Posted inRasifala

ରାଶିଫଳ: ଗୁରୁବାର, ମେ ୩୦ ତାରିଖ – Daily Horoscope

ମେଷ
ଆଜି ଯାହା ଚାହୁଁଛନ୍ତି ପାଇବେ ଏବଂ ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଗୁରୁ ଓ ଶୁକ୍ର ପ୍ରଭାବରୁ ନୂଆ ଯୋଜନା ଲାଗି ମନ ବଳାଇବେ। ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଦେଖାକରିବାକୁ ପ୍ରସ୍ତୁତ ହୋଇପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ କେତେକ ଆକସ୍ମିକ ସମସ୍ୟା ହଠାତ୍‌ ଦେଖାଦେବା କାରଣରୁ ସ୍ଥଗିତ ରହିପାରେ।
ବୃଷ
ବୃଷ
ଆତ୍ମୀୟ କିମ୍ବା ବନ୍ଧୁଙ୍କ ଦ୍ୱାରା ସ୍ଥଗିତ କାମଟି ସହଜରେ ହାସଲ କରିପାରିବେ। ଦିନସାରା କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ଓ ସମ୍ମାନିତ ହୋଇପାରନ୍ତି। ପାଖପଡ଼ୋଶୀଙ୍କ ସହାୟତା ଆଶାକରି ସଫଳତା ହାସଲ କରିବେ। ରୋହିଣୀ ନକ୍ଷତ୍ର ସଙ୍ଗୀତ, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।
ମିଥୁନ
ମିଥୁନ
ଦୂର ସମ୍ପର୍କୀୟଙ୍କ ସହ ଟଙ୍କା ପଇସାକୁ କେନ୍ଦ୍ରକରି କଳହର ଅବସାନ ଘଟିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ନିଶ୍ଚୟ ପାଇବେ। ପରିବାର ଭିତରେ ପୁରୁଣା କଥାକୁ ଦୋହରାଇବା କଳହର କାରଣ ହୋଇପାରେ। ମୃଗଶିରା ନକ୍ଷତ୍ର ସକାଶେ ପୁରାତନ ରୋଗର ପୀଡ଼ା କାମ କରିବାକୁ ନିରୁତ୍ସାହିତ କରିବ।
କର୍କଟ
କର୍କଟ
ପରିବାର ସହମତିରେ କାମକରି ସବୁଠି ପ୍ରଶଂସିତ ହେବେ। ନିଜେ ଅସୁବିଧାରେ ଥିଲେ ମଧ୍ୟ ବନ୍ଧୁଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବେ। ଅଶ୍ଳେଷା ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ମାତ୍ର କୌଣସି ପ୍ରିୟଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ସି˚ହ
ସି˚ହ
ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରର ପ୍ରତ୍ୟେକ କାମ ଯଥା ସମୟରେ ସାଧିତ ହେବାରୁ ମନ ପ୍ରଫୁଲ୍ଲ ରହିବ। ପରିବାର, ବ୍ୟବସାୟ, ଯାତ୍ରା, କଳା, ସାହିତ୍ୟାଦି କ୍ଷେତ୍ର ରୁଚିପ୍ରଦ ହୋଇପାରେ। ମାତ୍ରାଧିକ ଭ୍ରମଣ ଓ କାମର ଚାପ ଯୋଗୁ କ୍ଳାନ୍ତି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତିସୂଚକ କଥା ଶୁଣି ମନ ହାଲୁକା ହୋଇଯିବ।
କନ୍ୟା
କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହେବେ ତଥାପି ଘରର କେତେକ ଅସଜଡ଼ା କାମକୁ ନେଇ ମନ ଉଦ୍‌ବିଗ୍ନ ରହିବ। ଗୃହୋପକରଣ କିଣିବା ଯୋଜନା କରି କାର୍ଯ୍ୟରେ ପରିଣତ କରିପାରନ୍ତି। ଚିତ୍ରା ନକ୍ଷତ୍ର ଆଜି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବାଣିଜ୍ୟ, ପରିବହନ କ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି।
ତୁଳା
ତୁଳା
ଆଜି ଯୁଦ୍ଧକାଳୀନ ଭିତ୍ତିରେ ବାକିଆ କାମ ସାରିବେ ଏବଂ ବନ୍ଧୁଙ୍କ ପ୍ରିୟଭାଜନ ହେବେ। ବିଶାଖା ନକ୍ଷତ୍ରର ଦୀର୍ଘମିଆଦୀ ଯୋଜନା ଫସର ଫାଟିଯିବାରୁ ମନ ଭଲ ରହି ନ ପାରେ। ବନ୍ଧୁ ଅନ୍ୟର କାନକୁହା କଥା ଶୁଣି ଆପଣଙ୍କୁ ଭୁଲ୍‌ ବୁଝିପାରନ୍ତି। ଅବଶ୍ୟ ଅଟକି ରହିଥିବା ବ୍ୟବସାୟ ଓ ପରିବହନଜନିତ ସମସ୍ୟା ସମାଧାନ ହୋଇପାରିବ।
ବିଛା
ବିଛା
ଅନୁରାଧା ନକ୍ଷତ୍ର ପାଇଁ ପୁରାତନ ରୋଗପୀଡ଼ା ଆଜିର ଜୀବନଯାତ୍ରାକୁ ପ୍ରତିରୋଧ କରିବ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ଉପରିସ୍ଥଙ୍କ ବିଶ୍ୱାସକୁ ନେଇ କାମକଲେ ସହଯୋଗର ଅଭାବ ରହିବ ନାହିଁ। ଗୃହ, ରାସ୍ତାଘାଟ, ନିର୍ମାଣ କ୍ଷେତ୍ରରେ ଅଟକି ରହିଥିବା କାମ କରିବାର ନିଷ୍ପତ୍ତି ନେବେ।
ଧନୁ
ଧନୁ
ସମସ୍ୟା ସମାଧାନ ହୋଇଯିବ ଓ ପ୍ରାପ୍ୟ ପାଇବାରେ ଅସୁବିଧା ରହିବ ନାହିଁ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ। ଉତ୍ତରାଷାଢ଼ା ନକ୍ଷତ୍ର ସାଙ୍ଗଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଭାଇ ଭାଇ ଭିତରେ ଟଣାଓଟରା ଦେଖାଦେଇପାରେ।
ମକର
ମକର
ସ୍ବାସ୍ଥ୍ୟହାନି ସାଙ୍ଗକୁ ବାଧ୍ୟତାମୂଳକ ଯାତ୍ରା ମନକୁ ଭାରାକ୍ରାନ୍ତ କରିବ। କଳା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ସାହିତ୍ୟ କ୍ଷେତ୍ରରେ ସୃଷ୍ଟ ସମସ୍ୟା ସମାଧାନ ହୋଇଯିବ। ଭଲକଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଶ୍ରବଣା ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ରବ ନକ୍ଷତ୍ର ସୌଜନ୍ୟମୂଳକ କଥାବାର୍ତ୍ତା ଓ ଅର୍ଥର ସଦ୍‌ବ୍ୟବହାର ପ୍ରତି ଧ୍ୟାନଦେଲେ ଭଲ। ପାରିବାରିକ ଶୃଙ୍ଖଳା ରକ୍ଷାଲାଗି କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। କୌଣସି ନୀଚଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।
ମୀନମୀନ

ପାରିବାରିକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବା ସକାଶେ ବାଧ୍ୟ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କାମର ଜଞ୍ଜାଳ ହେତୁ ଗୁଡ଼ାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଉତ୍ତରଭାଦ୍ରବ ନକ୍ଷତ୍ର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri