Odisha Elections 2024

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ ନେଇ ଉଭୟ ଗୋଷାଣି ଏବଂ ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଚଳିତ ନିର୍ବାଚନରେ ଭୋଟ ଦେବୁନାହିଁ ଏବଂ କୌଣସି ରାଜନୈତିକ ଦଳ ପ୍ରଚାର ବା ଭୋଟ ଭିକ୍ଷା ନିମନ୍ତେ ଗ୍ରାମାଞ୍ଚଳକୁ ଅଯଥା ଟଙ୍କା ଓ ସମୟ ଅପଚୟ କରି ନ ଆସନ୍ତୁ ବୋଲି ଗଣମାଧ୍ୟମ ମାଧ୍ୟମରେ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଚନ୍ଦନ ଖଳା ଗ୍ରାମ ରାସ୍ତା ନିର୍ମାଣ ନିମନ୍ତେ ବହୁବାର ଅଭିଯୋଗ ହୋଇଆସୁଛି। ଏନେଇ ଜିଲାପାଳଙ୍କଠାରୁ ଆରମ୍ଭ କରି ବିଭାଗୀୟ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଗୁହାରି କରି ନୟାନ୍ତ ହେଲେଣି । ଗତ ମାସରେ ମଧ୍ୟ ଉଭୟ ବ୍ଲକବାସୀ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଲାପାଳ ମଧ୍ୟ ରାସ୍ତା ଅଞ୍ଚଳ ବୁଲି ଦେଖିଥିଲେ। ହେଲେ ରାସ୍ତା ନିର୍ମାଣ ସକାଶେ କୌଣସି ଅଗ୍ରଗତି ହେଉ ନଥିବା ଯୋଗୁଁ  ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଛି । ଉଭୟ ବ୍ଲକର ସୀମାନ୍ତ ଗ୍ରାମବାସୀ ଭୋଟ ବର୍ଜନ ନିମନ୍ତେ ନିଷ୍ପତ୍ତି ନେଇଥିବା କହିଛନ୍ତି।
ଅଞ୍ଚଳବାସୀଙ୍କ କହିବା ମୁତାବକ, ଏହି ଗତ ୩୦ବର୍ଷ ପୂର୍ବେ ମାଟି ରାସ୍ତା ନିର୍ମିତ ହୋଇଥିଲା। ଏହାପରେ ଆଉ ରାସ୍ତା ନିର୍ମାଣ ନିମନ୍ତେ କୌଣସି ପଦକ୍ଷେପ ନିଆଯାଇ ପାରି ନ ଥିବା କହିଛନ୍ତି। ଗତ ୨୦୧୮-୧୯ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪୨ଲକ୍ଷ ଟଙ୍କା ବ୍ୟୟବରାଦରେ ଟେଣ୍ଡର ହୋଇଥିଲା। ହେଲେ ଠିକାଦାର ଜଣକ ଟେଣ୍ଡର ପାଇଥିଲେ ମଧ୍ୟ କୌଣସି କାରଣରୁ କାମ ନ କରି ଛାଡିଦେଇଥିଲେ। ମାତ୍ର ୭୦୦ ମିଟର ରାସ୍ତା ନିର୍ମାଣ ହୋଇପାରୁ ନଥିବା ଯୋଗୁଁ  ଉଭୟ ବ୍ଲକର ପ୍ରାୟ ଦଶରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ଯାତାୟତରେ ନାନାଦି ସମସ୍ୟା ଦେଖାଦେଉଛି। ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଫାୟାର ଗାଡି, ବିଭିନ୍ନ ବିଦ୍ୟାଳୟ ତଥା କଲେଜକୁ ଯାଉଥିବା ଛାତ୍ରଛାତ୍ରୀ, ଚିକିତ୍ସା ନିମନ୍ତେ ପାରଳାଖେମୁଣ୍ଡି ସହର କିମ୍ବା ଉପଲଡା ଆଦି ହସ୍ପିଟାଲକୁ ଯିବାଆସିବାରେ ବହୁ ସମସ୍ୟା ସୃଷ୍ଟି ହେଉଥିବା ଜଣାଇଛନ୍ତି। ଏହି ଗ୍ରାମ୍ୟ ରାସ୍ତାରେ ଗୋଷାଣି ବ୍ଲକର ଚନ୍ଦନଖଳା ଆଦି ସହ ବିଭିନ୍ନ ଗ୍ରାମ ସମେତ ଗୁମ୍ମା ବ୍ଲକର କ୍ଷେତଡା, ଏଲୁଗୁଣ୍ଠା, ଆରିଲି, ଅଙ୍ଗରଡା, ବିତିସିଂ, ନାମନଗଡ, ଅଜୟଗଡ ପ୍ରଭୂତି ୧୦ଗ୍ରାମକୁ ସଂଯୋଗ କରୁଛି। ଗୁମ୍ମା ବ୍ଲକର ଉଲ୍ଲେଖିତ ଗ୍ରାମାଞ୍ଚଳର ଲୋକେ ଗୋଷାଣି ବ୍ଲକର ପାଟିକୋଟା, ଉପଲଡା, ବାଘଶଳା, ଗୋଷାଣି ଆଦି ଗ୍ରାମାଞ୍ଚଳକୁ ଯିବା ପାଇଁ ସ୍ବଳ୍ପଦୂରତା ହେଉଥିବାରୁ ଏହି ରାସ୍ତା ଉପରେ ମୁଖ୍ୟତଃ ନିର୍ଭର କରିଥାନ୍ତି। ଉଭୟ ବ୍ଲକର ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସର ଏମପି ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ।...

ଖଲ୍ଲିକୋଟ ନିର୍ବାଚନୀ ହିଂସା: କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ,୧୭।୫(ଅସମାପିକା ସାହୁ): ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।...

କଂଗ୍ରେସର ପ୍ରଚାର ଜୋରଦାର , ଭୋଟରଙ୍କ ମନମୋହୁଛନ୍ତି ଚିତ୍ରସେନ

ପୁରୁଷୋତ୍ତମପୁର,୧୭।୫ (ସିମାଞ୍ଚଳ ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ,ବିଜେଡି ଓ ଭାଜପା ମଧ୍ୟରେ ତ୍ରୀମୁଖି ଲଢେଇ ହେଉଥିବାବେଳେ ପ୍ରଚାରରେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା (ଉଜଳ)...

ଭାଜପାରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର; ଶାରଦା- ରାକେଶ ବି ବହିଷ୍କୃତ

ଭୁବନେଶ୍ୱର,୧୭।୫: ଭାଜପାରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ସେହିଭଳି ମାହାଙ୍ଗାର ଶାରଦା ପ୍ରଧାନ ଏବଂ ସୋରର ରାକେଶ ମଲ୍ଲିକ ମଧ୍ୟ ଭାଜପାରୁ ବହିଷ୍କୃତ...

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ...

ଘୋଷଣା ହେଲା ପିଜି ପ୍ରବେଶିକା ପରୀକ୍ଷା ତାରିଖ, ଜାଣନ୍ତୁ…

ଭୁବନେଶ୍ୱର,୧୭।୫: ରାଜ୍ୟରେ ପୋଷ୍ଟ ଗ୍ରାଜୁଏଟ(ପିଜି) ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ ଖବର । ଆସିଲା ପିିଜି ପ୍ରବେଶିକା ପରୀକ୍ଷାର ତାରିଖ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri