ତ୍ରିମୁଖୀ ଲଢେଇ ଦେଖିବେ ଭୋଟର

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ ବିଜେଡି ପ୍ରାର୍ଥୀ ଭାବେ ଅଭିମନ୍ୟୁ ସେଠୀଙ୍କ ନାମ ଘୋଷଣା ହୋଇଛି। ବିଧାୟକ ଭାଗିରଥିଙ୍କ ଉପରେ ଦଳ ନିରାଶ ହୋଇ ଏଭଳି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି। ନବାଗତ ପ୍ରାର୍ଥୀଙ୍କ ଚୟନ କରି ନିର୍ବାଚନମଣ୍ଡଳୀରେ ବୃଦ୍ଧି ପାଇଆସୁଥିବା ବିଜେଡିର ଗୋଷ୍ଠୀ କନ୍ଦଳ ଏକ ପ୍ରକାର ଭଟ୍ଟା ପଡିଛି ବୋଲି କୁହାଯାଉଛି। ଅଭିମନ୍ୟୁ ବିଜେଡିର ଜଣେ ଆଗଧାଡିର କର୍ମୀ ଓ ସଂଗଠକ ଭାବେ ବେଶ ଚର୍ଚ୍ଚାରେ ରହିଆସିଥିବାବେଳେ ତାଙ୍କ ନେତୃତ୍ୱରେ ତାଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ ହାଟଡିହୀ ବ୍ଲକ ଅଧ୍ୟକ୍ଷା ଭାବେ ବର୍ତ୍ତମାନ ଦାୟିତ୍ୱରେ ରହିଛନ୍ତି। ଏପରିକି ପୂର୍ବରୁ ସାବିତ୍ରୀ ମଧ୍ୟ ହାଟଡିହୀ ବ୍ଲକର ଅଧ୍ୟକ୍ଷା ଭାବେ ଦାୟିତ୍ୱ ନିର୍ବାହ କରିବା ଏପରକି ନିଜ ପଞ୍ଚାୟତ ହାଟଡିହୀ ବ୍ଲକ ଇଚୋଳରୁ ସରପଂଚ ଭାବେ ଜିତିବାର ନଜିର ରହିଛି। ଢେର ରାଜନୈତିକ ଅଭିଜ୍ଞତା ସମ୍ପନ୍ନ ୍ଯଯକ୍ତିଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଅଭିମନ୍ୟୁ ଏବେ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଦୀର୍ଘ ପ୍ରତୀକ୍ଷାର ଅନ୍ତ ପରେ ବିଜେଡି ତାର ପ୍ରାର୍ଥୀ ଘୋଷଣା ପରେ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢେଇର ଚିତ୍ର ସ୍ପଷ୍ଟ ହୋଇଛି। ପୂର୍ବରୁ ଭାଜପାର ବିଧାୟକ ପ୍ରାର୍ଥୀ ଭାବେ ଆଲୋକ ସେଠୀଙ୍କ ନାମ ଘୋଷଣା ଓ ପରବର୍ତ୍ତୀ ପର୍ଯ୍ୟାୟରେ କଂଗ୍ରେସର ଭେଟେରାନ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନାମ ଘୋଷଣା ହୋଇଥିଲା। ଏହି ନିର୍ବାଚନମଣ୍ଡଳୀକୁ ଲଗାତର ଭାବେ ବିଜେଡି ଦଖଲ କରି ଆସୁଥିବାବେଳେ ଚଳିତ ଥର ବିଜୟୀ ହୋଇ ଚତୁର୍ଥ ବିଜୟ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଲଗାତର ତିନି ପାଳି ନିର୍ବାଚନମଣ୍ଡଳୀରେ କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଉଭା ହେଉଥିବା ଦେଖାଯାଇଛି। ଚଳିତ ଥର ଭାଜପାର ପରିବର୍ତ୍ତନର ସ୍ବର ନିର୍ବାଚନ ମାହୋଲକୁ ସରଗରମ କରୁଥିବାବେଳେ ଲଢେଇ ତ୍ରିମୁଖୀ ହେବା ସ୍ପଷ୍ଟ ହେଉଛି। ଯଥେଷ୍ଟ ପୂର୍ବରୁ ଦଳୀୟ ଟିକେଟ ହାସଲ କରି ଭାଜପା ଓ କଂଗ୍ରେସ ପ୍ରଚାରରେ ଲାଗିପଡିଛନ୍ତି। ତେବେ ବିଜେଡିର ସାଂଗଠନିକ ଦକ୍ଷତାକୁ ଆଧାର କରି ନବାଗତଙ୍କୁ ଟିକେଟ ଦେଇଥିବାବେଳେ ଆଗାମି ଦିନରେ ଅଭିମନ୍ୟୁ କିପରି ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ଦେଖିବାକୁ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri