Posted inଜାତୀୟ

ରେଳ ମନ୍ତ୍ରଣାଳୟର ଅବ୍ୟବସ୍ଥାକୁ ଦାୟୀ କଲେ ବିରୋଧୀ

ନୂଆଦିଳ୍ଲୀ,୧୮ା୬: ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାର ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ କରିଛନ୍ତି। ରେଳ ମନ୍ତ୍ରଣାଳୟର ଅତ୍ୟନ୍ତ କୁପରିଚାଳନା କାରଣରୁ ପଶ୍ଚିମବଙ୍ଗରେ ଟ୍ରେନ୍‌ ଦୁର୍ଘଟଣା ଘଟି ଏତେସଂଖ୍ୟାରେ ଲୋକଙ୍କ ଜୀବନ ଗଲା। ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ନରେନ୍ଦ୍ର ମୋଦି ସରକାରଙ୍କୁ ନିନ୍ଦା କରିଛନ୍ତି। ମାନବୀୟ ତ୍ରୁଟିରୁ ୯ ଜଣଙ୍କ ମୃତ୍ୟୁ ଘଟିବା ସହ ୪୧ ଜଣ ଆହତ ହୋଇଛନ୍ତି, ଯାହାକି ଅତ୍ୟନ୍ତ ଦୁଃଖଦାୟକ ବୋଲି ଖାର୍ଗେ କହିଛନ୍ତି। ଦୁର୍ଘଟଣା ସ୍ଥଳର ଦୃଶ୍ୟ ହୃଦୟ ବିଦାରକ। ଖାର୍ଗେ ମୃତକମାନଙ୍କ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେମାନଙ୍କୁ ତୁରନ୍ତ ସମ୍ପୂର୍ଣ୍ଣ କ୍ଷତିପୂରଣ ଯୋଗାଇଦେବାକୁ କଂଗ୍ରେସ ଅଧ୍ୟକ୍ଷ ଦାବି କରିଛନ୍ତି। ସେହିପରି ରାହୁଲ କହିଛନ୍ତି, ମୋଦି ସରକାରଙ୍କ କୁପରିଚାଳନା ଏବଂ ଅବହେଳା ପାଇଁ ଗତ ୧୦ ବର୍ଷରେ ଟ୍ରେନ୍‌ ଦୁର୍ଘଟଣା ବଢ଼ିଛି ଓ ଅନେକ ଲୋକଙ୍କ ଜୀବନ ଯାଇଛି। ଆଜିର ଦୁର୍ଘଟଣା ଉକ୍ତ ବାସ୍ତବତାର ଅନ୍ୟତମ ଉଦାହରଣ। ଏହିସବୁ ଦୁର୍ଘଟଣା ପାଇଁ ମୋଦି ସରକାର ନିଜକୁ ଦାୟୀ କରନ୍ତୁ ବୋଲି ରାହୁଲ ଦାବି କରିଛନ୍ତି।
କେବଳ ନିର୍ବାଚନରେ ଆଗ୍ରହ ରଖୁଛନ୍ତି। କେମିତି ନିର୍ବାଚନରେ ହ୍ୟାକିଂ ଓ ଜାଲିଆତି କରାଯିବ ତାହା ସେମାନେ ଚିନ୍ତା କରୁଥିବାବେଳେ ଟ୍ରେନ୍‌ ଯାତ୍ରୀ ଓ ରେଳ କର୍ମଚାରୀଙ୍କ ପ୍ରତି ଆଦୌ ନଜର ଦେଉନାହାନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଆର୍‌ଜେଡି ଅଧ୍ୟକ୍ଷ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବ ମଧ୍ୟ ଦୁର୍ଘଟଣା ପାଇଁ ମୋଦି ସରକାରଙ୍କୁ ଦାୟୀ କରିଛନ୍ତି।
ଟ୍ରେନ୍‌ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ନେତା ପ୍ରମୋଦ ତିଓ୍ବାରୀ ଦାବି କରିଛନ୍ତି। ରେଳମନ୍ତ୍ରୀ ରିଲ୍‌ ପ୍ରସ୍ତୁତିରେ ବ୍ୟସ୍ତ ଥିବାରୁ ଲୋକଙ୍କ ନିରାପତ୍ତା ସମ୍ପର୍କରେ ଆଲୋଚନା କରିବା ପାଇଁ ତାଙ୍କ ପାଖରେ ସମୟ ନାହିଁ ବୋଲି ତିଓ୍ବାରୀ କହିଛନ୍ତି। ୨୦୨୧ ଜୁଲାଇରୁ ରେଳମନ୍ତ୍ରୀ ଭାବେ ଅଶ୍ୱିନୀ ତାଙ୍କ କାର୍ଯ୍ୟକାଳକୁ ଅତ୍ୟଧିକ ପ୍ରଚାର ଏବଂ ସୋସିଆଲ ମିଡିଆ କାର୍ଯ୍ୟରେ ବିନିଯୋଗ କରିଥିବାବେଳେ ଉତ୍ତରଦାୟୀ ଶୂନ ବୋଲି କଂଗ୍ରେସ ନେତା ଜୟରାମ ରମେଶ ପ୍ରତିକ୍ରିୟାରେ କହିଛନ୍ତି। ଅନେକ ଟ୍ରେନ୍‌ ଦୁର୍ଘଟଣା ସତ୍ତ୍ୱେ ରେଳମନ୍ତ୍ରୀ ଉତ୍ତରଦାୟୀ ହେଉ ନ ଥିବାରୁ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ଏହାର ସମାଲୋଚନା କରିଛନ୍ତି। ଅପରାହ୍ନରେ ରେଳମନ୍ତ୍ରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏବେ ଆମେ ଉଦ୍ଧାର ଓ ମରାମତି କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛୁ। ଏହା ରାଜନୀତିର ସମୟ ନୁହେଁ ବୋଲି ବିରୋଧୀଙ୍କ ସମାଲୋଚନା ଉପରେ ଏକ ପ୍ରଶ୍ନର ଜବାବ ଦେଇ ଅଶ୍ୱିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri