାକୁ ୧୧ ରୁ ୨୧ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଭୋଡାଫୋନ ଏବଂ ଆଇଡିଆ ମଧ୍ୟ ସେମାନଙ୍କ ଶୁଳ୍କ ଯୋଜନାକୁ ୧୦ ରୁ ୨୩ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ତେବେ ଏନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri