Posted inରାଜ୍ୟ

ଆସୁଛି ବାତ୍ୟା ଓଡିଶାର ଏହିସବୁ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫ା୫: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଦକ୍ଷିଣ- ଦକ୍ଷିଣ ପୂର୍ବ ସାଗର ଦ୍ୱୀପ ଠାରୁ ୩୮୦ କିଲୋମିଟର ଏବଂ ବାଂଲାଦେଶ ଖେପୁପାରା ଠାରୁ ୪୯୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି।

ଏହା କ୍ରମଶଃ ତୀବ୍ର ହୋଇ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ। ଆସନ୍ତାକାଲି ସା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ସାଗରଦ୍ୱୀପ ଓ ଖେପୁପରା ମଝିରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଉତ୍ତର ଓ ଉପୂକଳ ଓ କେତେକ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ସମ୍ଭାବ୍ୟ ବାତ୍ୟା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲାର ଜିଲାପାଳମାନଙ୍କୁ ସତର୍କ ରହିବା ପାଇଁ ସୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରବିବାର ସକାଳ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବୋଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ନୁଆପଡା ଜିଲାର ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି।ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ସେହିଭଳି ସୋମବାର ସକାଳ ସୁଦ୍ଧା ଉତ୍ତର ତଟବର୍ତ୍ତୀ ଜିଲାର ଅଧିକାଂଶ ସ୍ଥାନରେ, ଦକ୍ଷିଣ ତଟବର୍ତ୍ତୀ ଜିଲା ଅନେକ ସ୍ଥାନରେ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଏବଂ ଜଗତ୍ସିଂହପୁର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri