Odisha Elections 2024
Posted inରାଜ୍ୟ

ମୟୂରଭଞ୍ଜ: ଜଣାଶୁଣା ନେତ୍ରୀଙ୍କୁ କୋଣଠେସା

ବାରିପଦା, ୭ା୪(ନୀଳାଦ୍ରି ବିହାରୀ ଦଣ୍ଡାପଟ): ନିର୍ବାଚନ ବିଗୁଲ ବାଜିବା ପରେ ମୟୂରଭଞ୍ଜ ଜିଲାରେ ରାଜନୀତି ଦୃଶ୍ୟପଟ ଭିନ୍ନ ମୋଡ ନେଉଛି । ଦଳରେ ଆଶାୟୀଙ୍କ ଅସନ୍ତୋଷ ଓ ପ୍ରାର୍ଥୀ ଚୟନ ବିବାଦ ରାଜନୈତିକ ଦଳଗୁଡିକ ଲାଗି ମୁଣ୍ଡବ୍ୟଥାର କାରଣ ହୋଇଛି। ଅପରପକ୍ଷେ ଏଥର ଜିଲାର ଜଣାଶୁଣା ତଥା ଟାଣୁଆ ନେତ୍ରୀମାନେ ଟିକେଟ ପାଇବାରୁ କୋଣଠେସା ହୋଇରହିଛନ୍ତି ।

୯ ବିଧାନସଭା କ୍ଷେତ୍ର ମଧ୍ୟରୁ ବିଜେଡି ୬ ଓ ଭାଜପା ୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଅବଶିଷ୍ଟ ଆସନଗୁଡିକରେ ପ୍ରାର୍ଥୀ ଚୟନ ନେଇ ଉଭୟ ଦଳ ପକ୍ଷରୁ ବିଚାର ବିମର୍ଶ ଚାଲୁରହିଛି । ଆଦିବାସୀ ଅଧ୍ୟୁଷିତ ଜିଲାର ସମସ୍ତ ଆସନ ମଧ୍ୟରୁ ମୋରଡା ଆସନ ସାଧାରଣବର୍ଗ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବଡ଼ସାହି ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ୯ ଆସନରୁ ୩ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ ବିଜେଡି ମହିଳାଙ୍କୁ ପ୍ରାଧାନ୍ୟ ଦେଇ ମୋରଡାରୁ ପ୍ରୀତିନନ୍ଦା କାନନୁଗୋ ଓ ବଡ଼ସାହିରୁ ଅନସୂୟା ପାତ୍ରଙ୍କୁ ଟିକେଟ ଦେଇଛି। ଅବଶିଷ୍ଟ ୭ଟି ଆସନ ଅନୁସୂଚିତ ଜନଜାତି ପାଇଁ ଉଦ୍ଦିଷ୍ଟ ରହିଛି । ଏହି ଆସନଗୁଡିକ ମଧ୍ୟରୁ ବାଙ୍ଗରିପୋଷି, ସାରସକଣା ଓ କରଞ୍ଜିଆ ପାଇଁ ପ୍ରାର୍ଥୀ ଘୋଷଣା ନେଇ ବିଳମ୍ବ ହୋଇଛି ।

ଜିଲାରେ ଚର୍ଚ୍ଚିତ ନେତ୍ରୀ ଭାବେ ପ୍ରାକ୍ତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ପ୍ରାକ୍ତନ କଲେଜ ଅଧ୍ୟକ୍ଷା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, ଏଆଇସିସି ସଦସ୍ୟା ତଥା ପ୍ରାକ୍ତନ ରାଜ୍ୟ ସଭା ସଦସ୍ୟା ସୁଶୀଳା ତିରିଆ, ଝାଡଖଣ୍ଡର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନ, ପ୍ରାକ୍ତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମ ଓ ଜିଲା ପରିଷଦ ସଦସ୍ୟା ଭାରତୀ ହାଁସଦା ଜଣାଶୁଣା ଅଛନ୍ତି । ଏମାନଙ୍କ ମଧ୍ୟରୁ ସରୋଜିନୀ, ବାସନ୍ତୀ ଓ ଭାରତୀ ବିଜେଡିର ଟାଣୁଆ ନେତ୍ରୀ ଭାବେ ନିଜର ସଙ୍ଗଠନକୁ ମଜଭୁତ କରିଛନ୍ତି। ଏହି ୩ ନେତ୍ରୀଙ୍କ ମଧ୍ୟରୁ ବାକି ରହିଥିବା ଆସନଗୁଡିକରେ ସୁଯୋଗ ଦିଆଗଲେ ଦଳର ବିଜୟପଥ ସହଜ ହେବ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି । ଏପରିକି ପ୍ରୀତିନନ୍ଦା ଓ ଅନସୂୟାଙ୍କ କ୍ଷେତ୍ରରେ ସେଭଳି ଚର୍ଚ୍ଚା ନ ଥିବା ବେଳେ ଲୋକପ୍ରିୟ ନେତ୍ରୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ନେଇ କର୍ମୀ ମହଲରେ ଅସନ୍ତୋଷ ଦେଖାଦେଇଛି । ସେହିପରି ସୁଶୀଳା ଓ ଅଞ୍ଜନୀ କଂଗ୍ରେସରୁ ଲୋକ ସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ଜୋର ଧରିଛି । ଆଉ ସରସ୍ବତୀ ହେମ୍ବ୍ରମଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି କେତେକ କର୍ମୀ କହୁଛନ୍ତି। ତେବେ ତେବେ ଭାଜପା ଓ ବିଜେଡି ଲୋକ ସଭା ପ୍ରାର୍ଥୀ ଭାବେ ମହିଳାଙ୍କୁ ସ୍ଥାନିତ କରିନାହାନ୍ତି । ନିକଟରେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଭାଜପାରେ ଯୋଗଦେଇଥିବା ବେଳେ ଅଦ୍ୟାବଧି କୌଣସି ନେତ୍ରୀଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇନାହିଁ । ବିଜେଡି ମହିଳାଙ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ ଭାଜପା ନିକଟରେ ମହିଳା ପ୍ରାର୍ଥୀଙ୍କ ଅଭାବ ପରିଲକ୍ଷିତ ହେଉଥିବାରୁ ଦଳ ପରିବର୍ତ୍ତନକାରୀଙ୍କୁ ଗୁରୁତ୍ୱ ଦେଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ଡିଜିପି ପରିବର୍ତ୍ତନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୫(ଅନୁରାଧା ମହାରଣା)ନିର୍ବାଚନ ହାରିବା ଭୟରେ ବିଜେଡି ସରକାରୀ କଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି।...

ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା...

ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ।...

ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର...

ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌

ବଲାଙ୍ଗୀର/ମୁରିବାହାଲ,୧୯ା୫ (ବୀରେନ୍ଦ୍ର କୁମାର ଝାଙ୍କର/ଶ୍ରୀବତ୍ସ ବେହେରା)ମୋବାଇଲ ଫୋନ୍‌ରେ କଥା ହେବା ପାଇଁ ଗ୍ରାମବାସୀଙ୍କୁ ଚଢ଼ିବାକୁ ପଡୁଛି ଗଁାରେ ଥିବା ପାଣିଟାଙ୍କି ଉପରକୁ। ଗଁାରେ ଲାଗି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri