Odisha Elections 2024

ସ୍ୱତନ୍ତ୍ର ଆହ୍ବାନ

ପ୍ରଦୀପ୍ତ କୁମାର ମିଶ୍ର

 

ମାର୍ଗଶିର ମାସର ଗୁରୁବାର ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ଉଲ୍ଲେଖ ଅଛି ଯିଏ ଅନ୍ନ ନଷ୍ଟ କରେ ସେ ଭୋକିଲା ରହେ। ତାକୁ ଅନ୍ନ ବସ୍ତ୍ର ଅଭାବ ହୁଏ। ଏ କଥା ଆମର ଘରୋଇ କଥାରେ ବି ରହିଛି, ଯିଏ ଅନ୍ନ ନଷ୍ଟ କରେ ସେ ଦାରିଦ୍ର୍ୟ ଯନ୍ତ୍ରଣା ଭୋଗ କରେ। ପିଲାବେଳେ ମାଆ ବୁଢ଼ୀମା ଏହି କଥା କହି କେବେ ଖାଦ୍ୟ ଫିଙ୍ଗିବାକୁ ଦିଅନ୍ତି ନାହିଁ। ଅନ୍ନ ନଷ୍ଟ ନ ହେବା ପାଇଁ ଘରେ ମାଆମାନେ ବାସି ଖାଦ୍ୟଖାଇ ରୋଗରେ ପଡ଼ିବାର ନଜିର ଅଛି। ଖାଦ୍ୟ ନଷ୍ଟ କଲେ ସେ ଲୋକଙ୍କୁ ଲକ୍ଷ୍ମୀଛଡ଼ା ଓ ଅଲକ୍ଷଣା ଆଖ୍ୟା ଦିଆଯାଇଥାଏ। ଅଯଥାରେ ଶସ୍ୟ ନଷ୍ଟ ନ କରିବା ପାଇଁ ଗୋଟିଏ ଛୋଟିଆ ପୌରାଣିକ ଗଳ୍ପର ଅବତାରଣା କରାଯାଇପାରେ। ସମ୍ରାଟ ଯୁଧିଷ୍ଠିରଙ୍କ ରାଜ୍ୟରେ ଅକାଳ ପଡ଼ିବାରୁ ଶସ୍ୟ ଉତ୍ପାଦନ ହୋଇପାରିଲା ନାହିଁ। ଶସ୍ୟ ପାଇଁ ସେ ପଡ଼ୋଶୀ ରାଜ୍ୟର ରାଜାଙ୍କର ସାହାଯ୍ୟ ନେଲେ। ପଡ଼ୋଶୀ ରାଜ୍ୟରୁ ଶସ୍ୟ ପାଇଁ ଭୀମଙ୍କୁ ପଠାଯାଇଥିଲା। ଭୀମ ଶସ୍ୟ ଆଣିବା ବେଳେ ବୁଣି ହୋଇଥିବା ଶସ୍ୟକୁ ରାଜା ନିଜେ ଖୁଣ୍ଟିଥିଲେ। ଭୀମ ଭାବିଲେ ଏ ରାଜା ଜଣେ କୃପଣ ବ୍ୟକ୍ତି ନିଶ୍ଚିତ। ଶଗଡ଼ରେ ଶସ୍ୟ ଆସିଲାବେଳେ ଗୋଟିଏ କଚ୍ଚା ରାସ୍ତାରେ କାଦୁଅରେ ଶଗଡ଼ ଚକ ଧସିଗଲା। ରାଜାଙ୍କ ପାଖକୁ ଖବର ଗଲାରୁ ସେ ନିର୍ଦ୍ଦେଶ ଦେଲେ ଯେ ଗୋଟିଏ ଶଗଡ଼ର ଶସ୍ୟକୁ ସେହି କାଦୁଅରେ ଢାଳି ଦିଆଯାଉ। ସେମିତି ହେଲାରୁ ସବୁ ଶଗଡ଼ ପାରିହୋଇଗଲା। ଯେତେବେଳେ ଭୀମ ଏ କଥା ଯୁଧିଷ୍ଠିରଙ୍କୁ କହିଲେ ସେ ଉତ୍ତର ଦେଲେ ରାଜା ଗୋଟିଏ ଗୋଟିଏ ଶସ୍ୟକୁ ତଳେ ପଡ଼ିବାରେ ନଷ୍ଟ କରିବାକୁ ଦେଲେନି ଯାହା ଅଯଥା ଅପଚୟ । କିନ୍ତୁ ରାସ୍ତାକୁ ସଜାଡ଼ିବା ପାଇଁ ଗୋଟିଏ ମାତ୍ର ସହଜ ଉପାୟ କେବଳ ଶସ୍ୟକୁ ସେହି ସ୍ଥାନରେ ପୋତିଦେବା। ଏହା ତାଙ୍କର ହଠାତ ବିପର୍ଯ୍ୟୟ ପରିଚାଳନାର ଅସଲ ଗୋଟିଚାଳନା ମାତ୍ର। କିନ୍ତୁ ଅନ୍ୟଏକ ଦିଗ ଯେଉଁଠି ସେ ଗୋଟିଏ ଗୋଟିଏ ଶସ୍ୟକୁ ଗୁରୁତ୍ୱ ଦେଉଥିଲେ ଯାହା ଖାଦ୍ୟ ପାଇଁ ଉଦ୍ଦିଷ୍ଟ।
ଏଠାରେ ସେ ଖାଦ୍ୟନଷ୍ଟ ନ କରିବା ପାଇଁ ସନ୍ଦେଶ ଦେଇଥିଲେ। ବର୍ତ୍ତମାନ ସେହିପରି କୁହାଯାଇପାରେ ଯେ ଆଗାମୀ କାଲିର ସୁସ୍ଥ ଅନୁଚିନ୍ତା ପାଇଁ ଖାଦ୍ୟ ସୁରକ୍ଷା ଏକାନ୍ତ ଅପରିହାର୍ଯ୍ୟ। ଯାହାକୁ ଆମେ ଏବେର ପିଢ଼ି ଗୁରୁତ୍ୱ ଦିଏନାହିଁ। ଆମେ ପିଲାବେଳେ ଜେଜେମାଆଙ୍କଠାରୁ ଅବଶ୍ୟ ଶୁଣିଛୁ ଯେ ଘରେ ଖାଦ୍ୟ ନଷ୍ଟ କଲେ ସହସ୍ର ଲୋକ ପୃଥିବୀରେ ଖାଦ୍ୟ ଅଭାବ ଗୋଟେ ଓଳି ପାଇଁ ରହନ୍ତି। କଥାଟା କେବଳ ଭୟମୂଳକ ଦୁଷ୍ଟାନ୍ତ ହୋଇପାରେ କିନ୍ତୁ ଏହି ଭୟ ଆମକୁ ବଳେଇ ଖାଇବାକୁ ବାଧ୍ୟ କରୁଥିଲା ଅଥବା ନଷ୍ଟ କରିଦେଉ ନ ଥିଲା। ଖାଦ୍ୟ ନଷ୍ଟ ବେଳେ ବ୍ୟକ୍ତି ଜଣକ ଗରିବୀ କ’ଣ ଅନୁଭବ କରି ନଥାଇପାରେ,କିନ୍ତୁ ତାହାର ପୂର୍ବପିଢ଼ି ଗରିବୀକୁ ବହୁ ପାଖରୁ ଅନୁଭବ କରିଥିଲେ। ଏବର ପିଢ଼ିକୁ ସେପରି ଶିକ୍ଷା ଦିଆଗଲାନି, ଯାହା ନଷ୍ଟ କରିବାରେ ସେମାନେ ବେପରୁଆ ହୋଇଗଲେ। ଭୋଜିରେ ଡାଲି, ତରକାରି, ମାଛ, ମାଂସ ସବୁ ନଷ୍ଟ ହେଉଛି। ଦୋକାନ ହୋଟେଲରେ ଖାଦ୍ୟ ନଷ୍ଟ କରାଯାଉଛି। ଭୋଜିରେ ଲୋକଦେଖାଣିଆ ବା ପ୍ରତିଯୋଗିତା କରି ନିଜକୁ ସମ୍ଭ୍ରାନ୍ତ ଭାବିବା ଦ୍ୱାରା ଖାଦ୍ୟ ବହୁଳ ନଷ୍ଟ ହୁଏ। ସମୟ ଆସିବ ଆମେ ନଷ୍ଟ ହେଉଥିବା ଖାଦ୍ୟ, ଜଳ ପାଇଁ ଦିନେ ଅନୁତାପ କରିବା। ଅନୁଶାସନର ଜୀବନଶୈଳୀ, ଉପଯୁକ୍ତ ସଂରକ୍ଷଣର ଚିନ୍ତନ ଏହି ଅପଚୟରୁ ଆଗାମୀ ସମୟରେ ରକ୍ଷା କରିପାରିବ। ଏହିପରି ଜୀବନଶୈଳୀ ଆମକୁ ଆଗାମୀ କାଲି ପାଇଁ ଏକ ଉନ୍ନତ ଜୀବନଶୈଳୀ ଶିକ୍ଷା ଦେବା ପାଇଁ ସାହାଯ୍ୟ କରିବ। ପୂର୍ବରୁ ପିଲାବେଳେ ଆମେ ଅନୁଭବ କରିଛୁ ଯେ ରୁଟିଟିଏ ପାଇଁ କେତେ ସଂଗ୍ରାମ କରିବାକୁ ପଡୁଥିଲା। ଅଟା ଯେମିତି ଏକ ମୂଲ୍ୟବାନ ସମ୍ପଦ ଥିଲା, ଗରିବଙ୍କ ଘରେ ରାତିରେ ଚୁଲି ଜଳୁ ନ ଥିଲା। ରୁଟି, ନାଲି ଚା ଖାଇ କିମ୍ବା ବିରି ଓ ଚାଉଳର ପିଠା ଖାଇ ଲୋକେ ବିଲକୁ କାମ କରିବାକୁ ଯାଉଥିଲେ। ଏବେ ତାହା ଭାବିଲେ ଏ ପିଢ଼ିକୁ ଅବଶ୍ୟ ଗପ ଲାଗୁଥିବ, କିନ୍ତୁ ପୂର୍ବ ଅପେକ୍ଷା ଏବେ ଖାଦ୍ୟ ନଷ୍ଟ ବହୁତ, ଯାହା ଚିନ୍ତାର ବିଷୟ। ଜଳ ପାଇଁ ଖରାଦିନେ ଚୁଆଖୋଳି ଦୂଷିତ ପାଣିକୁ ପିଉଥିଲେ,ଏବେ ପାଣି ନଷ୍ଟ କାହାକୁ ବିଚଳିତ କରେନି। ଆମ ଶିକ୍ଷାରେ ଖାଦ୍ୟ ଓ ଜଳ ସଂରକ୍ଷଣ ପାଇଁ ସେମିତି ପ୍ରାବଧାନ ନାହିଁ। ଯାହା ରହିବା ଏକାନ୍ତ ଆବଶ୍ୟକ ବୋଲି ଆମେ ଅନୁଭବ କରୁଛୁ। ତେଣୁ ଏ ସମ୍ପର୍କରେ ଆମେ ଏବେ ଏକ ନିଆରା ଶପଥ ମାନସିକ ସ୍ତରରେ ଅବଶ୍ୟ ଗ୍ରହଣ କରିବା ସର୍ବାଦୌ ଆବଶ୍ୟକ, ଯାହା ସମସ୍ତଙ୍କ ପାଇଁ ଉପଯୁକ୍ତ ଶିକ୍ଷା ହୋଇପାରିବ। ଆସନ୍ତୁ ଆମେ ଶପଥଟିଏ ନିଶ୍ଚିତ ନେବା ଯେ ଆମେ ଖାଦ୍ୟ ଓ ଜଳ ନଷ୍ଟ ନ କରି ପରବର୍ତ୍ତୀ ପିଢ଼ିକୁ ଏକ ସୁସ୍ଥ ଖବର ଦେବାରେ ସହାୟତା କରିବା।
ଅରେଇ, ଯାଜପୁର
ମୋ:୯୬୫୮୬୧୪୭୨୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

‘ଏମ୍‌ବିଏ ସରପଞ୍ଚ’ ଭାବେ ରାଜସ୍ଥାନର ଛବି ରାଜଓ୍ବାତ ବେଶ୍‌ ଜଣାଶୁଣା। ଏମ୍‌ବିଏରେ ଡିଗ୍ରୀ ହାସଲ ପରେ ସେ ରାଜନୀତିକୁ ଆସିଥିଲେ ଓ ୨୦୧୦ରେ ପ୍ରଥମେ ସରପଞ୍ଚ...

ନୂତନ ଭିନ୍ନକ୍ଷମ ଅଧିକାର ଆଇନ

ଡ. ବିରଜା ରାଉତରାୟ ୨୦୧୧ ମସିହା ଜନଗଣନା ଅନୁସାରେ ଭାରତବର୍ଷରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର ୨.୧ ପ୍ରତିଶତ ଭିନ୍ନକ୍ଷମ। ଏମାନେ କୌଣସି ନା କୌଣସି...

ଓଡ଼ିଶାରେ ଆଞ୍ଚଳିକ ଦଳ ପ୍ରଭାବ

ସୌଭାଗ୍ୟ ସୁନ୍ଦରରାୟ ଓଡ଼ିଶାରେ ଆଞ୍ଚଳିକ ଦଳ ରାଜନୀତି ବିଜୁ ଜନତା ଦଳ(ବିଜେଡି)ରୁ ଆରମ୍ଭ ହୋଇନାହିଁ କି ଏହା ଏଇଠି ମଧ୍ୟ ଶେଷ ହୋଇ ନାହିଁ। ରାଜ୍ୟରେ...

ସଂଘୀୟ ବ୍ୟବସ୍ଥାରେ ପୋଲିସ

ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ବେଆଇନ ଥିଲା ବୋଲି ନିକଟରେ ସୁପ୍ରିମକୋର୍ଟ କହିବା ପରେ ଦେଶରେ...

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri