ପାଣିଟାଙ୍କି କାନ୍ଥ ଭୁଶୁଡ଼ି ଛାତ୍ରଙ୍କ ଜୀବନ ଗଲା

ବାଲେଶ୍ୱର,୨୮ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅଧୀନ ପଦ୍ମପୁରସ୍ଥିତ ବାଞ୍ଛାନିଧି ଇଂରାଜୀ ମିଡିୟମ ଘରୋଇ ସ୍କୁଲର ଜଣେ ଅନ୍ତେବାସୀ ଉପରେ ପାଣିଟାଙ୍କି ଭୁଶୁଡ଼ି ପଡ଼ିବାର ଶୁକ୍ରବାର ପୂର୍ବାହ୍ନରେ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ଛାତ୍ର ଜଣକ ହେଲେ ନାରାୟଣ ଟୁଡୁ(୧୦)। ଖୋର୍ଦ୍ଧା ଜିଲା ଅଧୀନ ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ପୁଅ ନାରାୟଣ ଚତୁର୍ଥ ଶ୍ରେଣୀରେ ପଢୁଥିଲେ। ସକାଳେ ଜଳଖିଆ ଖାଇ ସେ ହାତ ଧୋଇବାକୁ ଅନ୍ୟ ଅନ୍ତେବାସୀଙ୍କ ସହ ଯାଇଥିଲେ। ହାତ ଧୋଇବା ସମୟରେ ହଠାତ୍‌ ସିମେଣ୍ଟ ତିଆରି ପାଣିକୁଣ୍ଡ ଭୁଶୁଡ଼ି ତଳକୁ ପଡ଼ିଥିଲା। ଅନ୍ୟ କିଛି ଅନ୍ତେବାସୀ ସାମାନ୍ୟ ଆହତ ହୋଇଥିବାବେଳେ ନାରାୟଣଙ୍କ ଉପରେ କୁଣ୍ଡ ପଡ଼ିଥିଲା। ତାଙ୍କ ମୁଣ୍ଡ ଏବଂ ଗୋଡ଼ରେ ଆଘାତ ଲାଗିଥିଲା। ତାଙ୍କୁ ବାଲେଶ୍ୱର ଡାକ୍ତରଖାନା ଅଣାଯାଇଥିଲା। ଡାକ୍ତର ନାରାୟଣଙ୍କୁ ମୃତ ଘୋଷଣା କରିଥିଲେ। ନାରାୟଣଙ୍କ ପରିବାରକୁ ଖବର ଦିଆଯାଇଛି। ସେମାନେ ଭୁବନେଶ୍ୱରରୁ ପହଞ୍ଚି ନ ଥିବା ଜଣାପଡ଼ିଛି। ଚାନ୍ଦିପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ନାରାୟଣଙ୍କ ମୃତ୍ୟୁକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ରବୀନ୍ଦ୍ର ବାରିକଙ୍କୁ ପଚାରିବାରୁ ପିଲା ହାତ ଧୋଉଥିବା ବେଳେ ପାଣିଟାଙ୍କି ଉପରୁ ତଳକୁ ଭୁଶୁଡ଼ି ପଡ଼ିଲା। ଫଳରେ ପିଲାଟି ଉପରେ ଟାଙ୍କି ପଡ଼ିବାରୁ ତାର ମୃତ୍ୟୁ ହେଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri