Odisha Elections 2024

କଟକ ରୁପା ତାରକସିକୁ ମିଳିଲା ଜିଆଇ ଟ୍ୟାଗ୍‌

କଟକ,୨ା୩(କାର୍ତ୍ତିକ ସାହୁ): ବହୁଦିନର ଦାବି ଆଜି ପୂରଣ ହୋଇଛି। ପ୍ରାଚୀନ କଟକ ସହରର ଅନ୍ୟତମ ଐତିହ୍ୟ ଭାବେ ପରିଗଣିତ ରୁପା ତାରକସିକୁ ଶନିବାର ଜିଆଇ ଟ୍ୟାଗ୍‌ ମିଳିଛି। ଏହାଦ୍ୱାରା ଓଡ଼ିଶାର ଜିଆଇ ଟ୍ୟାଗ୍‌ ତାଲିକାରେ ରୁପା ତାରକସି ୨୬ ନମ୍ବର ସ୍ଥାନରେ ରହିଛି। ଚେନ୍ନାଇସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଥିବା ଜଣାଯାଇଛି।
ପ୍ରକାଶ ଯେ, କଟକର ରୁପା ତାରକସି କାରୁକାର୍ଯ୍ୟ ବିଶ୍ୱପ୍ରସିଦ୍ଧ। ହେଲେ ଏହି ଅନନ୍ୟ ଶିଳ୍ପକୁ ଦୀର୍ଘ ବର୍ଷ ଧରି ଜିଆଇ ଟ୍ୟାଗ୍‌ ମିଳିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଦି ଓଡ଼ିଶା ଷ୍ଟେଟ୍‌ କୋଅପେରେଟିଭ ହ୍ୟାଣ୍ଡିକ୍ରାଫ୍ଟସ୍‌ କର୍ପୋରେଶନ ଲିମିଟେଡ୍‌ (ଉତ୍କଳିକା) ପକ୍ଷରୁ ରୁପା ତାରକସିକୁ ଜିଆଇ ଟ୍ୟାଗ୍‌ ପ୍ରଦାନ ନିମନ୍ତେ ୨୦୨୧ରେ ଆବେଦନ କରିଥିଲା। ଆବେଦନରେ ଦର୍ଶାଯାଇଥିଲା ଯେ, ରୁପାର ତାରକସିର କାରୁକାର୍ଯ୍ୟ ତ୍ରୟୋଦଶ ଶତାବ୍ଦୀରୁ କଟକ ସହରରେ ଆରମ୍ଭ ହୋଇଛି। ଏହି କାରୁକାର୍ଯ୍ୟ ଜରିଆରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପିନ୍ଧୁଥିବା ଗହଣା ସମେତ ବିଭିନ୍ନ ଅଳଙ୍କାର, ସାଜସଜ୍ଜା ନିମନ୍ତେ ବ୍ୟବହାର କରାଯାଉଥିବା କାରୁଖଚିତ ସାମଗ୍ରୀ, ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ମୁକ୍ତେଶ୍ୱର ମନ୍ଦିରର ପ୍ରତିକୃତି, ଦୁର୍ଗାପୂଜା ସମୟରେ ଦେବୀଙ୍କୁ ଲାଗି କରାଯାଉଥିବା ଅଳଙ୍କାର ଓ ମେଢ଼ରେ ଚାନ୍ଦିର ସାଜସଜ୍ଜା ଏକ ଅନନ୍ୟ ଆକର୍ଷଣ ତଥା ପରମ୍ପରା ପାଲଟିଛି। ତେବେ କଟକ ତାରକସିକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ସହରବାସୀଙ୍କ ସମେତ ଗହଣା କାରିଗରମାନଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦିପନା ସୃଷ୍ଟି ହୋଇଛି। ଅଖିଳ ଭାରତୀୟ ସ୍ବର୍ଣ୍ଣକାର ସଂଘର ଯୁଗ୍ମ ସମ୍ପାଦକ ତଥା ଉତ୍କଳ ସ୍ବର୍ଣ୍ଣ-ରୌପ୍ୟ ଶିଳ୍ପୀ ସଂଘର ଯୁବ ସଭାପତି ଭାନୁପ୍ରତାପ ସାହୁ କୁହନ୍ତି, କଟକର ରୁପା ତାରକସି କାର୍ଯ୍ୟକୁ ଜିଆଇ ଟ୍ୟାଗ୍‌ ପ୍ରଦାନ ପାଇଁ ବହୁତ ଦିନ ହେବ ଆମେମାନେ ଲାଗିଥିଲୁ। ଯାହାହେଉ ଏବେ ମିଳିଲା, ଆମ ଜାତି ପାଇଁ, କାରିଗରମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଜିଆଇ ଟ୍ୟାଗ୍‌ ଦ୍ୱାରା କଟକର ତାରକସି କାରୁକାର୍ଯ୍ୟ ବିଶ୍ୱର କୋଣଅନୁକୋଣରେ ପହଞ୍ଚିବ। ଗବେଷକମାନେ ମଧ୍ୟ ଆସି ଏହା ଉପରେ ଗବେଷଣା କରିବେ। ଏହାବାଦ ରୁପା ତାରକସିର ଖ୍ୟାତି ବ୍ୟାପ୍ତ ହେବା ସହ କାରିଗର ଓ ବ୍ୟବସାୟୀମାନଙ୍କ ମେରୁଦଣ୍ଡ ସଳଖିବାରେ ସହାୟକ ହେବ। ଓଡ଼ିଶାର ଗୌରବ ଆହୁରି ଉଜ୍ଜ୍ୱଳ ହେବ।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀରେ ଓଡ଼ିଶାର ଖଜୁରି ଗୁଡ଼, ଢେଙ୍କନାଳର ମଗଜି, ସିମିଳିପାଳର କାଇ ଚଟଣି, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, କପଡ଼ଗଣ୍ଡର ଡୁଙ୍ଗରିଆ କନ୍ଧଙ୍କ ହାତବୁଣା ଶାଲ, କୋରାପୁଟର କଳାଜିରା ଚାଉଳ ଓ ଲାଞ୍ଜିଆ ସଉରା ଜନଜାତିଙ୍କ ଚିତ୍ରଶିଳ୍ପକୁ ଜିଆଇ ଟ୍ୟାଗ୍‌ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଦର୍ଶନ ସାରି ମେଗା ରୋଡ ଶୋ’ କରିବେ ମୋଦି

ଭୁବନେଶ୍ୱର,୧୮ା୫:୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୨୪ ଅବପାତ!

ଭୁବନେଶ୍ୱର,୧୮।୫: ତାତିରୁ ମିଳିବ ଆଶ୍ୱସ୍ତି। ଆସନ୍ତା ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୦ ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ: ସିଇଓ

ଭୁବନେଶ୍ୱର,୧୮।୫: ଦ୍ବିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓ ନିକୁଞ୍ଜ ଧଳ ଶନିବାର ପ୍ରେସମିଟ କରିଛନ୍ତି। ୨ୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର...

ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ: ଏହି ଜିଲାରୁ ଧରାପଡିଲା ସର୍ବାଧିକ

ଭୁବନେଶ୍ୱର,୧୮।୫: ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଶନିବାର ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ...

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri