Posted inଖେଳ

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ ଭଲ ପ୍ରଦର୍ଶନ କରି ସେ ଜାତୀୟ ଦଳରେ ସାମିଲ ହୋଇଥିଲେ। ହେଲେ ଆଶା ମୁତାବକ ଖେଳି ପାରି ନ ଥିଲେ। ମାତ୍ର ପରେ ତାଙ୍କୁ ଚେନ୍ନାଇ ନିଜ ଟିମ୍‌ରେ ସାମିଲ କରିଥିଲା। ଡେବ୍ୟୁ ସିଜନରେ ସେ ମାତ୍ର ୨ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଥିଲା। ୨୦୨୩ରେ ବି ତାଙ୍କର ଆଖିଦୃଶିଆ ପ୍ରଦର୍ଶନ ନ ଥିବା ସତ୍ତ୍ୱେ ମହେନ୍ଦ୍ର ସିଂହ ଧୋନୀ ଆଶା ଛାଡ଼ି ନ ଥିଲେ। ତାଙ୍କ ଉପରେ ବିଶ୍ୱାସ ରଖି ସେ ସୁଯୋଗ ଦେଉ ଥିଲେ। ଶେଷରେ ଧୋନୀଙ୍କ ପ୍ରଚେଷ୍ଟା ଯୋଗୁ ପଥିରାନା ଏବେ ଚେନ୍ନାଇର ପ୍ରମୁଖ ବୋଲର୍‌ ପାଲଟିଛନ୍ତି। ଏବେ ସେ ନିଜର ସଫଳତାର ଶ୍ରେୟ ଧୋନୀଙ୍କୁ ଦେଇଛନ୍ତି।

ଚେନ୍ନାଇ ୟୁଟ୍ୟୁବ୍‌ ଚ୍ୟାନେଲରେ ଧୋନୀଙ୍କ ସହ ନିଜର ସମ୍ପର୍କକୁ ନେଇ ପଥିରାନା କହିଛନ୍ତି, ନିଜର କ୍ରିକେଟର ଜୀବନରେ ‘ମାହି’ ତାଙ୍କ ବାପାଙ୍କ ଭଳି। ସେ ତାଙ୍କର ବାପା ଭଳି ଯତ୍ନ ନେଇଥାନ୍ତି। ବାପା ଯେଉଁଭଳି ଘରେ ଚିନ୍ତା କରନ୍ତି, ସେହିଭଳି ଧୋନୀ ତାଙ୍କର ଚିନ୍ତା କରିଥାନ୍ତି। ତେବେ ଧୋନୀଙ୍କ ଛୋଟ ଛୋଟ କଥା ତାଙ୍କ କ୍ୟାରିୟରରେ ବଡ଼ ପ୍ରଭାବ ପକାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ପାଇଁ ସାକ୍ଷାତକାର ଦେଲେ ଗମ୍ଭୀର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୮।୬: ଟିମ୍‌ ଇଣ୍ଡିଆର ଆଗାମୀ ହେଡ୍‌ କୋଚ୍‌ ହେବେ ଗୌତମ ଗମ୍ଭୀର। ଏହା ସ୍ପଷ୍ଟ ହୋଇଥିଲେ ହେଁ କୋଚ୍‌ ନିଯୁକ୍ତି ନେଇ ସମସ୍ତ ପ୍ରକ୍ରିୟାକୁ ଅନୁସରଣ...

ୟୁରୋ କପ୍‌ ଫୁଟବଲ ଫ୍ରାନ୍ସ, ସ୍ଲୋଭାକିଆ ବିଜୟୀ: ମ୍ୟାଚ୍‌ରେ ଆହତ ହୋଇଛନ୍ତି ଏମ୍‌ବାପେ

ଡସେଲ୍‌ଡର୍ଫ,୧୮ା୬: ଜର୍ମାନରେ ଅନୁଷ୍ଠିତ ୟୁରୋ କପ୍‌ ଫୁଟବଲ ୨୦୨୪ରେ ଫ୍ରାନ୍ସ ଓ ସ୍ଲୋଭାକିଆ ବିଜୟୀ ହୋଇଛନ୍ତି। ମାକ୍ସିମିଲିଆନ୍‌ ଓବରଙ୍କ ଆତ୍ମଘାତୀ ଗୋଲ ବଳରେ ଫ୍ରାନ୍ସ ୧-୦ରେ...

ଟି-୨୦ରେ ବିଶ୍ୱରେକର୍ଡ କଲେ ଏହି ବୋଲର୍‌

ତ୍ରିନିଦାଦ,୧୮ା୬: ଲୋକି ଫର୍ଗୁସନଙ୍କ ବିଶ୍ୱ ରେକର୍ଡ ସହିତ ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ପପୁଆ ନ୍ୟୁ ଗିନି(ପିଏନ୍‌ଜି)କୁ ୭ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟସ୍‌ ହାରି...

ସୁପର-୮ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ସେଣ୍ଟ ଭିନ୍‌ସେଣ୍ଟ, ୧୮ା୬ (ପି.ଟି.): ଟି୨୦ ବିଶ୍ୱକପରେ ସୋମବାର ବାଂଲାଦେଶ ୨୧ ରନ୍‌ରେ ନେପାଳକୁ ପରାସ୍ତ କରିଛି। ଶେଷ ଦଳ ଭାବେ ସୁପର-୮ରେ ପ୍ରବେଶ କରିଥିବା...

ଶ୍ରୀଲଙ୍କାର ସହଜ ବିଜୟ

ଗ୍ରସ୍‌ ଆଇଲେଟ୍‌, ୧୮ା୬ (ପି.ଟି.): ଟି୨୦ ବିଶ୍ୱକପରେ ସୋମବାର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ନେଦରଲାଣ୍ଡ୍ସକୁ ୮୩ ରନ୍‌ରେ ପରାସ୍ତ କରିଛି ଶ୍ରୀଲଙ୍କା। ଉଭୟ ଦଳ ସୁପର-୮...

ସୁପର-୮ ପର୍ଯ୍ୟାୟ ପୂର୍ବରୁ କ୍ରିକେଟ୍‌ ନୁହେଁ, ଏହି ଗେମ୍‌ ଖେଳିଲେ ଟିମ୍‌ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୧୭।୬: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରମାଗତ ତିନିଟି ମ୍ୟାଚ ଜିତି ସୁପର-୮ରେ...

ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା

ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରେ ସମର୍ଥନ କରିବାକୁ...

ଟି-୨୦ ବିଶ଼୍ବକପ୍‌: ସୁପର ୮ରେ ଭାରତ, ଜାଣନ୍ତୁ କେବେ କାହାକୁ ଭେଟିବ

ନୂଆଦିଲ୍ଲୀ, ୧୭।୬: ଜାରି ରହିଥିବା ଟି-୨୦ ବିଶ଼୍ବକପ୍‌ରେ ଭାରତ ସୁପର-୮ରେ ସ୍ଥାନ ପକ୍କା କରିସାରିଛି । ଏ ପର୍ଯ୍ୟନ୍ତ ୩୮ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri