ବିକାଶ ପାଇଁ ସମସ୍ତେ ପରାମର୍ଶ ଦେଇପାରିବେ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର/ଚମ୍ପୁଆ/ ଝୁମ୍ପୁରା,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ/ମହେଶ୍ୱର ଦାସ/ଶଶିଭୂଷଣ ସାହୁ):  ରାଜ୍ୟର ବିକାଶ ପାଇଁ ସମସ୍ତେ ପରାମର୍ଶ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜିଲା କେନ୍ଦୁଝରକୁ ୨ ଦିନିଆ ଗସ୍ତରେ ଯାଇ ସୋମବାର ଜନ୍ମମାଟି ରାଇକଳାଠାରେ ଅନୁଷ୍ଠିତ ସ୍ବାଗତ ସଭାରେ ସେ ଏହା କହିଛନ୍ତି। ସ୍ଥାନୀୟ ଅଞ୍ଚଳ, ଜିଲା ଓ ରାଜ୍ୟର ବିକାଶ ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।
ଯୋଗେ କେନ୍ଦୁଝରରୁ ପୂର୍ବାହ୍ନ ୧୦ଟା ୩୦ରେ ବାହାରି ସଦର ବ୍ଲକ୍‌ ରାଇକଳାରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଥିଲେ। ତାଙ୍କୁ ଦେଖିବାକୁ ଓ ସ୍ବାଗତ ଜଣାଇବାକୁ ଆଖପାଖ ଅଞ୍ଚଳର ଲୋକମାନେ ଏକତ୍ରିତ ହୋଇଥିଲେ। ଗ୍ରାମ ଏକ ପ୍ରକାର ଉତ୍ସବମୁଖର ହୋଇଉଠିଥିଲା। ପାରମ୍ପରିକ ବାଦ୍ୟ ଓ ନୃତ୍ୟଗୀତରେ ଗଁା ପ୍ରକମ୍ପିତ ହୋଇଥିଲା। ଜନ୍ମମାଟିରେ ମୋହନଙ୍କୁ ଦେଖି ସମସ୍ତେ ଭାବବିହ୍ବଳ ହୋଇଉଠିଥିଲେ। ଗସ୍ତ ପୂର୍ବରୁ ପ୍ରଶାସନ ପକ୍ଷରୁ ରାସ୍ତାଘାଟ ମରାମତି, ଗ୍ରାମ ସଫେଇ, ସୌନ୍ଦଯର୍ର୍‌ୟକରଣ କରାଯାଇଥିଲା। ଗଁା ଦାଣ୍ଡରେ ଝୋଟି ଚମକୁଥିଲା। ହେଲିପ୍ୟାଡ୍‌ରୁ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ରୋଡ୍‌ ଶୋ’ କରି ଝୁମ୍ପୁରା ଯାଇଥିଲେ। ଝୁମ୍ପୁରାରେ ପିଲାଦିନର ହାଇସ୍କୁଲରେ କିଛି ସମୟ ବିତାଇବା ସହ ସହପାଠୀଙ୍କୁ ଭେଟିଥିଲେ। ସେଠାରୁ ବାହାରି ଝୁମ୍ପୁରା ବଜାରସ୍ଥିତ ଦୁର୍ଗାମନ୍ଦିର ପଡ଼ିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। ସେଠାରେ ବିଭିନ୍ନ ବର୍ଗର ଲୋକ, ସଂଗଠନ ଓ ସଂସ୍ଥା ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ମାଟିର ସନ୍ତାନ ଆପଣଙ୍କ ମୋହନ ଭାଇ କେବଳ ଝୁମ୍ପୁରା ନୁହେଁ, ଜିଲାର ବିକାଶ ପାଇଁ କାମ କରିବେ। ଏଣୁ ଆପଣମାନେ ଯେତେବେଳେ ଚାହିଁବେ ତାଙ୍କ ପାଖକୁ ଯାଇପାରିବେ ଏବଂ ଦେଖା କରିପାରିବେ। ବିକାଶ ପାଇଁ ସମସ୍ତେ ତାଙ୍କୁ ପ୍ରସ୍ତାବ, ପରାମର୍ଶ ଦେଇପାରିବେ। ସେ ଭାବବିହ୍ବଳ ହୋଇ କହିଥିଲେ, ଆପଣମାନେ ମୋ ସହିତ ଅଛନ୍ତି। ମୋ ପାଖରେ ମା’ ତାରିଣୀ, ଶ୍ରୀ ବଳଦେବଜୀଉ, ଶ୍ରୀଜଗନ୍ନାଥ, ଦୁର୍ଗତିନାଶିନୀ ମା’ ଅଛନ୍ତି। ମୋର କାହାରିକୁ ଭୟ କରିବାର ନାହିଁ। ଲୋକଙ୍କ ପାଇଁ ଓ ଆପଣଙ୍କ ଆଶୀର୍ବାଦ ଲାଗି ଆଜି ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରି ଦ୍ୱାର ଖୋଲିଲା। ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ଉଠିଲା। ସେ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ। ଏଣୁ ସମସ୍ତେ ସିଧାସଳଖ ନିଜର ସମସ୍ୟା ତାଙ୍କୁ ଜଣାଇପାରିବେ ବୋଲି କହିଥିଲେ। ଫୋନ୍‌ରେ କଥାବାର୍ତ୍ତା ହେବା ସମ୍ଭବ ନୁହେଁ। କିନ୍ତୁ ତାଙ୍କ ପାଖକୁ ଯେକେହି ସବୁ ସମୟରେ ଆସିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ସେ ରାତି ୩ଟାରେ ଶୋଉଛନ୍ତି। କିଏ ଯେପରି ମନ ଊଣା ନ କରନ୍ତି, ସେଥିପାଇଁ ଦେଖାକରିବାକୁ ପଡ଼ିଥାଏ। କାରଣ ଆପଣମାନଙ୍କୁ ମୁଁ ଭୟ କରେ ଓ ଏହି ଭୟ ଏମିତି ରହିଥାଉ ବୋଲି କହିଥିଲେ। ନିଜ ପିଲାଦିନର ସ୍ମୃତିକୁ ମନେପକାଇ କିପରି ପ୍ରତ୍ୟେକ ବୁଧବାର ଝୁମ୍ପୁରା ହାଟକୁ ମା’ଙ୍କ ସହିତ ଆସୁଥିଲେ ତାହା ସେ ବର୍ଣ୍ଣନା କହିଥିଲେ। ସେହି ଦିନଟା ତାଙ୍କ ପାଇଁ ଛୁଟି ଦିନ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri