ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ ଦରମା ନ ଦେଇ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ହେଲେ ଶ୍ରମ ବିଭାଗ ଅଧିକାରୀ ସମ୍ପୃକ୍ତ ଠିକାସଂସ୍ଥା ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ୧ ବର୍ଷରୁ ଊର୍ଦ୍ଧ୍ୱ ହେବ କେବଳ ନୋଟିସ ଦେଇ ନୀରବିଯାଇଛନ୍ତି। ଫଳରେ ଶ୍ରମିକମାନେ ଆର୍ଥିକ ଦୁର୍ଦ୍ଦିନ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଏହିମର୍ମରେ ପ୍ରଭାବିତ ଠିକା ଶ୍ରମିକମାନେ ଶନିବାର ଜିଲାପାଳ ନିଖିଳ ପଓ୍ବନ କଲ୍ୟାଣଙ୍କୁ ଭେଟି ତୁରନ୍ତ ବକେୟା ଦରମା ପ୍ରଦାନ କରିବା ସହ ଶ୍ରମ ଅଧିକାରୀ, ଠିକାସଂସ୍ଥା ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
ଶିଳ୍ପ କାରଖାନା ପରିଚାଳନା, ପରିବହନ, ରକ୍ଷଣାବେକ୍ଷଣ, ମରାମତି ଆଦି କ୍ଷେତ୍ରରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଠିକାସଂସ୍ଥାଗୁଡିକ ନିୟୋଜିତ ଅଛନ୍ତି। ତେବେ କେତେକ ଠିକାସଂସ୍ଥାରେ ନିୟୋଜିତ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କୁ ଅଧା ଦରମା ସହ ମାସ ମାସ ଧରି ସେମାନଙ୍କ ପ୍ରାପ୍ୟ ନଦେଇ ଶୋଷଣ କରାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ଜିଏମ୍‌ ଏଣ୍ଟରପ୍ରାଇଜେସ୍‌ ଠିକାସଂସ୍ଥା ଅଧୀନରେ କାମ କରିଥିବା ଶ୍ରମିକ ଅଜୟ କୁମାର ରଣା, ଚନ୍ଦ୍ରମଣି ସେଠୀ, ପ୍ରଶାନ୍ତ ଜେନା, ରାମଚନ୍ଦ୍ର ବେହେରା, ତ୍ରିଲୋଚନ ମଲ୍ଲିକ, ସୋମନାଥ ପ୍ରଧାନ, ସେକ ସାଜିଦ, ଶ୍ରୀଧର ରଣା ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ୨୦୧୭ରୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ଦୈନିକ ୬୦୦ ଟଙ୍କା ହିସାବରେ ଦରମା ମିଳୁଥିଲା। କିନ୍ତୁ ୨୦୨୨ ଡିସେମ୍ବରରୁ ୨୦୨୩ ଏପ୍ରିଲ ପର୍ଯ୍ୟନ୍ତ ଉକ୍ତ ଠିକାସଂସ୍ଥା କାର୍ଯ୍ୟରେ ନିୟୋଜିତ କରିଥିଲେ ହେଁ ୪୬ ଜଣ ଶ୍ରମିକଙ୍କ ଦରମା ପ୍ରଦାନ କରି ନଥିଲା। ଦରମା ମାଗିବାରୁ ଉକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷ ବିଭିନ୍ନ ଧମକ ଦେଇ ମାନସିକ ନିର୍ଯାତନା ଦେଇଥିଲା। ଏ ସଂକ୍ରାନ୍ତରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବହୁବାର ଅଭିଯୋଗ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ସେମାନେ ୧୧ା୫ା୨୦୨୩ରେ ଯୁଗ୍ମ ଶ୍ରମ କମିଶନରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ସଞ୍ଜିତ କୁମାର ଦେଓ ମାମଲା ପରିଚାଳନା କରିବା ସହ ଠିକାସଂସ୍ଥା ଓ ଜେଏସଏଲ୍‌ କର୍ତ୍ତୃପକ୍ଷଙ୍କୁ ଶ୍ରମ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ୩ ଥର ନୋଟିସ ଜାରି କରିଛନ୍ତି। କିନ୍ତୁ କମ୍ପାନୀ କିମ୍ବା ଠିକାସଂସ୍ଥା କର୍ତ୍ତୃପକ୍ଷ ଭ୍ରୂକ୍ଷେପ ନ କରି ଶ୍ରମ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ନ ଥିଲେ। ଏପରିକି ଶ୍ରମ ଆଇନ ଅନୁଯାୟୀ ଶ୍ରମ ବିଭାଗ ଅଧିକାରୀ ନିଜ ଆଡୁ କୌଣସି ମାମଲା ମଧ୍ୟ ରୁଜୁ କରି ନ ଥିଲେ। ପ୍ରାୟ ବର୍ଷେ ହେବ କୌଣସି ପଦକ୍ଷେପ ନ ନେଇ ଆଜି ଆସ କାଲି ଆସ ବୋଲି କହି ଶ୍ରମ ବିଭାଗ ପକ୍ଷରୁ ଭୁଅଁା ବୁଲାଯାଉଛି ବୋଲି ଶ୍ରମିକମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ ଜିଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ଏହାର ସମାଧାନ କରିବାକୁ ନୋଟିସ ଜାରି କରାଯାଇଛି। ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri