ବିରଳ ଅସ୍ତ୍ରୋପଚାର: ଶିଶୁ ମୁଣ୍ଡରୁ କଢ଼ାଗଲା କାଠଖଣ୍ଡ, ଶିଶୁଙ୍କୁ ବଞ୍ଚାଇଦେଲେ…

ବ୍ରହ୍ମପୁର/ଦିଗପହଣ୍ଡି, ୮।୫(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ନବରଙ୍ଗପୁର ଜିଲା ଉମରକୋଟ ଗ୍ରାମର ସଞ୍ଜିତ ହରିଜନଙ୍କ ପୁଅ ଓମ (୩) ଗତ ୨୮ ତାରିଖ ଅପରାହ୍ନରେ ଘର ସାମ୍ନାରେ ଥିବା ଗଛ ମୂଳେ ଖେଳୁଥିବା ବେଳେ ଆକସ୍ମିକ ଝଡ଼ ପବନ ହେବାରୁ ତାଙ୍କ ମୁଣ୍ଡ ଉପରେ ଗଛ ଡାଳ ଭାଙ୍ଗି ପଡିଯିବା ପରେ ପ୍ରାୟ ୪ ଇଞ୍ଚ ଲମ୍ବର ଏକ କାଠ ଖଣ୍ଡ (ବାଡ଼ି) ଶିଶୁଟିର ମୁଣ୍ଡର ମଝି ଭାଗରେ ଲାଖି ଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଗୁରୁତର ଶିଶୁଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ଥିତିରେ ସୁଧାର ନ ଆସିବାରୁ ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ଶିଶୁଟିର ଅବସ୍ଥା ଅତ୍ୟନ୍ତ ବିପଦଜନକ ଥିବାରୁ କାଠଖଣ୍ଡ କଢ଼ାଯାଇପାରି ନ ଥିଲା। ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କ ମୁଣ୍ଡରେ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକତା ଥିବାରୁ ଶିଶୁକୁ ସ୍ନାୟୁ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ଅତ୍ୟନ୍ତ ଜରୁରୀ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ତାଙ୍କ ମୁଣ୍ଡରେ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିଲା। ନିଶ୍ଚେତକ ବିଭାଗୀୟ ମୁଖ୍ୟ ଡା. ସଞ୍ଜୀବ ପାତ୍ର, ଡା. ନିବେଦିତା ସାହୁ ଓ ସହଯୋଗୀଙ୍କ ଉପସ୍ଥିତିରେ ସ୍ନାୟୁ ଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ରବି ନାରାୟଣ ପଣ୍ଡା, ଆସିଷ୍ଟାଣ୍ଟ ପ୍ରଫେସର ଡା. ଦେବଦତ୍ତ ସେନାପତି, ଡା. ତୁଷାର କାନ୍ତ ରଥ, ଡା. ଦେବଶ୍ରୀ ମହାରଣା, ଡା. ପି. ହରିଶ ପ୍ରସାଦଙ୍କୁ ନେଇ ଗଠିତ ଡାକ୍ତରୀ ଟିମ ଦୀର୍ଘ ୪ ଘଣ୍ଟା ଧରି ଅକ୍ଲାନ୍ତ ଉଦ୍ୟମ କରିବା ପରେ ଶିଶୁଙ୍କ ମୁଣ୍ଡରେ ଲାଖିହୋଇ ରହିଥିବା କାଠଖଣ୍ଡକୁ ସଫଳତାର ସହ ବାହାର କରିବାକୁ ସକ୍ଷମ ହୋଇଥିଲେ । ଯାହାଫଳରେ ଆସନ୍ନ ମୃତ୍ୟୁ ମୁଖରୁ ଶିଶୁଟି ବଞ୍ଚିଯାଇଥିଲେ। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ନାୟୁ ଶଲ୍ୟ ବିଭାଗୀୟ ମୁଖ୍ୟ ଡା. ପଣ୍ଡା କହିଛନ୍ତି। ଅପରପକ୍ଷରେ ଶିଶୁଙ୍କ ଜୀବନ ବଞ୍ଚାଇ ପରିବାର ମୁହଁରେ ହସ ଫୁଟାଇଥିବା ଡାକ୍ତରୀଟିମର ସମସ୍ତ ସଦସ୍ୟଙ୍କୁ ଶିଶୁଙ୍କ ବାପା ଓ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗଲେ ଜେଲ, ଫୋର୍ସ ମୁତୟନ

ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ…

କମେ ଗାଁ ଜଙ୍ଗଲରୁ ହାତୀଛୁଆର ମୃତଦେହ ଉଦ୍ଧାର: ନର୍ଲା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ…

ନର୍ଲା, ୭।୮(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ କମେ ଗାଁ ଜଙ୍ଗଲରୁ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।…

“କାମ କର, ନଚେତ୍ ଅନ୍ୟପାଇଁ ବାଟ ଛାଡ଼”: କଡ଼ା ଚେତାବନୀ ଦେଇ…

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ ଏବଂ ଜାତୀୟ ସ୍ତରର ପ୍ରମୁଖ ଦଳୀୟ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri