Posted inଫୁରସତ

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ମିସୁକୋ ଟୋଟୋରି ନିଯୁକ୍ତ ହୋଇଛନ୍ତି। ପ୍ରଥମ ମହିଳା ଭାବେ ଟୋଟୋରି ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଜାପାନର ଶୀର୍ଷ କମ୍ପାନୀଗୁଡ଼ିକ ମଧ୍ୟରୁ ୧ ପ୍ରତିଶତରୁ କମ୍‌ କମ୍ପାନୀ ମହିଳାଙ୍କ ନେତୃତ୍ୱରେ ଚାଲିଥିବା ବେଳେ ଟୋଟୋରିଙ୍କ ନିଯୁକ୍ତି ସହ ଏହି ତାଲିକାରେ ଏବେ ଜାପାନ ଏୟାରଲାଇନ୍ସ ଯୋଡ଼ି ହୋଇଛି। ଜାପାନ ଏୟାରଲାଇନ୍ସର ଏହି ବଡ ଘୋଷଣା ମହିଳା ସଶକ୍ତୀକରଣ ପାଇଁ ଏକ ମାଇଲଖୁଣ୍ଟ ହୋଇଥିବା ବିବେଚନା କରାଯାଉଛି। ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଟୋଟୋରି ଜାପାନ ଏୟାରଲାଇନ୍ସର ସିଇଓ ଭାବେ ନିଜ କାର୍ଯ୍ୟଭାର ଗ୍ରହଣ କରିବାକୁ ନେଇ ଚାରିଆଡ଼େ ବେଶ୍‌ ଚର୍ଚ୍ଚା ହେଉଛି।
ଅନୁଯାୟୀ, ମିସୁକୋ ଟୋଟୋରି ୧୯୮୫ ମସିହାରେ ବିମାନ ସେବାରେ ଜଣେ ସାଧାରଣ ଆଟେଣ୍ଡାଣ୍ଟ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତିନି ଦଶନ୍ଧି ଧରି ସେ ନିଜ କାର୍ଯ୍ୟକୁ ନିଷ୍ଠାର ସହ କରିବା ପରେ ୨୦୧୫ରେ ସେ ବରିଷ୍ଠ କ୍ୟାବିନ କ୍ରିଉ ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କୁ ଜାପାନ ଏୟାରଲାଇନ୍ସର ସଭାପତି ତଥା ସିଇଓ ଭାବେ ନିଯୁକ୍ତ କରାଯାଇଛି। ତେବେ ଜାପାନ ଏୟାରଲାଇନ୍ସର ପୂର୍ବ ସିଇଓମାନଙ୍କଠାରୁ ଟୋଟୋରିଙ୍କ ପୃଷ୍ଠଭୂମି ସମ୍ପୂର୍ଣ୍ଣ ଭିନ୍ନ ଥିବା ଜଣାପଡ଼ିଛି। ଏହି ପଦବୀରେ ଅବସ୍ଥାପିତ ଶେଷ ୧୦ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୭ ଜଣ ଜାପାନର ଶୀର୍ଷ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଟୋଟୋରି, ଅପେକ୍ଷାକୃତ କମ୍‌ ସମ୍ମାନଜନକ ନାଗାସାକିର କ୍ୱାସୁଇ ମହିଳା ଜୁନିୟର କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଟୋଟୋରିଙ୍କୁ ସିଇଓ କରିବା ପଛରେ ଜାପାନ ଏୟାରଲାଇନ୍ସ ପକ୍ଷରୁ ଅନେକ କାରଣ ଦର୍ଶାଯାଇଛି। ନିଜ କ୍ୟାରିୟରରେ ସୁରକ୍ଷିତ ଉଡ଼ାଣ କାର୍ଯ୍ୟ ଓ ପରିଚାଳନା, ବିମାନ ସେବାରେ ତାଙ୍କର ଅଭିଜ୍ଞତା ଏବଂ କୋଭିଡ ମହାମାରୀ ସମୟରେ ନିରାପଦ କାର୍ଯ୍ୟ ପରିଚାଳନା କରିବାରେ ଟୋଟୋରିଙ୍କ ଅବଦାନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜାପାନ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।
ଏହି ଅବସରରେ ୫୯ ବର୍ଷିୟା ଟୋଟୋରି କହିଛନ୍ତି, ଜାପାନ ଏବେ ମହିଳା ପରିଚାଳକଙ୍କ ସଂଖ୍ୟା ବୃଦ୍ଧି କରିବାର ପ୍ରାରମ୍ଭିକ ଲକ୍ଷ୍ୟ ପୂରଣ କରିବାକୁ ଚେଷ୍ଟା କରୁଛି। ଜାପାନରେ ଏବେ ମହିଳାମାନେ ନିଜକୁ ସକ୍ରିୟ ରଖିବାକୁ ଚାହଁୁଥିବା ଟୋଟୋରି କହିଛନ୍ତି। ଭବିଷ୍ୟତରେ ଏଠାରେ ମହିଳାମାନଙ୍କର ଅଧିକ ପ୍ରଗତି ହୋଇପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri