Posted inଜାତୀୟ

ସ୍କୁଲ ମାଟି ମାଡିନାହାନ୍ତି ୧୨୧ ଲୋକ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୨୪ା୫:ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୨୧ ପ୍ରାର୍ଥୀ ସେମାନଙ୍କ ସତ୍ୟପାଠରେ ନିଜକୁ ନିରକ୍ଷର ଘୋଷଣା କରିଛନ୍ତି। ୩୫୯ ପ୍ରାର୍ଥୀ ମାତ୍ର ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ନାମାଙ୍କନପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରୁ ଜଣାପଡ଼ିଛି। ୬୪୭ ପ୍ରାର୍ଥୀ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବାବେଳେ ୧,୩୦୩ ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାସ୍‌ କରିଛନ୍ତି ଓ ୧,୫୦୨ ଜଣ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ୧୯୮ ପ୍ରାର୍ଥୀ ଡକ୍ଟରେଟ୍‌ କରିଥିବା ଜଣାପଡ଼ିଛି। ଚଳିତ ନିର୍ବାଚନରେ ମୋଟ ୮,୩୬୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ସେମାନଙ୍କ ମଧ୍ୟରୁ ୮,୩୩୭ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାର ଅନୁଶୀଳନ କରିଥିଲା।
ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ିଥିବା ୧,୬୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୬୩୯ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ଶ୍ରେଣୀ ହୋଇଥିବାବେଳେ ୮୩୬ ଜଣ ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ସ୍ତର ପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ କରିଛନ୍ତି। ୩୬ ପ୍ରାର୍ଥୀ ନାମକୁ ମାତ୍ର ପଢ଼ିଥିବାବେଳେ ୨୬ ଜଣ ନିଜକୁ ନିରକ୍ଷର ଘୋଷଣା କରିଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟର ୧,୧୯୮ ପ୍ରାର୍ଥୀଙ୍କ ମଧ୍ୟରୁ ୫୩୩ ଜଣଙ୍କ ଶିକ୍ଷା ୫ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ୧୨୧ ଲୋକ ସଭା…ହୋଇଥିବାବେଳେ ୫୭୪ ପ୍ରାର୍ଥୀ ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି। ୩୭ ପ୍ରାର୍ଥୀ ନାମକୁ ମାତ୍ର ପଢ଼ିଥିବାବେଳେ ୮ ଜଣ ନିରକ୍ଷର। ୩ ଜଣ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟ ଦେଇନାହାନ୍ତି। ତୃତୀୟ ପର୍ଯ୍ୟାୟର ୧,୩୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୬୩୯ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ହୋଇଥିବାବେଳେ ୫୯୧ ଜଣ ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ଯୋଗ୍ୟତା ହାସଲ କରିଛନ୍ତି। ୫୬ ପ୍ରାର୍ଥୀ ନାମକ ମାତ୍ର ପଢ଼ିଥିବାବେଳେ ୧୯ ଜଣ ନିରକ୍ଷର ଥିବାବେଳେ ୩ ଜଣ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଜଣାଇ ନ ଥିବା ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଚତୁର୍ଥ ପର୍ଯ୍ୟାୟର ୬୪୪ ଜଣ ପ୍ରାର୍ଥୀଙ୍କ ଶିକ୍ଷା ୫ମରୁ ଦ୍ୱାଦଶ ଶ୍ରେଣୀ ପାସ୍‌ ମଧ୍ୟରେ ହୋଇଥିବାବେଳେ ୯୪୪ ଜଣ ସ୍ନାତକ କିମ୍ବା ଏହାଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି। ୩୦ ପ୍ରାର୍ଥୀ ନାମକୁ ମାତ୍ର ଶିକ୍ଷା ଗ୍ରହଣ କରିଥିବାବେଳେ ୨୬ ଜଣ ନିରକ୍ଷର ଥିବା ଜଣାପଡ଼ିଛି। ୫ମ ପର୍ଯ୍ୟାୟର ପ୍ରାର୍ଥୀଙ୍କ ମଧ୍ୟରୁ ୨୯୩ ଜଣଙ୍କ ଶିକ୍ଷା ପଞ୍ଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ହୋଇଥିବାବେଳେ ୩୪୯ ଜଣ ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ସ୍ତର ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଛନ୍ତି। ଏହି ପର୍ଯ୍ୟାୟରେ ୨୦ ପ୍ରାର୍ଥୀ ନାମକୁ ମାତ୍ର ପାଠ ପଢ଼ିଥିବାବେଳେ ୫ ଜଣ ନିରକ୍ଷର ଥିବା ଜଣାପଡ଼ିଛି।
ଷଷ୍ଠ ପର୍ଯ୍ୟାୟ ନିର୍ବାଚନର ମୋଟ ୮୬୯ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ହୋଇଥିବାବେଳେ ୪୮୭ ଜଣ ସ୍ନାତକ କିମ୍ବା ତା’ଠୁ ଅଧିକ ପାଠ ପଢ଼ିଛନ୍ତି। ୨୨ ଜଣ ଡିପ୍ଲୋମାଧାରୀ ଥିବାବେଳେ ୧୨ ଜଣ ନାମକୁ ମାତ୍ର ଶିକ୍ଷା ଗ୍ରହଣ କରିଛନ୍ତି ଓ ୧୩ ଜଣ ନିରକ୍ଷର ରହିଛନ୍ତି। ସେହିପରି ସପ୍ତମ ପର୍ଯ୍ୟାୟର ୯୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୪୦୨ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ହୋଇଥିବାବେଳେ ୪୩୦ ଜଣ ସ୍ନାତକ କିମ୍ବା ତା’ଠାରୁ ଅଧିକ ଶିକ୍ଷାଲାଭ କରିଛନ୍ତି। ୨୦ ଜଣ ଡିପ୍ଲୋମାଧାରୀ ହୋଇଥିବାବେଳେ ୨୬ ଜଣ ନାମକୁ ମାତ୍ର ପାଠ ପଢ଼ିଛନ୍ତି ଓ ୨୪ ଜଣ ନିରକ୍ଷର। ୨ ଜଣ ପ୍ରାର୍ଥୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟ ଦେଇ ନ ଥିବା ରିପୋର୍ଟରୁ ଜଣାପଡ଼ିଛି।

ଏପ୍ରିଲ ୧୯ରୁ ଜୁନ୍‌ ୧ ମଧ୍ୟରେ ୭ ପର୍ଯ୍ୟାୟରେ ନିର୍ବାଚନ ହେଉଥିବାବେଳେ ଜୁନ୍‌ ୪ରେ ଭୋଟଗଣତି କରାଯିବ। ଏପର୍ଯ୍ୟନ୍ତ ୫ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆସନ୍ତା ୨୫ରେ ଷଷ୍ଠ ଏବଂ ଜୁନ୍‌ ୧ରେ ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri