Odisha Elections 2024

୬୧ ଦିନ ଯାଏ ମାଛ ଧରିବା ମନା

ପାରାଦୀପ,୧୫।୪(ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲାରେ ସୋମବାରଠାରୁ ୬୧ ଦିନ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ଏହି ୨ମାସରେ କୌଣସି ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରି ପାରିବେ ନାହିଁ। ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ ପକ୍ଷରୁ ଏହି ସର୍କୁଲାର (ଚିଠି ନଂ.୩୯୮୭) ଜାରି କରାଯାଇଛି। ଏହି କଟକଣା ପରେ ରାଜ୍ୟର ସବୁ ମାଛଧରା ବନ୍ଦର ବନ୍ଦ ରହିବ। ଏହାଦ୍ବାରା ପ୍ରାୟ ୧୨ ଲକ୍ଷ ମତ୍ସ୍ୟଜୀବୀ ପ୍ରଭାବିତ ହେବେ। ଏପରି କଟକଣା ୨୦୦୭ ମସିହାରୁ ଚାଲିଛି। ପୂର୍ବରୁ ଏହା ୪୫ ଦିନ ରହୁଥିଲା। ୨୦୧୭ ରୁ ୬୧ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇଁ ଏପରି କରାଯାଉଛି। ଏପ୍ରିଲ ୧୫ ରୁ ଜୁନ ୧୪ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କଟକଣା ଜାରି ହେବା ପୂର୍ବରୁ ରବିବାର ସା ସୁଦ୍ଧା ସମୁଦ୍ର ଭିତରେ ଥିବା ମାଛଧରା ବୋଟଗୁଡ଼ିକ ମାଛଧରା ବନ୍ଦର ପୋତାଶ୍ରୟକୁ ଫେରି ଆସିଛନ୍ତି।
ସୂଚନାଯୋଗ୍ୟ, ପାରାଦୀପ ମାଛଧରା ବନ୍ଦରରୁ  ପ୍ରାୟ ୬୦୦ ବଡ଼ ବୋଟ ଓ ୨୦୦ ଛୋଟ ଡଙ୍ଗା ମାଛ ଧରିବା ପାଇଁ ନିୟମିତ ସମୁଦ୍ରକୁ ଯାଇଥାନ୍ତି। ଏହି ମତ୍ସ୍ୟ ଶିଳ୍ପ ଉପରେ ପ୍ରାୟ ୫୦ ହଜାର ଲୋକ ନିର୍ଭରଶୀଳ ବୋଲି ଓମ୍ଫା (ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ) ସଭାପତି ଶ୍ରୀକାନ୍ତ ପରିଡ଼ା କୁହନ୍ତି। ଏବେ ସେମାନେ ଦୁଇମାସ ଘରକୁ ପଳାଇ ଯିବେ। ୨୦୦୫ ପୂର୍ବରୁ ଗୋଟିଏ ବୋଟ୍‌ ସମୁଦ୍ରରେ ବର୍ଷକୁ ୨୦ ରୁ ୨୨ଥର ସମୁଦ୍ରକୁ ଯାଇ ମାଛଧରି ଫେରୁଥିଲେ।
 ଏବେ ବର୍ଷକୁ ୧୦ ରୁ୧୨ଥର ସମୁଦ୍ରକୁ ଯିବା  କଷ୍ଟକର ହେଉଛି ବୋଲି ଏକ ବୋଟ୍‌ ମାଲିକ  ନରେନ୍ଦ୍ର ବିଶ୍ୱାଳ କୁହନ୍ତି। ସମୁଦ୍ରରେ ମାଛ ଉତ୍ପାଦନ ହ୍ରାସ ପାଇବା, ଅନିୟନ୍ତ୍ରିତ ପାଣିପାଗ, ଇନ୍ଧନ ମୂଲ୍ୟ ବୃଦ୍ଧି, ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ୬ ମାସ କଟକଣା, ନଦୀ ମୁହାଣ ଅଶାନ୍ତ ରହିବା ଭଳି ଘଟଣା ଏହାର ପ୍ରମୁଖ କାରଣ ବୋଲି ସେ ପ୍ରକାଶ କରିଛନ୍ତି। ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ବିଜୟ କୁମାର କରଙ୍କ କହିବାନୁସାରେ,କଟକଣାକୁ ମତ୍ସ୍ୟଜୀବୀମାନେ ସହଜରେ ସ୍ବାଗତ କରିଥାନ୍ତି। କାରଣ ଏହି ସମୟ ମଧ୍ୟରେ ମାଛ ବଂଶ ବୃଦ୍ଧି ପାଇଁ ଉପଯୁକ୍ତ ସମୟ ଥାଏ। ପ୍ରଜନନ, ଅଣ୍ଡାଦାନ ପାଇଁ ମା’ମାଛ କୂଳକୁ ଆସିଥାନ୍ତି। ଏହି ସମୟରେ ମାଛ ଧରିଲେ ମା’ଓ ଯାଅଁଳ ମାଛ କ୍ଷତିଗ୍ରସ୍ତ ହେବେ। ମାଛ ବଂଶ ବଢ଼ିଲେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଫାଇଦା ମିଳିବ ବୋଲି ସେ କୁହନ୍ତି। ପାରାଦୀପ ମାଛଧରାବନ୍ଦର ଭିତରେ ଏତେ ଗୁଡିଏ ଲୋକଙ୍କ କାରବାର ପାଇଁ ସବୁବେଳେ ଗହଳ ଚହଳ ରହିଥାଏ। ଏବେ ୨ମାସ ସେଠାରେ ଖାଁ ଖାଁ ପରିବେଶ ଦେଖାଦେବ।

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ...

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri