ଗୋଟିଏ ସେଣ୍ଟରରେ ଦୁଇଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବୃଦ୍ଧି ପାଉଛି ଅସନ୍ତୋଷ

କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ଅଙ୍ଗନଓ୍ବାଡ଼ିର ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି କେନ୍ଦ୍ରର ୬୧ ଜଣ ପିଲା ବସି ପଢୁଥିବା ବେଳେ ଘର ଅଭାବରୁ ପାଠପଢ଼ା ରୁମ୍‌ରେ ରହିଛି ଷ୍ଟୋର ସାମଗ୍ରୀ। ଫଳରେ ପାଠପଢ଼ା ବ୍ୟାହତ ହେବା ସହ ନାନା ସମସ୍ୟା ସୃଷ୍ଟି ହେଇଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଏକ ଛୋଟିଆ ବଖରାରେ ଦୁଇଟି କେନ୍ଦ୍ରର ପିଲାଙ୍କ ପାଇଁ ରୋଷେଇ ହେଉଥିବା ବେଳେ ଖାଇବା ପାଇଁ ସ୍ଥାନ ଅଭାବ ଯୋଗୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ ମହେଶ୍ୱର ପୁର ଅଙ୍ଗନଓ୍ବାଡ଼ି କେନ୍ଦ୍ର (କ) ଓ (ଖ)ର ପିଲା ପଢୁଛନ୍ତି। ଶିଶୁ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଥିବା ବେଳେ ପ୍ରକୃତ ପକ୍ଷେ ଏହି ଯୋଜନାର ଏକ ବିକଳ ଚିତ୍ର ଏହି ଅଙ୍ଗନଓ୍ବାଡ଼ିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି।

ଚମ୍ପୁଆ ବ୍ଲକ କାର୍ଯ୍ୟାଳୟର ନାକ ତଳେ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱରପୁର ଅଙ୍ଗନଓ୍ବାଡ଼ି କେନ୍ଦ୍ର (କ) ଓ (ଖ)ର ଏହି ଦୁର୍ଦ୍ଦଶାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଲୋକସଂଖ୍ୟା ଦୃଷ୍ଟିରୁ ଗ୍ରାମରେ ଦୁଇଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲା ଯାଇଥିବା ବେଳେ କେନ୍ଦ୍ର ପାଇଁ କିନ୍ତୁ ଗୃହ ନିର୍ମାଣ କରିବାକୁ ସତେ ଯେମିତି ଭୁଲି ଯାଇଛି ପ୍ରଶାସନ। ସେଇଥିପାଇଁ ଗୋଟିଏ ମାତ୍ର ସେଣ୍ଟରରେ ଦୁଇଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଚାଲୁଥିବା ବେଳେ କେନ୍ଦ୍ରରେ ପାଚେରି, ବିଦ୍ୟୁତ୍‌ ସଂଯୋଗ, ଟ୍ୟାପ ପାଣି ଏପରିକି ପାଇଖାନା ଓ ପରିସ୍ରାଗାର ଖଣ୍ଡେ ନ ଥିବାରୁ କୁନିକୁନି ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୌଚ ହେବା ପାଇଁ ପିଲାମାନେ ଗେଟ୍‌ ବାହାରରେ ଥିବା ଏକ ବନ୍ଧ ଉପରେ ନିର୍ଭର କରୁଛନ୍ତି। ଯାହାକୁ ନେଇ ଗ୍ରାମରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଓ ଅଭିଭାବକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri