Odisha Elections 2024

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ

ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ ଏବଂ କିଛି ଲୋକଙ୍କ ପ୍ରୟାସ ଭିନ୍ନକ୍ଷମ ସଂରକ୍ଷଣକୁ ଆଇନ ସ୍ବୀକୃତ କରାଇଲେ। ପ୍ରତିଟି ପିଲା ବା ବ୍ୟକ୍ତିବିଶେଷର ସ୍ବତନ୍ତ୍ର କ୍ଷମତାକୁ ଚିହ୍ନି, ତାକୁ ବିକଶିତ କରି ଦୁନିଆ ସମ୍ମୁଖକୁ ଆଣିବାକୁ ଇଚ୍ଛାଶକ୍ତିକୁ ଅଧିକ କରିବାକୁ ପଡ଼େ ଅନୁଷ୍ଠାନ ଓ ମାତାପିତା ବା ଯତ୍ନ ନେଉଥିବା ବ୍ୟକ୍ତିମାନଙ୍କୁ। ତା’ହେଲେ ଯାଇ ଦିବ୍ୟାଙ୍ଗ ବ୍ୟକ୍ତିର କ୍ଷମତା ଦୃଶ୍ୟମାନ ହୁଏ।
ଆମ ଦେଶରେ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଦିବ୍ୟାଙ୍ଗଙ୍କ ପାଇଁ ୩% ସଂରକ୍ଷଣ ବ୍ୟବସ୍ଥା ଥିଲାବେଳେ ଉଚ୍ଚଶିକ୍ଷା ଓ କର୍ମନିଯୁକ୍ତି କ୍ଷେତ୍ରରେ ୫%ର ବ୍ୟବସ୍ଥା ଅଛି। ମାତ୍ର ଦୁର୍ଭାଗ୍ୟ,ଏହାର ସଦୁପଯୋଗ ହେଉନାହିଁ ଓ ବିଭାଗୀୟ କର୍ମଚାରୀ ସମ୍ପୂର୍ଣ୍ଣ ବୀତସ୍ପୃହ। ଦିବ୍ୟାଙ୍ଗ ନିଯୁକ୍ତିମେଳାର ଆୟୋଜନ ହେଉଛି। କମ୍ପାନୀର ମାନବ ସମ୍ବଳ ଅଧିକାରୀମାନେ ନିଜର ଇନ୍‌କ୍ଲୁସିଭ୍‌ ଏମ୍ପ୍ଲୟର କାର୍ଡ ଝୁଲାଇ, ମିଡିଆ ସାମ୍‌ନାରେ ଭାଷଣ ଦେଇ କର୍ପୋରେଟ୍‌ ସାମାଜିକ ଦାୟିତ୍ୱର କୋଟା ପୂରଣ ହୋଇଗଲା ବୋଲି ଭାବନ୍ତି।
ଏବେ ଦିବ୍ୟାଙ୍ଗତାର ପରିସରକୁ ବ୍ୟାପକ କରାଯାଇଛି। ଏହାଦ୍ୱାରା ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ସଂରକ୍ଷଣର ଲାଭ ଉଠାଇପାରିବେ। କିନ୍ତୁ ଦୁଃଖର ବିଷୟ ଯେ, କେତେକ ସକ୍ଷମ ବ୍ୟକ୍ତି ହସ୍ପିଟାଲ ଓ କିଛି ନୀତିବିହୀନ କର୍ମଚାରୀଙ୍କୁ ଅର୍ଥଲାଳସା ଦେଇ ଭିନ୍ନକ୍ଷମ ସାର୍ଟିଫିକେଟ ହାସଲ କରନ୍ତି ଓ ବିଭିନ୍ନ ଯୋଜନାର ଲାଭ ଉଠାନ୍ତି। ପ୍ରକୃତ ଦିବ୍ୟାଙ୍ଗମାନେ ଏ ଦୁଆର ସେ ଦୁଆର ହୁଅନ୍ତି।
ସରକାରୀ ଯୋଜନାରେ କର୍ମନିଯୁକ୍ତି ପର୍ଯ୍ୟାପ୍ତ ନୁହେଁ। ଦେଶରେ ବଢ଼ିଚାଲିଥିବା ବେକାରି ହାର ହିଁ ଏହାର ପ୍ରମାଣ। ଆମ ଜନସଂଖ୍ୟାର ସିଂହଭାଗ ପ୍ରାୟ ପ୍ରାଇଭେଟ୍‌ କମ୍ପାନୀରେ କାମ କରନ୍ତି, ଯେଉଁଠି କର୍ମନିରାପତ୍ତା ପ୍ରାୟ ସାରୁପତ୍ରରେ ଜଳ ଭଳି। ତଥାକଥିତ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗମାନେ ନିଜର କମ୍‌ ନିରାପତ୍ତାକୁ ନେଇ ବିବ୍ରତ ହୋଇପଡ଼ନ୍ତି। ନିଜର ସମସ୍ତ ଆବଶ୍ୟକତାକୁ ନେଇ ଦୈନନ୍ଦିନ ଜୀବନରେ ସଂଘର୍ଷ କରୁଥିବା ଦିବ୍ୟାଙ୍ଗ କେତେ ମାନସିକ ଚାପ ମଧ୍ୟରେ ରହୁଥିବେ, ତାହା ସହଜରେ ଅନୁମେୟ। ସରକାରୀ, ବେସରକାରୀ ତଥା ସୁରକ୍ଷିତ ନିଯୁକ୍ତି ଦିବ୍ୟାଙ୍ଗଙ୍କ ପାଇଁ ପ୍ରଥମ ଆବଶ୍ୟକ।
ଭାରତରେ ଦିବ୍ୟାଙ୍ଗଙ୍କୁଅଣଦେଖା କରାଯିବା ଉଚିତ୍‌ ନୁହେଁ। ଦିବ୍ୟାଙ୍ଗ ନିଯୁକ୍ତି ଅର୍ଥନୀତିର ମୋଟ ଘରୋଇ ଉତ୍ପାଦ(ଜିଡିପି) ବଢ଼ାଇବାରେ ଯୋଗଦାନର ସମ୍ଭାବନା ରହିଛି। ଏପରି ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଥିବା ହାତଗଣତି କମ୍ପାନୀଗୁଡ଼ିକର ଅଭିଜ୍ଞତାରୁ ଏହା ପ୍ରମାଣିତ ହୋଇସାରିଛି ଯେ ଦିବ୍ୟାଙ୍ଗ ନିଯୁକ୍ତି ସକାରାତ୍ମକ ଆର୍ଥିକ ପ୍ରଭାବ ପ୍ରଦାନକରେ। ଅନୁସନ୍ଧାନ ମୁତାବକ, ଦିବ୍ୟାଙ୍ଗ ନିଯୁକ୍ତିରୁ ଉଭୟ ଦିବ୍ୟାଙ୍ଗ ଓ ନିଯୁକ୍ତିଦାତା ଲାଭ ପାଇଥାନ୍ତି। ଦିବ୍ୟାଙ୍ଗ କର୍ମଚାରୀମାନେ ସାଧାରଣତଃ ନିଯୁକ୍ତିଦାତା ପ୍ରତି ବିଶ୍ୱସ୍ତ ଥାଆନ୍ତି। ସେମାନେ ନିଜର କାର୍ଯ୍ୟକୁଶଳତାକୁ ପ୍ରମାଣ କରିବା ପାଇଁ ଅଧିକ ତତ୍ପର ହୋଇଥାନ୍ତି। ସାଧାରଣ ଲୋକେ ନିଜର ପେସାଗତ ଜୀବନକୁ ନେଇ ଅସନ୍ତୁଷ୍ଟ ଥିବାବେଳେ ଦିବ୍ୟାଙ୍ଗମାନେ ନିଜ କାମରେ ସନ୍ତୁଷ୍ଟ ଥିବାର ଉଦାହରଣ ମିଳେ। ତାଙ୍କ ଭିତରେ ଅଧିକ ସ୍ଥିରତା ଓ ସୃଜନଶୀଳତା ଥାଏ। ଦିବ୍ୟାଙ୍ଗଙ୍କ ଅନୁପସ୍ଥିତିର ନିମ୍ନହାର, ନିଯୁକ୍ତିଦାତା ପ୍ରତି ବିଶ୍ୱସ୍ତତା, ଅଧିକ ସକାରାତ୍ମକ କାର୍ଯ୍ୟ ପରିବେଶ ସହ ଉଚ୍ଚ ଉତ୍ପାଦନ ତଥା ଉଦ୍ଭାବନ ସ୍ତର ସୃଷ୍ଟି କରିଥାଏ। ଫଳରେ ନିଯୁକ୍ତି ଏବଂ ପ୍ରଶିକ୍ଷଣଜନିତ ବ୍ୟୟ ହ୍ରାସ ପାଇଥାଏ ଓ କମ୍ପାନୀର ଉଚ୍ଚ ବଜାର ଅଂଶ ଏବଂ ଅଂଶଧନକାରୀଙ୍କ ମୂଲ୍ୟ ବୃଦ୍ଧି ପାଇଥାଏ। ଆସନ୍ତୁ, ଦିବ୍ୟାଙ୍ଗଙ୍କ ନିଯୁକ୍ତି ବିଷୟରେ ଅଧିକ ଜାଣିବା :
ପ୍ରଥମରେ ଦିବ୍ୟାଙ୍ଗମାନେ ଦକ୍ଷ କର୍ମଚାରୀ ହୋଇପାରିବେ। କିଛି କାମ ଅଛି, ଯାହା ଦିବ୍ୟାଙ୍ଗଙ୍କ ପାଇଁ ଉପଯୁକ୍ତ। ଉଦାହରଣ ସ୍ବରୂପ, ଜଣେ ଡାଉନ୍ସ ସିଣ୍ଡ୍ରମ କିମ୍ବା ଅଟିଜମ୍‌ ଆକ୍ରାନ୍ତ ବ୍ୟକ୍ତି ଏକ ଅଧିକ ଏକାଗ୍ରତାପୂର୍ଣ୍ଣ କାମକୁ ସୁଚାରୁରୂପେ କରନ୍ତି। ଜଣେ ଶ୍ରବଣବାଧିତ ଦୃଶ୍ୟମାନ ତ୍ରୁଟି ସହଜରେ ଧରିପାରିବେ ଓ ଦୃଷ୍ଟିବାଧିତ ସୁଗନ୍ଧ ଏବଂ ସ୍ବାଦ ପରୀକ୍ଷାରେ ବିଶେଷଜ୍ଞ ହୋଇପାରିବେ।
ଦ୍ୱିତୀୟରେ, ଦିବ୍ୟାଙ୍ଗ ତାଲିମ ଉପରେ ବାସ୍ତବରେ ବହୁତ କମ୍‌ ଖର୍ଚ୍ଚ ହୁଏ ଏବଂ ସେମାନଙ୍କୁ ନିୟୋଜିତ କରିବାର ଦୀର୍ଘମିଆଦୀ ଲାଭ ବହୁତ ଅଧିକ।
ତୃତୀୟରେ, ନିଯୁକ୍ତି ସେମାନଙ୍କୁ ବିତ୍ତୀୟ ସ୍ବାଧୀନତା ଦିଏ । ସେମାନଙ୍କ ପରିବାର ମଧ୍ୟ ଆର୍ଥିକଦୃଷ୍ଟିରୁ ଲାଭବାନ୍‌ ହୁଅନ୍ତି ଏବଂ ସେମାନଙ୍କୁ ବୋଝ ଭାବେ ଦେଖନ୍ତି ନାହିଁ।
ଚତୁର୍ଥରେ, ସହକର୍ମୀମାନେ ସେମାନଙ୍କ ଆବଶ୍ୟକତା ବିଷୟରେ ସମ୍ବେଦନଶୀଳ ହୁଅନ୍ତି। ପ୍ରଥମେ ହୁଏତ ଅନ୍ୟ କର୍ମଚାରୀଙ୍କୁ ଅତିରିକ୍ତ କିଛି କରିବାକୁ ପଡ଼େ (ଯେପରି ସାଙ୍କେତିକ ଭାଷା), କିନ୍ତୁ ଶେଷରେ ତାହା ସେମାନଙ୍କର ବାୟୋଡାଟାକୁ ଉନ୍ନତ କରେ।
ପଞ୍ଚମରେ, ଦିବ୍ୟାଙ୍ଗମାନେ ପ୍ରାୟତଃ ଅଧିକ ବିଶ୍ୱସ୍ତ ଏବଂ ପରିଶ୍ରମୀ। ଏହା କମ୍ପାନୀ ପାଇଁ ଏକ ଉତ୍ତମ ପ୍ରତିଛବି ସୃଷ୍ଟିକରେ।
ଷଷ୍ଠରେ, ଭାରତୀୟ ପ୍ରସଙ୍ଗରେ ଅକ୍ଷମତା ସମାନତା ସୂଚକାଙ୍କ ପରି ଏକ ସୂଚକାଙ୍କର ଆବଶ୍ୟକତା ଅଛି। ଏହା ସେମାନଙ୍କୁ ବିଶ୍ୱସ୍ତରୀୟ ମାନ୍ୟତା ଦେବ ।
ସପ୍ତମରେ, କର୍ପୋରେଟ୍‌ ସାମାଜିକ ଦାୟିତ୍ୱର ଏକ ଅଂଶଭାବରେ ଦିବ୍ୟାଙ୍ଗମାନଙ୍କୁ ନିଯୁକ୍ତି ପ୍ରଦାନ କରିବା କମ୍ପାନୀ, ସମ୍ପ୍ରଦାୟ ଏବଂ ଅର୍ଥନୀତି ତଥା ସମାଜ ପାଇଁ ଲାଭଦାୟକ ହେବ।
ଜନଗଣନା ତଥ୍ୟ, ବିଶେଷକରି ବିଭିନ୍ନ ଅକ୍ଷମତା ସ୍ଥିତି ଉପରେ ନିଯୁକ୍ତି ତଥ୍ୟ ସଂରକ୍ଷଣ, ନୀତି ଏବଂ ବଜେଟ ଆବଣ୍ଟନ ଇତ୍ୟାଦିକୁ ସରକାର ସଂଶୋଧନ ଓ କାର୍ଯ୍ୟକ୍ଷମ କରିବା ଉଚିତ୍‌। ଦିବ୍ୟାଙ୍ଗଙ୍କୁ ନିୟୋଜିତ କରୁଥିବା କମ୍ପାନୀଗୁଡ଼ିକୁ ସରକାର ପ୍ରୋତ୍ସାହନ ଯୋଗାଇବା ଉଚିତ୍‌।
ମୋ: ୮୩୧୦୭୮୧୫୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୮୭, ତଥାପି ଏହି ବୟସରେ ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ରାଜସ୍ଥାନର ଡ. ମାୟା ଟଣ୍ଡନ। ସେ...

ଗ୍ରୀଷ୍ମରେ ଛାୟାଦ୍ରୁମ

ଡ. ଶରତ ଚନ୍ଦ୍ର ପରିଡ଼ା   ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଟିକିଏ ମିଳିଗଲେ ସତେ କି ଅମୃତ! ମଝିରେ ମଝିରେ ଝଡ଼ବତାସ ଆସି ପୁରୁଣାକାଳିଆ...

ଅକାଳ ପକ୍ବ ଫଳ ଅମୃତ ନା ବିଷ

ଡ. ଚିନ୍ତାମଣି ପଣ୍ଡା   ଋତୁକାଳୀନ ଫଳ ଓ ପନିପରିବା ସବୁ ବର୍ଷର ଭିନ୍ନ ଭିନ୍ନ ଋତୁରେ ବଜାରକୁ ଆସିଥାଏ। ଯେଉଁ ସମୟରେ ଯେଉଁ ଫଳଟି...

ନୈରାଶ୍ୟର ପ୍ରତିବାଦ

ସ୍ଲାଭୋଜ୍‌ ଜିଜେକ୍‌   ଏବେ ଅତି ଖରାପ ସମୟ ପଡ଼ିଛି। ପ୍ରକୃତିରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟୁଛି। ବାରମ୍ବାର ଦୁବାଇରେ ପ୍ରବଳ ବର୍ଷା କିମ୍ବା...

ମିଶୁ ମୋର ଦେହ ଏ ଦେଶ ମାଟିରେ

ବର୍ତ୍ତମାନ ଚାରିଆଡ଼େ ନିର୍ବାଚନର ମାହୋଲ। ସବୁଠି ନେତାମାନଙ୍କର ମାଳ ମାଳ ପ୍ରତିଶ୍ରୁତିର ସ୍ବର। ଦୂରଦର୍ଶନ ହେଉ ବା ସାମାଜିକ ଗଣମାଧ୍ୟମ, ଯେକୌଣସି ପ୍ଲାଟ୍‌ଫର୍ମ ହେଉ ସବୁଠି...

ଚାରି ଦୁଆର ଓ ରତ୍ନ ଭଣ୍ଡାର

ପୁରୀ ସହର ବା ଜିଲା ନୁହେଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ଏପରି କି ବିଦେଶରେ ରହୁଥିବା ସମସ୍ତ ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଶ୍ରୀମନ୍ଦିରର ଚାରି...

ଏଇ ଭାରତରେ

ଉତ୍ତରାଖଣ୍ଡରେ ପାଇନ ଗଛର ଶୁଷ୍କପତ୍ର (ପାଇନ ନିଡଲ୍ସ) ବନାଗ୍ନିର ଏକ ବଡ଼ କାରଣ ବୋଲି କୁହାଯାଉଛି। ଏହା ବର୍ଷ ବର୍ଷ ଧରି ଗଛମୂଳରେ ଜମା ହୋଇ...

ସମୟାନ୍ତରେ ରାମାୟଣ

ଗଙ୍ଗା ନଦୀ ଅବବାହିକାରେ ଭାରତର ୫୦ ପ୍ରତିଶତ ଭୋଟର ରହନ୍ତି। ତେଣୁ ହିନ୍ଦୁତ୍ୱବାଦୀ ରାଜନେତାମାନଙ୍କ ପାଇଁ ରାମାୟଣ ବିଶେଷକରି ତୁଳସୀ ଦାସ ରଚିତ ରାମଚରିତ ମାନସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri