Odisha Elections 2024

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ ବାଦ୍‌ ଦେଇଛି। ଏଥିରେ ନୂଆ ସଂସଦ ଭବନରେ ବିକ୍ଷୋଭକାରୀ ପଶିବା ଘଟଣାରେ ବିବାଦୀୟ ହୋଇଥିବା ମହୀଶୂର ଏମ୍‌ପି ପ୍ରତାପ ସିମ୍‌ହାଙ୍କ ସମେତ ଭୋପାଳ ଏମ୍‌ପି ପ୍ରଜ୍ଞା ସିଂ ଠାକୁର, ଦିଲ୍ଲୀର ଏମ୍‌ପି ପ୍ରବେଶ ବର୍ମା, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, ଏମ୍‌ପି ମୀନାକ୍ଷୀ ଲେଖୀଙ୍କୁ ଉଦାହରଣ ଭାବେ ନିଆଯାଉଛି। ଏହି ନ୍ୟାୟରେ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରି ନ ଥିବା ଚର୍ଚ୍ଚା ହେଉଛି। ସରକାରୀ ଅଧିକାରୀଙ୍କୁ ମାଡ଼ ଏବଂ କୁଡୁମୀ ସମ୍ପ୍ରଦାୟ ବିରୋଧୀ ମନ୍ତବ୍ୟ ପାଇଁ ଟୁଡୁ ବିବାଦୀୟ ହୋଇପଡ଼ିଥିଲେ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଲୋକ ସଭା ପ୍ରାର୍ଥୀ ତାଲିକାରୁ ଭାଜପା ବାଦ୍‌ ଦେବା ପରେ ଜିଲାର କୌଣସି ବିଧାନସଭା ଆସନରେ ପ୍ରାର୍ଥୀ କରାଯାଇପାରେ ବୋଲି ଆଲୋଚନା ହେଉଥିଲା। କିନ୍ତୁ ମଙ୍ଗଳବାର ମୟୂରଭଞ୍ଜ ଜିଲାର ବାକି ୪ଟି ଆସନ ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି ଓ କରଞ୍ଜିଆ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଟୁଡୁଙ୍କୁ ସ୍ଥାନ ମିଳିନାହିଁ। ଗତ ୫ବର୍ଷର କାର୍ଯ୍ୟକଳାପରେ ବିଶ୍ୱେଶ୍ୱରଙ୍କ ଉପରେ ଦଳ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଆଲୋଚନା ହେଉଛି ଯେ, ସଂଘ ପରିବାର (ଆରଏସ୍‌ଏସ୍‌) ସହ ସମ୍ପୃକ୍ତ ବିଶ୍ୱେଶ୍ୱରଙ୍କ ବାର୍ତ୍ତାଳାପକୁ ନେଇ ଜିଲାବାସୀଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଖପ୍ପା ହୋଇ ପଡ଼ିଥିଲେ। ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଅଣଦେଖା, କୁଡୁମୀ ସମ୍ପ୍ରଦାୟ ବିରୋଧୀ ମନ୍ତବ୍ୟ, ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ଭଳି ଆଚରଣ ଯୋଗୁ ସେ ବିଭିନ୍ନ ସମୟରେ ଅଡ଼ୁଆରେ ପଡ଼ିଥିଲା। ଲୋକେ ସମସ୍ୟା ନେଇ ତାଙ୍କ ପାଖକୁ ଅଭିଯୋଗ କରିବାକୁ ଯିବା ସମୟରେ ସେ କଟୁ କଥା କହୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହିସବୁ ଘଟଣା ଦଳର ଶୀର୍ଷ ନେତୃବୃନ୍ଦଙ୍କ ନିକଟରେ ପହଞ୍ଚତ୍ବା ପରେ ତାଙ୍କୁ ଟିକେଟରୁ ବଞ୍ଚତ୍ତ କରାଯାଇଥିବା ନେଇ ଆଲୋଚନା ଜୋର ଧରିଛି। ତେବେ ବିଶ୍ୱେଶ୍ୱର ଦଳରେ ରହି କାର୍ଯ୍ୟ କରିବେ ନା ଦଳ ପରିବର୍ତ୍ତନ କରିବେ ସେନେଇ ମୁହଁ ଖୋଲିନାହାନ୍ତି। ତାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।
ମୟୂରଭଞ୍ଜ ଲୋକ ସଭା ଆସନ ସମେତ ଏହି ଜିଲାର ୯ଟି ବିଧାନସଭା ନିର୍ବାଚନମଣ୍ଡଳୀ ସକାଶେ ଭାଜପା ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ଭଳି ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁ ମଧ୍ୟ ଭାଜପା ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ତେବେ ଭାଜପା ଟିକେଟରୁ ବଞ୍ଚତ୍ତ ଆଶାୟୀମାନେ ଦଳ ପରିବର୍ତ୍ତନ କରିବାକୁ ମସୁଧା ଚଳାଇଥିବା ବେଳେ ବିଜେଡି ଘୋଷଣା କରି ନ ଥିବା ଜିଲାର ୩ ବିଧାନସଭା ଆସନ କରଞ୍ଜିଆ, ସାରସକଣା ଓ ବାଙ୍ଗିରିପୋଷି ଉପରେ ସମସ୍ତଙ୍କ ନଜର ରହିଛି।
ମେ ୨୫ରେ ଜିଲାର କରଞ୍ଜିଆ ବିଧାନସଭା କ୍ଷେତ୍ର ଓ ଜୁନ୍‌ ୧ରେ ଅବଶିଷ୍ଟ ୮ ବିଧାନସଭା ଆସନ ସମେତ ଏମ୍‌ପି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ମଙ୍ଗଳବାର ଭାଜପା ପକ୍ଷରୁ ପ୍ରକାଶିତ ତାଲିକାରେ ୨ ନୂଆ ଚେହେରାଙ୍କୁୁ ଗୁରୁତ୍ୱ ଦିଆଯାଇଛି। ରାଇରଙ୍ଗପୁର ବିଧାନସଭା ଆସନରୁ ଜୋଲେନ ବରଦା, କରଞ୍ଜିଆ ବିଧାନସଭା କ୍ଷେତ୍ରରୁ ପଦ୍ମଚରଣ ହାଇବୁରୁ, ବାଙ୍ଗରିପୋଷିରୁ ସଞ୍ଜଳି ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେଡି ଛାଡ଼ି ଭାଜପାରେ ଯୋଗଦେଇଥିବା ପୂର୍ବତନ ବିଧାୟକ ଭାଦବଙ୍କୁ ଦଳ ସାରସକଣା ଆସନ ପ୍ରାର୍ଥୀ ଚୟନ କରିଛି। ୨୦୦୪ରେ ଭାଦବ ଜେଏମ୍‌ଏମ୍‌ରୁ ଜିଲା ପରିଷଦ ସଭାପତି ହୋଇ ରାଜନୀତିରେ ଚର୍ଚ୍ଚିତ ଚେହେରା ଭାବେ ପରିଗଣିତ ହୋଇଥିଲେ। ୨୦୦୯ ବିଧାନସଭା ନିର୍ବାଚନ ହାରିବା ପରେ ୨୦୧୪ରେ ବିଜେଡିରେ ମିଶି ସାରସକଣା ଆସନରୁ ବିଧାୟକ ହୋଇଥିଲେ। ତେବେ ଦଳରେ ତାଙ୍କୁ ଅଣଦେଖା କରାଯିବାରୁ ସେ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ୨୦୧୯ରେ ସାରସକଣାରୁ ଭାଜପା ଟିକେଟରେ ବିଧାୟକ ହୋଇଥିବା ବୁଢ଼ାନଙ୍କ କାର୍ଯ୍ୟଶୈଳୀ ଓ ଲୋକପ୍ରିୟତା କମିଥିବାରୁ ଏହି ଆସନରେ ପ୍ରାର୍ଥୀ ବଦଳ କରାଯାଇଥିବା କୁହାଯାଉଛି। ସେହିପରି ବାଙ୍ଗିରିପୋଷି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ସଞ୍ଜଳିଙ୍କ ବାପା ଶୁକଦା ମୁର୍ମୁ ପୂର୍ବରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏଥର ତାଙ୍କ ଝିଅଙ୍କୁ ଭାଜପା ଟିକେଟ ଦେଇଛି। ସେହିପରି କରଞ୍ଜିଆ ଆସନରେ ପରାଜିତ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି। ନୂତନ ଚେହେରା ଭାବେ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀରୁ ଜୋଲେନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଏଠାକାର ବିଧାୟକ ନବଚରଣ ମାଝିଙ୍କୁ ମୟୂରଭଞ୍ଜ ଲୋକ ସଭା ପ୍ରାର୍ଥୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା...

ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ...

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri