ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି ଭରସା। ଏଠାକାର ଲୋକମାନେ ନଳକୂପରୁ ଶୁଦ୍ଧ ପିଇବା ପାଣି ପାଉ ନ ଥିବାରୁ ଗାଁ ପାଖ ନାଳ ପାଣି ବ୍ୟବହାର କରୁଛନ୍ତି। ପାଣି ଆଣିବା ପାଇଁ ଖରାରେ ଅନେକ ବାଟ ଚାଲିବାକୁ ପଡ଼ୁଛି। ତେଣୁ ଗାଁରେ ନଳକୂପ ମରାମତି କରିବାକୁ ବାରମ୍ବାର ଦାବି ହେଉଛି। କିନ୍ତୁ ଏ ଦିଗରେ କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି।
ଗାଁରେ ୧୨ ରୁ ୧୫ ପରିବାର ରହୁଛନ୍ତି। ସେମାନଙ୍କ ପାଇଁ କେବଳ ଗୋଟିଏ ନଳକୂପ। ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଗୋଟିଏ ହାଣ୍ଡି ପାଣି ଭର୍ତ୍ତି ହେଉଛି। ତାହା ପୁଣି ମଇଳାପାଣି, ଯାହାକି ପିଇବା ଉପଯୋଗୀ ହୋଇପାରୁନାହିଁ। ତେଣୁ ଲୋକେ ଗାଁଠାରୁ ଅଳ୍ପ ଦୂରରେ ଥିବା ନାଳପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଆଉ କିଛିଦିନ ପରେ ଖରା ବଢ଼ିଲେ ନାଳର ପାଣି ଶୁଖିଯାଏ। ଗାଁରେ ପାନୀୟ ଜଳ ସମସ୍ୟା ନେଇ ମହିଳାମାନେ ଗତ ୧୯ ତାରିଖରେ ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ଅବଗତ କରିଥିଲେ। ଅଭିଯୋଗକୁ ଗୁରୁତ୍ୱ ଦେଇ ତୁରନ୍ତ ସମାଧାନ କରିବାକୁ ପାନୀୟ ଜଳ ଯୋଗାଣ ବିଭାଗୀୟ ଜେଇ ସନ୍ତୋଷ କାଟ୍ରାକଙ୍କୁ ବିଡିଓ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜେଇଙ୍କୁ ଭେଟି ପାଣି ସମସ୍ୟା କଥା କହିବାରୁ ନିର୍ବାଚନ କାମ ସରିବା ପରେ ପାଣି ସମସ୍ୟା ବୁଝାଯିବ ବୋଲି ସେ କହିଥିବା ଗାଁର ଲିଲି ଟାକରି, ଟଭା ଟାକିରୀ, ତୁଳସୀ ଯାନୀ, ଦୁବାଇ ଯାନୀ, ଦଇମତି ଯାନୀ, ରାଧାମତି ଯାନୀ, ସୁଦ୍ବିତା ଯାନୀ, ରଶ୍ମିତା ଟାକରି, ବୁନ୍ଦୀ ଟାକରି, ରାମା ଯାନୀ, ତୁଲା ଯାନୀ କହିଛନ୍ତି। ସମସ୍ୟା ସମାଧାନ କରି ଗ୍ରାମରେ ତୁରନ୍ତ ପାନୀୟ ଜଳ ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି। ଏ ନେଇ ବିଡିଓ ମନୋଜ ପାଣିଗ୍ରାହୀଙ୍କୁ ପଚାରିବାରୁ ବ୍ଲକର ବିଭିନ୍ନ ପଞ୍ଚାୟତ ପାଣି ସମସ୍ୟା ସମାଧାନ ପାଇଁ ନୂଆ ନଳକୂପ ଖୋଳିବାକୁ ଅନୁମତି ଓ ଅର୍ଥ ମଗାଯାଇଛି। ଯେତେ ଶୀଘ୍ର ଆସିବ ଖୋଳାଯିବ ବୋଲି ସେ କହିଛନ୍ତି। କନିଷ୍ଠ ଯନ୍ତ୍ରୀ ସନ୍ତୋଷ କାଟ୍ରାକଙ୍କୁ ପଚାରିବାରୁ ଝରଣଗୁଡ଼ାରେ ଥିବା ନଳକୂପର କିଛି ମରାମତି ଆବଶ୍ୟକ। ଶୁକ୍ରବାର ସୁଦ୍ଧା ମରାମତି କରିଦିଆଯିବ ବୋଲି ସେ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ତିନି ବର୍ଷର ପୁଅ ମୃତ, ବିଷ କାଢ଼ିବାକୁ ଚେଷ୍ଟା କରି ବାପା ଆହତ

ସୁବର୍ଣ୍ଣପୁର, ୯।୫:: ବିରାମହାରାଜପୁର ଅଞ୍ଚଳର ହିଲୁଙ୍ଗା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ିରେ ତିନି ବର୍ଷର ବାଳକ ପ୍ରାଣ ହରାଇଛି। ସାଗର...

ବଦଳିଲେ କଂଗ୍ରେସ ଜିଲା ସାଧାରଣ ସମ୍ପାଦକ, ବ୍ଲକ ସଭାପତି

ପାଟଣା,୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନୂତନ କଂଗ୍ରେସ ସଭାପତି ଭାବେ ଭାବେ କୈଳାଶ ଚନ୍ଦ୍ର ବାରିକଙ୍କୁ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା...

ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ପୁରୀ,୯।୫: ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀରେ ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ।...

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ...

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri