Odisha Elections 2024

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ ନୂଆ ହୋଇଥିବା ବର୍ଷାଙ୍କ ନିର୍ବାଚନ ଲଢ଼ିବା କଷ୍ଟକର। ସେଥିପାଇଁ ମଙ୍ଗଳବାର ବଡ଼ଚଣା ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା, ଜିଲା ପରିଷଦ ସଭ୍ୟ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଶଙ୍ଖଭବନକୁ ଡାକି ବର୍ଷାଙ୍କୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଇ ସମସ୍ତ ଦଳୀୟ ପଦାଧିକାରୀଙ୍କୁ ଗୁରୁମନ୍ତ୍ର ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି। ତାଙ୍କୁ ସମସ୍ତେ ମିଳିମିଶି ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଚେଷ୍ଟା କରନ୍ତୁ। ଆଗମୀ ଦିନରେ ନିଜେ ମୁଖ୍ୟମନ୍ତ୍ରୀ ଓ ସାଙ୍ଗଠନିକ ସମ୍ପାଦକ ବଡ଼ଚଣାର ଦାୟିତ୍ୱ ନେବେ। ତେଣୁ ବର୍ଷାଙ୍କୁ ବିଜୟୀ କରିବାକୁ ସେ ନିବେଦନ କରିଛନ୍ତି। ଆସନ୍ତା ୨୬ ତାରିଖ ଶୁକ୍ରବାର ବର୍ଷା ପ୍ରଥମ କରି ବଡ଼ଚଣା ଆସିବେ। ତାଙ୍କୁ ସ୍ବାଗତ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି କରିବାକୁ ପ୍ରଣବ କହିଛନ୍ତି। ବଡ଼ଚଣା ବିଜେଡିର ୩ ଗୋଷ୍ଠୀର ବହୁ ନେତୃତ୍ୱ ଏହି ବୈଠକରେ ସାମିଲହୋଇଥିଲାବେଳେ ବିଧାୟକ ଅମର ପ୍ରସାଦ ଶତପଥୀ ଅନୁପସ୍ଥିତ ଥିଲେ। ବୈଠକ ପରେ ବିଧାୟକ ଶତପଥୀ ନବୀନ ନିବାସ ଯାଇ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।
ଯାଜପୁର ଜିଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାର୍ଥିନୀ ବର୍ଷା, ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ, ରାଜ୍ୟ ସମ୍ପାଦକ ଜନ୍ମେଜୟ ଲେଙ୍କା, କ୍ୟାପଟେନ ରାଜନାରାୟଣ ମହାପାତ୍ର, ବ୍ଲକ୍‌ ଅଧ୍ୟକ୍ଷା ମିନତି ସେନାପତି, ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ, କୈଳାସ ଚନ୍ଦ୍ର ରାଉତ, ଇତିଶ୍ରୀ ସାମଲ, ଶୁକ୍ରମଣୀ ପୂର୍ତ୍ତି, ବିଜେଡି ବ୍ଲକ ସଭାପତି ଅରବିନ୍ଦ ସାମଲ, ସରପଞ୍ଚ ରଞ୍ଜନ ଦାସ, ସାଗରିକା ବିହାରୀ, ଅବଦୁଲ ଗନି, ଆଶିଷ ରଞ୍ଜନ ଚୌଧୁରୀ, ପ୍ରବୀର କୁମାର ସାମଲ, ପ୍ରମିଳା ଜେନା, ପୁଷ୍ପଲତା ନାଥ, ପୂଜାରିଣୀ ବଳ, ରଞ୍ଜନ ବଳ, ଧନେଶ୍ୱର ବେହେରା, ଦିଲୀପ ସାମଲ ଓ ଜ୍ଞାନରଞ୍ଜନ ସାହୁ ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେ ବର୍ଷା ବଡ଼ଚଣାର ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ସ୍ବାଗତ ଜଣାଇଥିଲେ। ବଡ଼ଚଣାର ନେତୃତ୍ୱମାନେ ମଧ୍ୟ ବର୍ଷାଙ୍କ ସମେତ ଉପସ୍ଥିତ ସମସ୍ତ ନେତୃବୃନ୍ଦଙ୍କୁ ସ୍ବାଗତସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଭିଏମ୍‌ ସିଲ୍‌ ପୂର୍ବରୁ ଚେତା ହରାଇଲେ ପୋଲିଂ ଅଫିସର

ପାଟଣା,୨୫ା୫(ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟରେ ନିର୍ବାଚନ କାର୍ଯ୍ୟ କରୁଥିବା ଜଣେ ଫାଷ୍ଟ ପୋଲିଂ ଅଫିସର ଶନିବାର ରାତିରେ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ମୃତ ଭାବି ଥାନାରେ ଆତ୍ମସମର୍ପଣ କଲେ ଦୁଇ ଆକ୍ରମଣକାରୀ

ଛତ୍ରପୁର,୨୫ା୫(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଟଲାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l କୌଣସି କାରଣ ନେଇ...

ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ଘୋଷଣା

କଟକ,୨୫ା୫(କାର୍ତ୍ତିକ ସାହୁ): କଟକ ଜିଲା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ପୋଲିଂ ଅଫିସର ସୁଜାତା ମିତ୍ରଙ୍କର ଶନିବାର ମୃତ୍ୟୁ ଘଟିଛି। ସେ ହାଡ଼ିବନ୍ଧୁ ନୋଡାଲ ହାଇସ୍କୁଲର...

ବାତ୍ୟା ଭୟ: ଉପକୂଳରେ ହାଇଆଲର୍ଟ, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୋଗରାଇ,୨୫ା୫(ପ୍ରଦୀପ ଦାସ): ମଧ୍ୟବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ‘ରେମାଲ’ ନାମକ ସାମୁଦ୍ରିକ ଝଡ଼ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳଆଡ଼କୁ ଘଣ୍ଟାକୁ ୧୭ କିମି ବେଗରେ...

ଭୋଟ୍‌ ଦେବାକୁ ଆସି ଫେରିଗଲେ ଭୋଟର

ନିରାକାରପୁର,୨୫ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ଶାନ୍ତିଶୃଙ୍ଖଳାର...

ସୃଷ୍ଟି ହେଲା ବାତ୍ୟା ‘ରେମାଲ’, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର,୨୫ା୫: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହା ପ୍ରାୟ ୧୨ କିଲୋମିଟର ବେଗ ସହିତ ଉତ୍ତର ଦିଗକୁ...

ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୫୯.୭୨ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୫ା୫: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ମୋଟ୍‌ ୫୯.୭୨% ମତଦାନ ହୋଇଛି। ସେହିପରି ଭୁବନେଶ୍ବରରେ...

ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି ଘଟଣା: ଏଡିଜି କହିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୫।୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ତାଙ୍କ ନିର୍ବାଚନମଣ୍ଡଳୀର ମତଦାନବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri