ଉଇ ଲାଗି ନଷ୍ଟ ହେଲାଣି ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ

ରଣପୁର,୨ା୪ (ସୁକାନ୍ତ କିଶୋର ଡାକୁଆ):ରାଜ୍ୟ ସରକାର ବହୁ ପୁରଣା ଓ ବିପଦ ସଙ୍କୁଳରେ ଥିବା ସରକାରୀ କାର୍ଯ୍ୟାଳୟର ଗୃହକୁ ଭାଙ୍ଗି କୋଟି କୋଟି ଟଙ୍କା ମଞ୍ଜୁର କରି ନୂଆ କୋଠାଘର ନିର୍ମାଣ କରୁଛନ୍ତି। ହେଲେ ନୟାଗଡ଼ ଜିଲା ରଣପୁର ତହସିଲ ଅଧୀନରେ ଥିବା ଦର୍ପନାରାୟଣପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟଟି ପୁରଣା ମାଟି ଓ ଆଜେବେଷ୍ଟସ କାଠରେ ୬୮ବର୍ଷ ତଳେ ନିର୍ମାଣ ହୋଇଥିଲା। ଏବେ ଏହି ଘରଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲାବେଳେ ପ୍ରଶାସନ ନିଦରେ ଶୋଇଛି। ରାଜ୍ୟ ସରକାର କି ଜିଲା ପ୍ରଶାସନ ସହ ସ୍ଥାନୀୟ ନେତାଙ୍କର ଏହି କାର୍ଯ୍ୟାଳୟ ଉପରେ ନଜର ପଡୁନି। ଏଥିଯୋଗୁ ଭଙ୍ଗା ମାଟି ଦଦରା ଆଜବେଷ୍ଟସ ଘରେ ଚାଲିଛି କାର୍ଯ୍ୟାଳୟ। ଫଳରେ ଆଜବେଷ୍ଟସର ଓରା ଶେଣୀ ଉଇ ପୋକ ଲାଗି ଫାଟି ଅଁା କଲାଣି। କାନ୍ଥରୁ ଛେଳା ଛେଳା ମାଟି ଖସୁଛି। କାର୍ଯ୍ୟାଳୟରେ ଥିବା କାଠ ଅଲମୀରା, ଟେବୁଲ ଓ ଆସବାବପତ୍ର କଥା ନ କହିଲେ ଭଲ, ସବୁ ଉଇ ଲାଗି ଖତରା ହୋଇ ଭଗ୍ନ ଅବସ୍ଥାରେ ଓହଳି ପଡ଼ି ରହିଛି। ରାଜସ୍ବ ଭଳି ଏକ ଗୁରୁତ୍ୱପୁର୍ଣ ବିଭାଗରେ ସାଧାରଣ ଲୋକଙ୍କର ରେକର୍ଡ ପତ୍ର ଅସୁରକ୍ଷିତ ଭାବେ ପଡି ରହିଛି।
ରାଜ୍ୟ ସରକାର ବିକାଶର ନାରା ଦେଉଥିବା ବେଳେ ଏହି ଅଞ୍ଚଳର ଏକମାତ୍ର ଉକ୍ତ ରାଜସ୍ବ କାର୍ଯ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି କର୍ଯ୍ୟାଳୟଟି ୧୯୫୬ ମସିହାରେ ଏଠାରେ ପ୍ରତିଷ୍ଠା ହୋଇଥିବା ବେଳେ, ଏପର୍ଯ୍ୟନ୍ତ ଏହାର ଠିକ୍‌ ପୁନରୁଦ୍ଧାର ଆଉ ହୋଇପାରିନାହିଁ। କିନ୍ତୁ ରାଜ୍ୟ ସରକାରଙ୍କୁ ଏହି କାର୍ଯ୍ୟାଳୟଟି ବହୁ ରାଜସ୍ବ ପ୍ରଦାନ କରୁଛି। ସାମନ୍ୟ ବର୍ଷା ହେଲେ ଏଠି କାର୍ଯ୍ୟାଳୟ ଗୃହଟି ପାଣିରେ ଭାସେ। ତେଣୁ ଲୋକମାନେ ବିଭନ୍ନ କାମ ନେଇ ଆସିଥିବାବେଳେ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। କାର୍ଯ୍ୟାଳୟର କର୍ମଚାରିମାନଙ୍କ ପାଇ ଉଦ୍ଦିଷ୍ଟ ଚେୟାର ଟେବୁଲ ଭାଙ୍ଗି ଯାଇଛି। ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟାଳୟରେ ବସିବା ପାଇ ଚୌକିଟିଏ ନାହିଁ। ଯାହାଫଳରେ ଏହି କାର୍ଯ୍ୟାଳୟକୁ କାମ ପାଇ ଯାଇଥିବା ଲୋକଟିଏ ଦିନ ସାରା ଠିଆ ହୋଇ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ। ଆଗରୁ ଏହି କାର୍ଯ୍ୟାଳୟରେ ବିଦ୍ୟୁତର ବ୍ୟବସ୍ଥା ନ ଥିଲା। ବିଦ୍ୟୁତ୍‌ ଖୁଣ୍ଟରେ ହୁକ୍‌ ପକାଇ କମ୍ପ୍ୟୁଟର ଚଳାଉ ଥିଲେ। ଏହି ଅଞ୍ଚଳର ଲୋକମାନେ ତହସିଲଦାରଙ୍କୁ ବହୁବାର ଅଭିଯୋଗ କରିବା ପରେ ଏବେ କିଛି ମାସ ହେବ ସ୍ଥାୟୀ ଭାବେ ବିଦ୍ୟୁତ ଅଣାଯାଇଛି। କାର୍ଯ୍ୟାଳୟ ଘରଟି ବହୁ ପୁରୁଣା ହୋଇଥିବାରୁ ବିପଦ ସଂକୁଳ ଅବସ୍ଥାରେ ରହିଛି ସାମାନ୍ୟ ବର୍ଷା ପବନ ଆସିଲେ, କାର୍ଯ୍ୟ କରୁଥୁବା କର୍ମଚାରୀମାନେ ଭୟରେ ଘର ବାହାରକୁ ବାହାରି ଆସୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ଲଗାଈ ବେଆଇନ ଭାବେ ଦୋକାନ କ୍ୟାବିନ ପକାଇଛନ୍ତି। ଯାହାକି ରାଜସ୍ବ କାର୍ଯ୍ୟାଳୟ ଏଠାରେ ଅଛି ବୋଲି ଦେଖା ବି ଯାଉନାହିଁ। ରଣପୁର ତହସିଲଦାରଙ୍କୁ ବହୁବାର ସ୍ଥାନୀୟ ଅଞ୍ଚଳବାସୀ ଲିଖିତ ଓ ମୌଖିକ ଅଭିଯୋଗ କରାଯାଇଛି। ଏହି ଜବରଦଖଲ ଉପରେ ସ୍ଥାନୀୟ ତହସିଲିଦାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଯାହା ଫଳରେ ଆଉ କିଛି ବ୍ୟକ୍ତି ତହସିଲଦାରଙ୍କ ନୀରବତାକୁ ନେଇ କାର୍ଯ୍ୟାଳୟର ପାଚେରି ଉପରେ ସ୍ଥାୟୀ ଦୋକାନ ଘର ନିର୍ମାଣ କଲେଣି। ନୟାଗଡ ଜିଲାର ସମସ୍ତ ବିଭାଗର କାର୍ଯ୍ୟାଳୟ ଗୃହ ରୂପାନ୍ତିକରଣ ହୋଇଥିବା ବେଳେ ଦର୍ପନାରାୟଣପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଉନ୍ନତି ଅଣଦେଖାକୁ ନେଇ ଜିଲା ପ୍ରଶାସନ ଓ ରଣପୁର ବିଧାୟକଙ୍କୁ ଏହି ଅଞ୍ଚଳରେ ସମାଲୋଚନା ହେଉଥିବା ଜଣାପଡିଛି। ତେଣୁ ଏଠି ପ୍ରଶ୍ନ ଉଠେ ଯେ, ଏଭଳି ବିପଦ ପୂର୍ଣ୍ଣ ରାଜସ୍ବ କାର୍ଯ୍ୟାଳୟର ଘର ଭାଙ୍ଗି କିମ୍ବା ବିଜୁଳି ଘଡଘଡିରେ, ଯଦି କାର୍ଯ୍ୟାଳୟର କିମ୍ବା ସାଧାରଣଜନତାଙ୍କର କିଛି କ୍ଷତି ହୁଏ, ତେବେ ଏଥିପାଇଁ ଦାୟୀ କିଏ ରହିବେ। ଏ ସମ୍ପର୍କରେ ତହସିଲିଦାର ରବୀନ ଚଚିଲି ମିଶ୍ରଙ୍କୁ ପଚାରିବାରେ ଦର୍ପନାରାୟଣପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରଟି ଭଗ୍ନ ଅବସ୍ଥାରେ ଅଛି। ଏ ନେଇ ଆମେ ସରକାରଙ୍କୁ ପ୍ରପୋଜାଲ ପଠାଇବୁ ନିର୍ଦ୍ଦେଶ ଆସିଲେ ଗୃହ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri