Odisha Elections 2024
Posted inଖେଳ

ଆଜିଠୁ ପଞ୍ଚମ ଟେଷ୍ଟ: ଭାରତର ଲକ୍ଷ୍ୟ ୪-୧ରେ ସିରିଜ ବିଜୟ

ଧର୍ମଶାଳା, ୭।୩ (ପି.ଟି.): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ଭାରତ ୩-୧ରେ ଅଗ୍ରଣୀ ରହିବା ସହ ସିରିଜକୁ ଆଗୁଆ ଜିତି ସାରିଛି। ଏବେ ଅନ୍ତିମ ଟେଷ୍ଟ ଜିତି ଏହାକୁ ୪-୧ରେ ପରିଣତ କରିବା ଲକ୍ଷ୍ୟରେ ରହିବ ଟିମ୍‌ ଇଣ୍ଡିଆ। ଧର୍ମଶାଳାରେ ସର୍ବାଧିକ ତାପମାତ୍ରା ପାଖାପାଖି ୧୦ ଡିଗ୍ରୀ ସେଲ୍‌ସିୟସ ରହିବ। ଥଣ୍ଡା ପାଗ ଯୋଗୁ ଇଂଲଣ୍ଡ ଘରୋଇ ପରିବେଶରେ ଖେଳିବା ଭଳି ଅନୁଭବ କରିବ। ଏପରିସ୍ଥଳେ ପିଚ୍‌ ତାଙ୍କ ପାଇଁ ଅନୁକୂଳ ହେବା ଆଶାରେ ଇଂଲଣ୍ଡ ରହିବ। ଏହି ମ୍ୟାଚରେ ଭାରତର ତାରକା ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଇଂଲଣ୍ଡର ଜନି ବେୟାରଷ୍ଟୋ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ। ତେଣୁ ମାଇଲଖୁଣ୍ଟ ମ୍ୟାଚକୁ ଦୁହେଁ ସ୍ମରଣ କରିବାକୁ ଉଦ୍ୟମ କରିବେ ନିଶ୍ଚିତ।

ଟେଷ୍ଟ ପୂର୍ବରୁ ପିଚ୍‌ ଫ୍ଲାଟ୍‌ ଥିବାଭଳି ମନେହେଉଛି। ମାତ୍ର ପ୍ରତିଦିନ ଖେଳ ଆରମ୍ଭର କିଛି ଘଣ୍ଟା ପେସରମାନେ ଫାଇଦାରେ ରହିବା ଅନୁମାନ କରାଯାଉଛି। ପାରମ୍ପରିକ ଭାବେ ଏଠାକାର ପିଚ୍‌ ଫାଷ୍ଟ ବୋଲରଙ୍କୁ ସୁହାଇଥାଏ। ମାତ୍ର ସ୍ପିନରଙ୍କ ଭୂମିକାକୁ ଅଣଦେଖା କରାଯାଇ ନ ପାରେ। କାରଣ ୨୦୧୭ରେ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଭାରତର ବିଜୟରେ ସ୍ପିନରମାନେ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ନିକଟରେ ଏଠାରେ ୪ଟି ରଣଜୀ ଟ୍ରଫି ମ୍ୟାଚ ଅନୁଷ୍ଠିତ ହୋଇଛି। ଏକାଧିକ ଥର ଦଳଗୁଡ଼ିକ ୩୦୦ରୁ ଅଧିକ ସ୍କୋର କରିଛନ୍ତି। ବରୋଦା ସର୍ବାଧିକ ୪୮୨ ରନ କରିଛି। ମାଇଲଷ୍ଟୋନ ମ୍ୟାନ ବେୟାରଷ୍ଟୋ ପିଚ୍‌କୁ ‘ସୁନ୍ଦର’ ବୋଲି ଅଭିହିତ କରିଛନ୍ତି। ମାତ୍ର ଥଣ୍ଡା ପରିବେଶ ଯୋଗୁ ପିଚ୍‌ କିଭଳି ବ୍ୟବହାର କରିବ ତାହାକୁ ନେଇ ଅଶ୍ୱିନ ଦ୍ୱନ୍ଦ୍ୱରେ ଅଛନ୍ତି। ଭାରତ ଏହାର ବୋଲିଂ କମ୍ବିନେଶନ ୨ ପେସର ଓ ୩ ସ୍ପିନରରେ ପରିବର୍ତ୍ତନ କରିବା ସମ୍ଭାବନା କମ୍‌। ଯଶପ୍ରୀତ୍‌ ବୁମ୍‌ରା ପେସ୍‌ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ ଏବଂ ମହମ୍ମଦ ସିରାଜ ଦ୍ୱିତୀୟ ପସନ୍ଦ ପେସର ରହିବେ। ଅଶ୍ୱିନଙ୍କ ସହ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ସ୍ପିନ୍‌ ଚ୍ୟାଲେଞ୍ଜ ଦାୟିତ୍ୱରେ ରହିବେ।

ଲୋକେଶ ରାହୁଲ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବାରୁ ରଜତ ପଟିଦାରଙ୍କୁ ଆଉ ଏକ ସୁଯୋଗ ମିଳିବା ଏକପ୍ରକାର ନିଶ୍ଚିତ। ୪ ନମ୍ବର ସ୍ଥାନରେ ଆସି ୬ ଇନିଂସରେ ମାତ୍ର ୬୩ ରନ କରିଥିବା ପଟିଦାରଙ୍କ ସଂଘର୍ଷ ଅବ୍ୟାହତ ରହିଛି। ତେଣୁ ଏହି ମ୍ୟାଚ ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ। ଅନ୍ୟପକ୍ଷରେ ଟପ୍‌ ଅର୍ଡର ବ୍ୟାଟର ଦେବଦତ୍ତ ପଡିକାଲଙ୍କ ନାମ ମଧ୍ୟ ବିଚାରକୁ ନିଆଯିବା ଅସମ୍ଭବ ନୁହେଁ। ସର୍ଫରାଜ ଖାଁ ରାଜକୋଟରେ ଚମତ୍କାର ଟେଷ୍ଟ ଡେବ୍ୟୁ କରିବା ପରେ ରାଞ୍ଚତ୍ରେ ଫେଲ୍‌ ମାରିଥିଲେ। ତେଣୁ ରେଡ୍‌ବଲ୍‌ ସିଜନ ଶେଷ ହେବା ପୂର୍ବରୁ ତାଙ୍କ ବ୍ୟାଟ୍‌ରୁ ଏକ ବଡ଼ ଇନିଂସ ଆଶା କରାଯାଉଛି। ଯୁବ ଓପନର ଯଶସ୍ବୀ ଜୟସ୍ବାଲଙ୍କ ପାଇଁ ଏହି ସିଜନ ସ୍ମରଣୀୟ ରହିଛି। ଚମତ୍କାର ଫର୍ମରେ ଥିବାରୁ ସେ ସୁନୀଲ ଗାଭାସ୍କରଙ୍କ ପରେ ଦ୍ୱିତୀୟ ଭାରତୀୟଭାବେ ଗୋଟିଏ ସିରିଜରେ ୭୦୦ ରନ ସ୍କୋର କରିବା ସମ୍ଭାବନା ରହିଛି।
‘ବାଜ୍‌ବଲ୍‌’ ଯୁଗରେ ଇଂଲଣ୍ଡ ପ୍ରଥମଥର ପାଇଁ ସିରିଜ ହାରି ସାରିଛି। ତେଣୁ ଏହି ଦଳ ଶେଷ ଟେଷ୍ଟ ଜିତି ମଥା ଉଚ୍ଚା ରଖି ସ୍ବଦେଶ ଫେରିବାକୁ ଆଶା ରଖିଛି। ବେୟାରଷ୍ଟୋ ସମ୍ପ୍ରତି ଫର୍ମରେ ନାହାନ୍ତି। ତେଣୁ ନିଜର ୧୦୦ତମ ମ୍ୟାଚରେ ସେ ଫର୍ମକୁ ଫେରିବାକୁ ନିଶ୍ଚିତ ଉଦ୍ୟମ କରିବେ। ପରିବେଶ ଅନୁକୂଳ ଥିବାରୁ ଅଧିକ ପରିମାଣରେ ଇଂଲଣ୍ଡ ଦର୍ଶକ ଧର୍ମଶାଳାରେ ଉପସ୍ଥିତ ହୋଇପାରନ୍ତି। ଏହା ମଧ୍ୟ ଇଂଲଣ୍ଡକୁ ଭଲ ପ୍ରଦର୍ଶନପାଇଁ ଉତ୍ସାହିତ କରିବ। ପୂର୍ବ ଟେଷ୍ଟ ଭଳି ଇଂଲଣ୍ଡ ଏଠାରେ ମଧ୍ୟ ଦୁଇ ପେସର ଜେମ୍ସ ଆଣ୍ଡରସନ ଓ ମାର୍କ ଉଡ୍‌ ଏବଂ ଦୁଇ ସ୍ପେଶାଲିଷ୍ଟ ସ୍ପିନର ଶୋଏବ ବଶିର ଓ ଟମ୍‌ ହାର୍ଟଲେଙ୍କ ସହ ପଡ଼ିଆକୁ ଓହ୍ଲାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ଦୀପ୍ତି

ନୂଆଦିଲ୍ଲୀ,୨୦।୪: ଭାରତର ଦୀପ୍ତି ଜୀବାଞ୍ଜୀ ବିଶ୍ୱ ରେକର୍ଡ ସୃଷ୍ଟି କରି ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୪ ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦୀପ୍ତି ୪୦୦...

ଆରସିବି ଫାଇନାଲ୍‌ ଯିବା ନିଶ୍ଚିତ! ଏହି ରେକର୍ଡ କହୁଛି ସବୁକିଛି

ନୂଆଦିଲ୍ଲୀ,୨୦।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୋଟିଏ ପ୍ରତିଶତ ଆଶାକୁ ୧୦୦ ପ୍ରତିଶତରେ ପରିଣତ କରି ଆଇପିଏଲ ୨୦୨୪ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛି।...

ଧୋନୀଙ୍କ ଅବସରକୁ ନେଇ ଆସିଲା ବଡ଼ ଅପଡେଟ୍‌: ଜାଣନ୍ତୁ କେବେ ସିଏସ୍‌କେକୁ କହିବେ ବାଏ ବାଏ

ଚେନ୍ନାଇ,୨୦।୫: ଚେନ୍ନାଇ ସୁପର କିଙ୍ଗ୍ସର ଏମଏସ ଧୋନୀ ସବୁଠାରୁ ସଫଳ ଅଧିନାୟକ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମୋଟ ପାଞ୍ଚଟି ଆଇପିଏଲ ଟ୍ରଫି ଜିତିଛି। କିନ୍ତୁ ଏହି...

ଆଇପିଏଲରୁ ବାହାରିଲେ ଧୋନି, ମନଦୁଃଖରେ ଫେରିଲେ ରାଞ୍ଚି

ନୂଆଦିଲ୍ଲୀ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସର ଯାତ୍ରା ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଶେଷ ଲିଗ ମ୍ୟାଚରେ...

ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ...

ଏବେ ତୁମେ କେମିତି ଅନୁଭବ କରୁଛ ମା’? ଶେଷ ଓଭର ପରେ ଘରକୁ ଫୋନ କଲେ ୟଶ ଦୟାଲ

ନୂଆଦିଲ୍ଲୀ,୧୯।୫: କେବଳ ଜଣେ ମା’ ନିଜ ସନ୍ତାନର ଅସହାୟତା ଏବଂ ସୁଖକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅନୁଭବ କରିପାରନ୍ତି। ୪୦୫ ଦିନ ପୂର୍ବେ, ରିଙ୍କୁ ସିଂ...

ହରଭଜନଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ ମଧ୍ୟରେ ଖେଳାଯିବ IPL 2024 ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୧୯।୫: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ଆଇପିଏଲ ୨୦୨୪ର ଫାଇନାଲିଷ୍ଟ ଦଳ ଚୟନ କରିଛନ୍ତି। ହରଭଜନ ସିଂ ବିଶ୍ୱାସ କରନ୍ତି ଯେ ଆଇପିଏଲ...

ସିଏସ୍‌କେ ହାରିବା ପରେ ଭୋ ଭୋ ହୋଇ କାନ୍ଦିଲେ ରାୟୁଡୁ, ପରଦିନ ଆର୍‌ସିବିକୁ କହିଲେ ବଡ଼ କଥା; VIDEO

ବାଙ୍ଗାଲୁରୁ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା। କୋହଲିଙ୍କ ଟିମ୍‌ ଧୋନୀଙ୍କ ଦଳକୁ ୨୭ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri