Posted inଖେଳ

ହାର୍ଦ୍ଦିକ କେତେ ଠିକ୍‌ ସମୟ କହିବ?କାହିଁକି ଏଭଳି କହିଲେ ହରଭଜନ…

ନୂଆଦିଲ୍ଲୀ, ୨୧।୩: ଆଇପିଏଲ ଇତିହାସର ସଫଳ ଅଧିନାକୟ ରୋହିତ ଶର୍ମାଙ୍କ ନିକଟରୁ ଅଧିନାୟକତ୍ୱ ନେଇ ହାର୍ଦ୍ଦିକ ପାଣ୍ଡ୍ୟାକୁ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଏହାକୁ ନେଇ ସୋସିଆଲ ମିଡିଆରେ ଫ୍ୟାନ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନ ଭାଷ୍ୟକାର ଭାବରେ କାମ କରୁଥିବା ହରଭଜନ ସିଂ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୂର୍ବରୁ ବର୍ତ୍ତମାନର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହା ଉପରେ ପ୍ରତିକ୍ରିୟା ଦେବା ସହିତ ସବୁ କିଛି ଠିକ୍‌ ଥିବା କହିଥିଲେ। ରୋହିତଙ୍କ ଉପସ୍ଥିତି ମୋ ପାଇଁ ଏକ ସକରାତ୍ମକ ଜିନିଷ ବୋଲି କହିଛନ୍ତି ପାଣ୍ଡ୍ୟା। ଯେ କୌଣସି ପରସ୍ଥିତିରେ ରୋହିତଙ୍କ ଠାରୁ ମୁଁ ପରାମର୍ଶ ପାଇ ପାରିବି ବୋଲି ମଧ୍ୟ ସେ କହିଛନ୍ତି। ୨୦୧୫ରେ ମୁଁ ଏମ୍‌ଆଇରୁ ମୋର କ୍ୟାରିୟର ଆରମ୍ଭ କରିଥିଲି। ସମାନ ଦଳକୁ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରିବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି କହିଥିଲେ ପାଣ୍ଡ୍ୟା। କ୍ୟାରିୟର ଆରମ୍ଭରୁ ମୁଁ ରୋହିତଙ୍କ ଅଧୀନରେ ଖେଳିଛି ତେଣୁ ଯେତେବେଳେ ବି ପରାମର୍ଶ ଆବଶ୍ୟକ ତାହା ମିଳି ପାରିବ। ତେବେ ହରଭଜନ ଏଥିରେ ଅସହମତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଉଭୟ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ କେତେ ଠିକ୍‌ ଅଛି ତାହା କେବଳ ସମୟ କହିବ। ଏହା ସହ ସେ ରୋହିତଙ୍କ କ୍ୟାପଟେନ୍ସିକୁ ମଧ୍ୟ ପ୍ରଶଂସା କରିଛନ୍ତି। ୫ ଥର ଆଇପିଏଲ୍‌ ବିଜୟୀ ହୋଇଥିବା ବେଳେ ନିକଟରେ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଭାରତ ସିରିଜ ଜିତିବା ଏକ ଚମତ୍କାର ଉପଲବ୍ଧି ବୋଲି କହିଛନ୍ତି ହରଭଜନ। ବିରାଟ କୋହଲିଙ୍କ ପରି ଷ୍ଟାର ଖେଳାଳି ଅନୁପସ୍ଥିତ ଥିବା ବେଳେ ଭାରତ ୦-୧ରେ ପଛୁଆ ରହିଥିଲା। ତେବେ ଭାରତ ଯେଉଁ ଭଳି ପ୍ରତ୍ୟାବର୍ତ୍ତନ କଲା ତାହା ବେଶ ପ୍ରଶଂସନୀୟ। ଯୁବ ଖେଳାଳି ମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ଏହାର ସମସ୍ତ ଶ୍ରେୟ ରୋହିତଙ୍କୁ ଯିବ ବୋଲି ହରଭଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri