୨ବର୍ଷ ହେଲା ଅଲିଭ୍‌ ରିଡ୍‌ଲେଙ୍କ ସଂଖ୍ୟା କମୁଛି

କେନ୍ଦ୍ରାପଡ଼ା,୧୪ା୪(ଜଗନ୍ନାଥ ଧଳ)୨୦୨୩ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଭିତରକନିକା ଜାତୀୟ ଉଦ୍ୟାନସ୍ଥିତ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡାଦାନ କରିଥିଲେ। ସେହିପରି ୨୦୨୨ରେ ଏମାନଙ୍କ ସଂଖ୍ୟା ୫.୧ ଲକ୍ଷରୁ ଊର୍ଦ୍ଧ୍ୱ ଥିଲା। ମାତ୍ର ଚଳିତ ବର୍ଷ ଏମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ମାତ୍ର ୩ ଲକ୍ଷରୁ ଊର୍ଦ୍ଧ୍ୱ କଇଁଛ ଅଣ୍ଡାଦାନ କରିଥିବାରୁ ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରିଛନ୍ତି।
ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ କଇଁଛ ଓ ହେନ୍ତାଳ ସୁରକ୍ଷା ସମିତି ସମ୍ପାଦକ ହେମନ୍ତ କୁମାର ରାଉତ, ପରିବେଶବିତ୍‌ ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ପରିବେଶବିତ୍‌ ଶ୍ରୀକାନ୍ତ ନାୟକ ପ୍ରମୁଖ କହିଛନ୍ତି, ଅଣ୍ଡାଦାନ ପାଇଁ ଆସୁଥିବା ଅଲିଭ୍‌ ରିଡ୍‌ଲେଙ୍କ ସଂଖ୍ୟା ହ୍ରାସ ହେବା ତଟାଞ୍ଚଳର ବିଭିନ୍ନ କାରଣ ଏଥିପାଇଁ ଦାୟୀ। ଏହି ସାମୁଦ୍ରିକ ଅଞ୍ଚଳ ଏବେ ତଟକ୍ଷୟ ପରି ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛି। ହେନ୍ତାଳ ବଣ ଏହି ସମସ୍ୟାର ସମାଧାନ ମାଧ୍ୟମ ହୋଇଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ସଚେତନତା ଓ କାର୍ଯ୍ୟକ୍ରମ ଜାରି ରହୁନି। ଇତିମଧ୍ୟରେ ସାମୁଦ୍ରିକ ଅଞ୍ଚଳର ଅନେକ ଚଟକାକୁ ସାମୁଦ୍ରିକ ଜୁଆର ନିଶ୍ଚିହ୍ନ କରିଛି। ସେହିପରି ଚିଙ୍ଗୁଡ଼ି ଘେରି ବୃଦ୍ଧି ତଟାଞ୍ଚଳକୁ ନଷ୍ଟ କରୁଛି। ଏଠାରୁ ନିର୍ଗତ ରାସାୟନିକ ଦ୍ରବ୍ୟ ତଟାଞ୍ଚଳର ହେନ୍ତାଳ ବଣ ସହିତ ସାମୁଦ୍ରିକ ଜୀବ ପାଇଁ ଘାତକ ହୋଇଛି। ଏନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନି। ବେଆଇନ ଚିଙ୍ଗୁଡ଼ି ଘେରି ବୃଦ୍ଧିକୁ ରୋକାଯାଇ ପାରୁନାହିଁ। ଏହାବ୍ୟତୀତ ଚଳିତ ବର୍ଷ ସାମୂହିକ ଅଣ୍ଡାଦାନରେ ସଂଖ୍ୟା ହ୍ରାସ ପାଇଁ ପାଣିପାଗ ପରିବର୍ତ୍ତନ ଅନ୍ୟ ଏକ କାରଣ ସାବ୍ୟସ୍ତ ହୋଇଛି। ପୂର୍ବରୁ ମାର୍ଚ୍ଚ ମାସ ମଧ୍ୟରେ ଅଣ୍ଡାଦାନ ହେଉଥିବା ବେଳେ ଚଳିତ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଛି। ସେହିପରି ଗହୀରମଥା ସାମୁଦ୍ରିକ ଅଞ୍ଚଳର କଟକଣାକୁ ନ ମାନି ମତ୍ସ୍ୟଜୀବୀ ଅନବରତ ପଶି ଆସିବା, ଗିଲ୍‌ ନେଟ୍‌ରେ କଇଁଛଙ୍କ ମୃତ୍ୟୁ ହେବା ଆଦି କାରଣ ରହିଛି। ପ୍ରାକୃତିକ ପରିବେଶକୁ ନ ସଜାଡିଲେ ହରଚଣ୍ଡୀ ତଟାଞ୍ଚଳ ପରି ଆଗାମୀ ଦିନରେ ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ପରିବେଶବିତ୍‌ମାନେ ସତର୍କ କରାଇଛନ୍ତି।
ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ପ୍ରଦୋଷ ମହାରଣା କହିଛନ୍ତି, କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି। ତଟକ୍ଷୟରୁ ମୁକ୍ତ ପାଇଁ ହେନ୍ତାଳ ବଣ ସୃଷ୍ଟି କରିବା, ସାମୁଦ୍ରିକ ଅଞ୍ଚଳକୁ କଡା ନଜରରେ ରଖିବା, ବେଆଇନ ଭାବେ ଅନୁପ୍ରବେଶ କରୁଥିବା ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ପରି କାର୍ଯ୍ୟକ୍ରମ ଜାରି ରଖିଛି। ଅଣ୍ଡାଦାନ ସଂଖ୍ୟା କମିବା କାରଣ ସମ୍ପର୍କରେ ବନ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଉଥିବା ରେଞ୍ଜ ଅଧିକାରୀ ମହାରଣା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ଦ୍ୱାଦଶ ପର୍ଯ୍ୟନ୍ତ ପଢିବାକୁ ଲାଗୁଛି ୨୨ ଲକ୍ଷ! କେମିତି ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗିଲାଣି ଘରୋଇ ସ୍କୁଲ, ଭାଇରାଲ ହେଉଛି CAଙ୍କ ପୋଷ୍ଟ

ନୂଆଦିଲ୍ଲୀ,୭।୧୨: ଭାରତରେ ମଧ୍ୟବିତ୍ତ ପରିବାର ପାଇଁ ଶିକ୍ଷା ସର୍ବଦା ପ୍ରାଥମିକତା ରହିଆସିଛି। କିନ୍ତୁ ୨୦୨୫ ପାଇଁ ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ ଆସିଛି। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri