ବୀରମିତ୍ରପୁରରେ ଆଶଙ୍କାରେ ଭାଜପା,ବିଜେଡି ଆଶାୟୀ

କୁଆଁରମୁଣ୍ଡା,୨୧ା୩ (ମହେନ୍ଦ୍ର କୁମାର ସାହୁ): ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲେ ମଧ୍ୟ ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ ଜିଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ଦଳ ଭାଜପା,ବିଜେଡିର ଟିକେଟ ଆଶାୟୀ ସଂଶୟରେ ପଡ଼ିଯାଇଛନ୍ତି। ୨୦୧୯ରେ ଏଠାରୁ ଭାଜପା ପ୍ରାର୍ଥୀ ଶଙ୍କର ଓରାମ ବିଜୟ ଲାଭ କରିଥିଲେ। କିନ୍ତୁ ପ୍ରାୟ ୪ ବର୍ଷ ହେବ ସେ ନିର୍ବାଚନ ମଣ୍ଡଳୀରେ ବିଶେଷ କିଛି କାର୍ଯ୍ୟକ୍ରମ କରି ନ ଥିବା ବେଳେ ଗତ ବର୍ଷେ ହେଲା ପୁରା ଦମରେ ଦଳୀୟ କର୍ମୀଙ୍କୁ ଏକଜୁଟ କରି ସଂଗଠନ ବଢାଉଛନ୍ତି। ତେବେ ବିଧାୟକ ଦୀର୍ଘ ୪ ବର୍ଷ ନୀରବ ରହିବା କାରଣରୁ ଦଳ ପଞ୍ଚାୟତ ନିର୍ବାଚନରେ ସଫଳତା ପାଇ ପାରିଲା ନାହିଁ ବୋଲି ଭାଜପାର କେତେକ ସ୍ଥାନୀୟ ନେତା ତାଙ୍କୁ ଦାୟୀ କରୁଛନ୍ତି। ଅନ୍ୟ ପକ୍ଷରେ ଭାଜପା ଓ ବିଜେଡି ମେଣ୍ଟ ହେଲେ ଆସନ ବୁଝାମଣାରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ଭାଗରେ ରହିବ ବୋଲି ଶଙ୍କରଙ୍କ ଅନୁଗତମାନେ ଜୋର୍‌ ଦେଉଛନ୍ତି। ଆସନ ବୁଝାମଣାରେ ଯଦି ଏହି ଆସନଟି ଭାଜପା ଭାଗରେ ରହେ ତେବେ ତାଙ୍କୁ ପୁଣି ଏଠାରୁ ଦଳୀୟ ଟିକେଟ ମିଳିବ ବୋଲି ଶଙ୍କର ଦୃଢ଼ ଆଶାବାଦୀ ଅଛନ୍ତି। ଶଙ୍କର ଯଦି ଟିକେଟ ପାଆନ୍ତି ତେବେ ତାଙ୍କୁ ବିରୋଧ କରୁଥିବା ନେତାଙ୍କ ପାଇଁ କଂଗ୍ରେସ ଦଳ ହିଁ ସାହା ହୋଇପାରେ କିମ୍ବା ସେମାନେ ସ୍ବାଧୀନଭାବେ ଲଢ଼ିପାରନ୍ତି ବୋଲି ଆଲୋଚନା ଚାଲିଲାଣି। ସେହିପରି ବିଜେଡିରେ ଅଧିକାଂଶ ଆଶାୟୀ ଏବେ ସଂଶୟରେ ଅଛନ୍ତି। ଆସନ ବୁଝାମଣା ହେଲେ ସେମାନଙ୍କର ବର୍ଷ ବର୍ଷର ପ୍ରଚେଷ୍ଟା ବିଫଳ ହୋଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିଲେ ବି ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟ ନେଇ ଅଦ୍ୟାବଧି କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିବାରୁ ଉଭୟ ଦଳର ନେତାଙ୍କ ମଧ୍ୟରେ ଟିକେଟକୁ ନେଇ ଭାଳେଣି ପଡ଼ିଛି। ଏବେ ଏହି ନିର୍ବାଚନ ମଣ୍ଡଳୀର ବୀରମିତ୍ରପୁର ପୌରପାଳିକା ସମେତ କୁଆଁରମୁଣ୍ଡା,ନୂଆଗାଁ ଓ ବିଶ୍ରା ସମସ୍ତ ୩ ଟି ବ୍ଲକରେ ବିଜେଡି ପଞ୍ଚାୟତ ସମିତି ଗଠନ କରିଛି। ସେହିପରି ଏହି ନିର୍ବାଚନ ମଣ୍ଡଳୀରେ ଥିବା ୬ ଟି ଜିଲା ପରିଷଦ ଜୋନ ମଧ୍ୟରୁ ୫ଟିରେ ବିଜେଡି ଓ ଗୋଟିଏରେ ଭାଜପା ଥିଲା ବେଳେ କଂଗ୍ରେସ ଦଳ ଗୋଟିଏରେ ବି ଖାତା ଖୋଲି ପାରି ନାହିଁ। ମୋଟାମୋଟି ଦେଖିବାକୁ ଗଲେ କଂଗ୍ରେସ ଦଳରେ ଏଠାରୁ କେହି ଆଖିଦୃଶିଆ ଆଶାୟୀ ପ୍ରାର୍ଥୀ ନ ଥିଲା ବେଳେ ଉଭୟ ଭାଜପା ଓ ବିଜେଡିରେ ମାଳମାଳ ଆଶାୟୀ। କିନ୍ତୁ ମେଣ୍ଟ କଥା ସ୍ପଷ୍ଟ ହେଉ ନ ଥିବାରୁ ତାହା ସ୍ଥାନୀୟ ନେତାଙ୍କୁ ଆଶଙ୍କାରେ ପକାଇଥିବା ନେଇ କେତେକେ ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୫ ନଂ ଜୋନ୍‌ରେ ନିର୍ବାଚନୀ ପ୍ରଚାର ଜୋର୍‌ଦାର

ହାଟଡିହୀ,୧୩ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର ଚାଲିଛି। ସୋମବାର ହାଟଡିହୀ ବ୍ଲକର ୩୫ନଂ ଜୋନ୍‌ରେ ବିଜେଡି ବିଧାୟକ ପ୍ରାର୍ଥୀ...

ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି

କଟକ,୧୩ା୫: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା(ଏନ୍‌ବିଡ୍ଲ୍ୟୁ) ଜାରି ହୋଇଛି। କଟକ ଜେଏମ୍‌ଏଫ୍‌ସି (ଏମ୍‌ପି, ଏମ୍‌ଏଲ୍‌) କୋର୍ଟ ପକ୍ଷରୁ ଏନ୍‌ବିଡବ୍ଲ୍ୟୁ...

ସୁବର୍ଣ୍ଣପୁର ବସ୍‌ଷ୍ଟାଣ୍ଡ ନିର୍ମାଣ ବିଳମ୍ବ

ସୋନପୁର,୧୩।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୁରୁଣା ବସଷ୍ଟାଣ୍ଡଠାରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ପକ୍ଷରୁ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା: ଅମିତ ଶାହା କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୩।୫: ଦେଶରେ ନିର୍ବାଚନ ଚାଲିଥିବାବେଳେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଓଡିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବୁ...

ମାଓବାଦୀ ପ୍ରବଣ ଅଞ୍ଚଳରେ ମତ ସାବ୍ୟସ୍ତ କଲେ ଭୋଟର, ବୁଥ୍‌ ଉପରେ ତୀକ୍ଷ୍ଣ ନଜର

ଲାଞ୍ଜିଗଡ଼,୧୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ସାଧାରଣ ନିର୍ବାଚନ ସୋମବାର ସକାଳ ୭ଟାରୁ ଶାନ୍ତିଶୃଙ୍ଖଳା ସହ ଆରମ୍ଭ ହୋଇଥିବା ବେଳେ ମାଓବାଦୀ ପ୍ରବଣ...

ପ୍ରଥମଥର ମାଓବାଦୀ ପ୍ରବଣ ଅଞ୍ଚଳରେ ମତଦାନ ପାଇଁ ପ୍ରବଳ ଭିଡ଼

ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ପୂର୍ବରୁ ଥିବା ବିଚ୍ଛିନ୍ନାଞ୍ଚଳ ଯନ୍ତ୍ରୀ, ଜୋଡ଼ାମ୍ବ ପଞ୍ଚାୟତ ଅଞ୍ଚଳରେ ଭୋଟରମାନେ ପୂର୍ବରୁ ମାଓବାଦୀଙ୍କ ଭୟରେ ଭୋଟ୍‌ ଦାନ...

ଧାଡ଼ିରେ ଠିଆ ହୋଇ ଭୋଟ୍‌ ଦେଲେ ଦିବ୍ୟଶଙ୍କର

ଭବାନୀପାଟଣା,୧୩ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ବଜାରପଡ଼ାସ୍ଥିତ ବୁଥ୍‌ ନଂ ୨୬୨ରେ ଭୋଟ୍‌ ଦେଇଛନ୍ତି ଜୁନାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୩.୨୮% ମତଦାନ

ଭୁବନେଶ୍ୱର,୧୩ା୫: ରାଜ୍ୟରେ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୩.୨୮% ମତଦାନ ହୋଇଥିବା ନିର୍ବାଚନ କମିଶନ ଆପ୍‌ରୁ ଜଣାପଡ଼ିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri