ଗୋପନରେ ଚାଲିଛି ବାଲ୍ୟବିବାହ, ରାଜ୍ୟ ବାହାରକୁ ଯାଉଛନ୍ତି ଝିଅ

ମହାକାଳପଡ଼ା,୧ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁଦିନ ବାଲ୍ୟ ବିବାହ ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ସାମାଜିକ ବ୍ୟାଧି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ବ୍ଲକର ବିଶେଷ କରି ଦାରିଦ୍ର୍ୟ, ନିରକ୍ଷର ଓ ସଚେତନ ଅଭାବ ଯୋଗୁ ଏହି ବିବାହ ଗୋପନରେ ଚାଲିଛି। ଏଭଳି ବିବାହ ଅନୁସୂଚିତ ଜନଜାତି ସମ୍ପ୍ରଦାୟରେ ଅଧିକ ଦେଖିବାକୁ ମିଳୁଛି। ପ୍ରଶାସନ ଭୟରେ କେତେକ ପରିବାର ଲୋକଙ୍କ ସହମତିରେ ନିଜ ନାବାଳିକା ଝିଅକୁ ଗୋପନରେ ରାତିରେ ମଠ, ମନ୍ଦିର ଓ ଧର୍ମସ୍ଥଳୀରେ ବ୍ରାହ୍ମଣଙ୍କୁ ଡକାଇ ତରବରିଆ ଭାବେ ବିବାହ ସମ୍ପନ୍ନ ହେଉଛି। ବିଶେଷକରି ଆଦିବାସୀ ଓ ବଙ୍ଗୀୟ ଅଧ୍ୟୁଷିତ ଗ୍ରାମଗୁଡିକରେ ବାଲ୍ୟ ବିବାହ ଉଦ୍ୟମ ହେଉଥିବା ନେଇ ମହାକାଳପଡା ବ୍ଲକ ମହିଳା ଶିଶୁ ବିକାଶ ତଥା ବାଲ୍ୟ ବିବାହ ନିରାକରଣ ଅଧିକାରିଣୀ କବିତା ମଲ୍ଲିକଙ୍କ ନିକଟରେ ଖବର ପହଞ୍ଚତ୍ଥିଲା। ଅଧିକାରିଣୀ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଉକ୍ତ ଗ୍ରାମରେ ପହଞ୍ଚତ୍ ବିବାହ ରୋକିବା ସହ ତୁରନ୍ତ ଉଭୟଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଥିଲେ। ସେହିପରି ମେ ମାସରେ ଏକ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ବାଲ୍ୟ ବିବାହକୁ ରୋକିଥିଲେ। ସମ୍ପୃକ୍ତ ଥିବା ପରିବାରକୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରିଣୀ ମଲ୍ଲିକ କହିଛନ୍ତି। ମଲ୍ଲିକ କହିବା କଥା ମହାକାଳପଡ଼ାରେ ୨ ବର୍ଷ ମଧ୍ୟରେ ୨୦ରୁ ଅଧିକ ବାଲ୍ୟ ବିବାହ ନଜରକୁ ଆସିଛି। ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି। ଅପରପକ୍ଷରେ ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଇବା ପାଇଁ କୁହାଯାଇଛି। ସମସ୍ୟା ସମାଧାନ ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସୂଚନା ଦେଇଛନ୍ତି।
ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ବାଲ୍ୟ ବିବାହ ଝିଅକୁ ୧୨ରୁ୧୫ ବର୍ଷ ହେଲେ ପରିବାର ସହମତିରେ ଗୋପନରେ କରାଯାଉଛି। ବିଶେଷକରି ଯେଉଁ ପରିବାର ଏହି ବାଲ୍ୟ ବିବାହ ଉଦ୍ୟମ କରୁଛନ୍ତି, ସେମାନେ ଆର୍ଥିକ ଦୁର୍ବଳ ଶ୍ରେଣୀର। ଅନେକ ସମୟରେ ସ୍ଥାନୀୟ ଦଲାଲଙ୍କ ସହାୟତାରେ ପରିବାର ଲୋକମାନେ ନାବାଳିକାଙ୍କୁ ଉତ୍ତର ପ୍ରଦେଶର ଝାନସୀ , ମଥୁରା , ବୃନ୍ଦାବନ , ବାରାଣସୀ, ଆଗ୍ରା ଓ କୋଲକାତା, ମୁର୍ଶିିଦାବାଦ ଆଦି ଅଞ୍ଚଳର ବୟସ୍କ ଲୋକମାନଙ୍କ ସହ ବିବାହ କରାଯାଉଥିବା ନଜିର ରହିଛି। ସେଠାରେ ମଧ୍ୟ ନାବାଳିକା ଝିଅମାନେ ମାତୃତ୍ୱ ଲାଭ କରିବା ପରେ ଶାରୀରିକ ଓ ମାନସିକ ନିର୍ଯାତନା ସହି ନ ପାରି ନିଜ ବାପ ଘରକୁ ଫେରୁଥିବା ନଜିର ରହିଛି। ୨୦୧୭ ମସିହାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଡିଭିଜନ ବେଞ୍ଚ ନାବାଳିକା ବିବାହ ଶୁଣାଣି କରି ମତ ରଖିଥିଲେ, ନାବାଳିକାଙ୍କ ସହ ବିବାହ କରିବା ଏକ ଧର୍ତ୍ତବ୍ୟ ଅପରାଧ। ନାବାଳିକା ବିବାହ କରିବା ଓ ଶାରୀରିକ ଯୌନ ସମ୍ପର୍କ ରଖିବା ଏହା ଏକ ବଳାତ୍କାର ମାମଲା ଭାବେ ଗ୍ରହଣ କରାଯିବ। ଆଇନ ଅନୁସାରେ ଆପରାଧିକ ବିବେଚନା କରାଯିବ। ଏହି ମାମଲାରେ(ପୋକ୍‌ସୋ ) ଆଇନ ରୁଜୁ କରିବା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ରହିଛି। ଏହି ମାମଲାରେ ଜଡିତ ଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାର ପ୍ରାବଧାନ ରହିଛି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ନାବାଳିକା ଝିଅମାନେ ବିବାହ ପରେ ଗର୍ଭ ଧାରଣ କଲେ ମା’ ଓ ଶିଶୁ ପ୍ରତି ବିପଦ ରହିଛି। ଏଏଥିଯୋଗୁ ମା’ ଓ ଶିଶୁଙ୍କର ମୃତ୍ୟୁ ଆଶଙ୍କା ରହିଛି। ବିଶେଷ କରି ବ୍ଲକର ବତିଘର, ଖରିନାସି, ରାମନଗର, ପେଟଚ୍ଛେଲା, ବଉଳକଣି, ଜମ୍ବୁ, କେବିଦାଣ୍ଡୁଆ, ନାଞ୍ଜୁରା, ସୁନିତି, ଗୋଗୁଆ ଆଦି ପଞ୍ଚାୟତରେ ବହୁଳ ମାତ୍ରାରେ ନାବାଳିକା ବିବାହ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri