Posted inଫୁରସତ

ଜାଣନ୍ତୁ କାହିଁକି ମହିଳାଙ୍କ ପସନ୍ଦ ଡେଙ୍ଗା ପୁରୁଷ

  1. ମହିଳା ନିଜ ଜୀବନ ସାଥୀ ଭିତରେ ଖୋଜିଥାନ୍ତି କିଛି ଖାସ୍‌ ବିଶେଷତ୍ୱ, ଯେମିତିକି ସେ ସ୍ବଭାବରେ ଭଲ ହୋଇଥିବେ। କେୟାରିଂ ନେଚରର ହେବାସହ ତାଙ୍କୁ ଖୁବ୍‌ ଭଲ ପାଉଥିବେ। ଏହାବାଦ୍‌ ବି ଜଣେ ନାରୀ ପୁରୁଷ ଭିତରେ ଆଉ ଏକ ବିଶେଷତ୍ୱକୁ ବି ଗୁରୁତ୍ୱ ଦିଏ। ସେ ହେଉଛି ମନର ମଣିଷ ଡେଙ୍ଗା ହୋଇଥିବେ। ହଁ ପ୍ରାୟ ମହିଳାଙ୍କର ପସନ୍ଦ ଡ଼େଙ୍ଗା ପୁରୁଷ। ତେବେ କାହିଁକି ଜାଣନ୍ତୁ ସେ ସମ୍ପର୍କରେ…
    ନିକଟରେ ହୋଇଥିବା ଏକ ଗବେଷଣା କହେ ଅଧିକାଂଶ ଝିଅ ଜୀବନସାଥୀ ବାଛିବାବେଳେ ଅଧିକ ଉଚ୍ଚତା ଥିବା ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି। ଜର୍ମାନୀର ୟୁନିଭର୍ସିଟି ଅଫ୍‌ ଜୋଟିଙ୍ଗେନ କରିଥିବା ଏହି ଗବେଷଣା ଅନୁସାରେ ମହିଳାମାନେ ନିଜ ଜୀବନସାଥୀ ଖୋଜିବାବେଳେ ଉଚ୍ଚତାକୁ ବେଶି ଗୁରୁତ୍ୱ ଦିଅନ୍ତି। କାରଣ ମହିଳାଙ୍କୁ ଲାଗେ ଡେଙ୍ଗା ପୁରୁଷ ଅଧିକ ବଳବାନ। ତେଣୁ ପୁରୁଷଙ୍କ ପାଖରେ ମହିଳାମାନେ ସୁରକ୍ଷିତ ଅନୁଭବ କରନ୍ତି। ତା’ସହ ସେମାନଙ୍କର ଧାରଣା ଥାଏ ଯେ, ଏଭଳି ପୁରୁଷ ତାଙ୍କର ଓ ପରିବାରର ଭଲଭାବେ ଧ୍ୟାନ ରଖିପାରିବେ। କିଛି ଗବେଷଣା ଏହା ବି କହେ ଯେ, ଡେଙ୍ଗା ପୁରୁଷ ଅଧିକ ସଫଳ ହୋଇଥାନ୍ତି ଓ ଅଧିକ ରୋଜଗାର କରନ୍ତି। ତେଣୁ ମହିଳାମାନେ ଏଭଳି ପୁରୁଷଙ୍କ ପ୍ରତି ବେଶି ଆକୃଷ୍ଟ ହୁଅନ୍ତି। ବଡ଼ ପରଦା ଓ ଟିଭିର ଛୋଟ ପରଦାରେ ଅଧିକାଂଶ ଅଭିନେତା ଡେଙ୍ଗା ଓ ହ୍ୟାଣ୍ଡସମ୍‌ ହୋଇଥାନ୍ତି। ମହିଳାମାନେ ସାଧାରଣତଃ ପରଦା ଉପରେ ଯେମିତି ପୁରୁଷ ଦେଖନ୍ତି ମନରେ ଜୀବନସାଥୀର ଛବି ବି ସେହିଭଳି ଗଢିଥାନ୍ତି। ସମାଜ ବି ସବୁବେଳେ ଚାହେଁ ନାରୀଠୁ ପୁରୁଷର ଉଚ୍ଚତା ଅଧିକ ହେଉ ବୋଲି। ଯଦି କମ୍‌ ଉଚ୍ଚତାର ପୁରୁଷ ନାରୀର ଜୀବନସାଥୀ ହୁଏ ଲୋକେ ନାନା କଥା କୁହନ୍ତି। ତେଣୁ ନାରୀ ସବୁବେଳେ ଡ଼େଙ୍ଗା ପୁରୁଷ ଚାହେଁ। ଏହାବାଦ ଆଉ କିଛି ଗବେଷଣା କହେ ଯେ, ଡ଼େଙ୍ଗା ପୁରୁଷ ବି କମ୍‌ ଉଚ୍ଚତାର ମହିଳାଙ୍କୁ ପସନ୍ଦ କରନ୍ତି। କାରଣ କମ ଉଚ୍ଚତାର ମହିଳାଙ୍କ ପାଖରେ ସେମାନେ ଅଧିକ ଡ଼େଙ୍ଗା ଲାଗନ୍ତି, ଯାହାକି ସେମାନଙ୍କ ଆତ୍ମବିଶ୍ୱାସ ବଢାଏ। ଯଦିଓ ସବୁ କ୍ଷେତ୍ରରେ ଏହା ଦେଖିବାକୁ ମିଳି ନ ଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri