ମୃତ୍ୟୁ ପରେ ସ୍ବର୍ଗଦ୍ୱାରରେ ସାହାରା ଶେଷବନ୍ଧୁ

ସମ୍ବଲପୁର,୧୦।୩(ଭବାନୀ ଶଙ୍କର ଭୋଇ): ଆତ୍ମୀୟସ୍ବଜନଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବ ସତ୍କାର ପାଇଁ ସମ୍ବଲପୁର ଦୁର୍ଗାପାଲିସ୍ଥିତ ସ୍ବର୍ଗଦ୍ୱାରରେ ପହଞ୍ଚି କାଠ, କିରୋସିନ ସହ ରୀତିନୀତି ପାଳନ ପାଇଁ ପୁରୋହିତ ଆଦି ଖୋଜିବାରେ ହଇରାଣ ହେଉଥିବା ଏକ ସାଧାରଣ ଘଟଣା। ଶବ ସତ୍କାରରେ ଆବଶ୍ୟକ ହେଉଥିବା ସମସ୍ତ ସୁବିଧା ଯୋଗାଇବା ପାଇଁ ରବିବାରଠାରୁ ସମ୍ବଲପୁର ସ୍ବର୍ଗଦ୍ୱାରଠାରେ ରାମଦାସ ପଣ୍ଡା ଏବଂ ସାଥୀଙ୍କ ଦ୍ୱାରା ଆରମ୍ଭ ହୋଇଛି ‘ଶେଷ ବନ୍ଧୁ ପ୍ରକଳ୍ପ’।

ମୃତଦେହ ସ୍ବର୍ଗଦ୍ୱାରରେ ପହଞ୍ଚିବା ପରେ ସର୍ବନିମ୍ନ ଏବଂ ସରକାରୀ ଦରରେ ସତ୍କାର ପାଇଁ ଆବଶ୍ୟକ ରହିଥିବା ସମସ୍ତ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ସାମ୍ବାଦିକ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ରାମଦାସ ପଣ୍ଡା ସୂଚନା ଦେଇଛନ୍ତି।

ଆତ୍ମୀୟଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ଶୋକ ଓ ଚିନ୍ତାଗ୍ରସ୍ତ ରହିଥିବାବେଳେ କେଉଁଠୁ କଣ ସାମଗ୍ରୀ ଯୋଗାଡ କରିବାକୁ ପଡେ ତାକୁ ନେଇ ହଇରାଣ ହେବାକୁ ପଡିବ ନାହିଁ। ଦୀର୍ଘ ୧୫ବର୍ଷରୁ ଅଧିକ ସମୟ ହେବ ସମ୍ବଲ ଅନୁଷ୍ଠାନ ମାଧ୍ୟମରେ ୮୦୦ରୁ ଅଧିକ ଶବ ସତ୍କାରରେ ସହଯୋଗ କରିଥିବା ରାମଦାସ ପଣ୍ଡା ସତ୍କାର ସମୟର ଅସୁବିଧା ସମ୍ପର୍କରେ ଜାଣିଥିଲେ। ସମ୍ପର୍କୀୟମାନେ ମୃତଦେହ ସତ୍କାର କିପରି ସୂଚାରୁ ରୂପେ କରିପାରିବେ, ସେଥିପାଇଁ ଏକ ଛୋଟ ପ୍ରୟାସ ଶେଷ ବନ୍ଧୁ ନାମରେ ପ୍ରକଳ୍ପ ଆରମ୍ଭ କରାଯାଇଥିବା କହିଛନ୍ତି।

ଏଥିରେ ମତଦେହ ସତ୍କାର ପାଇଁ ଆବଶ୍ୟକ ହେଉଥିବା ଶବ ବାହକ ଗାଡି, କାଠ, ବିଡା କାଠ, କିରୋସିନ, ପଣ୍ଡିତ, ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ମହାନଗରନିଗମ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଦେୟ ବ୍ୟତୀତ ଆଉ କୌଣସି ଦେୟ ଦେବାକୁ ପଡିବ ନାହିଁ।

ବର୍ତ୍ତମାନ କେବଳ ମହାନଗର ନିଗମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହଯୋଗ କରୁଛନ୍ତି। ଖବରଦାତା ସମ୍ମିଳନୀରେ ସୁବ୍ରତ କୁମାର ପଣ୍ଡା, ବିପିନ ବିହାରୀ ପଣ୍ଡା, ନନ୍ଦକିଶୋର ଅଗ୍ରୱାଲ, ସନ୍ତକ ପଣ୍ଡା, ଅମିତ କୁମାର ସ୍ବାଇଁ, ବିପ୍ଳବ ଦଣ୍ଡସେନା ଏବଂ ନୀଳକଣ୍ଠ ସ୍ବାଇଁ ପ୍ରମୁଖ ଶେଷବନ୍ଧୁର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri