Posted inଫୁରସତ

ବିଶ୍ୱ ସ୍କାଉଟ୍ସ ଦିବସ: ଶୃଙ୍ଖଳିତ ଆଦର୍ଶ ଜୀବନ ମୂଳମନ୍ତ୍ର

ବିଶ୍ୱବ୍ୟାପୀ ଫେବୃୟାରୀ ୨୨କୁ ସ୍କାଉଟ ଦିବସ ଭାବେ ପାଳନ କରାଯାଇଥାଏ। କୋଟି କୋଟି ସ୍କାଉଟ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରିଥାନ୍ତି। ଏହିଦିନ ବ୍ରିଟେନ୍‌ର ଲ୍ୟୁଟ୍‌ନାଣ୍ଟ ଜେନେରାଲ ବଡେନ ପାଓ୍ବେଲ ଜନ୍ମ ଗ୍ରହଣ କରିଥିଲେ। ଜଣେ ସେନା ଅଧିକାରୀ, ଲେଖକ ଓ ସମାଜ ସଂସ୍କାରକ ଭାବେ ସେ ବେଶ୍‌ ଜଣାଶୁଣା। ବିଶ୍ୱର ସେ ପ୍ରଥମ ଚିଫ୍‌ ସ୍କାଉଟ ହୋଇଥିବାରୁ ତାଙ୍କ ଜନ୍ମଦିନ ୧୮୫୭ ଫେବୃୟାରୀ ୨୨କୁ ବିଶ୍ୱ ସ୍କାଉଟ ଦିବସ ଭାବେ ପାଳନ କରାଯାଇ ଆସୁଛି। ତାଙ୍କ ସ୍ତ୍ରୀ ଓଲେଭ ବଡେନ ପାଓ୍ବେଲ ସ୍କାଉଟିଂ ଓ ଗଲର୍ସ ଗାଇଡ୍‌ ପ୍ରତିଷ୍ଠାତା ଥିଲେ। ଦୁହିଁଙ୍କ ପ୍ରେରଣା କେବଳ କେନିଆ ନୁହେଁ, ସାରା ବିଶ୍ୱକୁ ବାଟ ଦେଖାଇଥିଲା।
ସ୍କାଉଟ୍‌ ସଂଘ ପକ୍ଷରୁ ଏହି ଦିବସକୁ ପ୍ରତିଜ୍ଞା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଗଲର୍ସ ଗାଇଡ୍‌ ଓ ଗଲର୍ସ ସ୍କାଉଟ୍‌ ପକ୍ଷରୁ ଏହି ଦିବସକୁ ବିଶ୍ୱ ଚିନ୍ତନ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିବସ ସମସ୍ତ ସ୍କାଉଟ ଓ ଗଲର୍ସ ଗାଇଡ୍‌ମାନେ ନିଜକୁ ଶୃଙ୍ଖଳିତ କରିବା ଓ ଆନ୍ଦୋଳନର ଆଦର୍ଶକୁ ବଜାୟ ରଖିବା ଲାଗି ପ୍ରତିଜ୍ଞା କରିଥାନ୍ତି। ସମୟକ୍ରମେ ବିଭିନ୍ନ ଦେଶରେ ସ୍କାଉଟ ଓ ଗାଇଡ୍‌ ନିୟମାବଳୀ ବଦଳିଥିଲେ ହେଁ ଜଣେ କିପରି ଶୃଙ୍ଖଳାର ସହ ଆଦର୍ଶ ଜୀବନ ବିତାଇପାରିବ ଓ ସମାଜ ଲାଗି ଉଦାହରଣ ସୃଷ୍ଟି କରିପାରିବ, ସେନେଇ ଚିନ୍ତା କରିବା ସହ ଏହି ଦିବସ ପାଳନ ଅବସରରେ ପ୍ରତିଜ୍ଞା ନେଇଥାନ୍ତି।
ସମୟରେ ସ୍କାଉଟ୍ସମାନେ ସହାୟତାର ହାତ ବଢ଼ାଇଥାନ୍ତି। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ। ପ୍ରଥମେ ୧୯୨୦ରେ ପ୍ରଥମ ବିଶ୍ୱ ସ୍କାଉଟ୍ସ ସମ୍ମିଳନୀର ଲଣ୍ଡନ ସଂସ୍କରଣରେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା। ରବର୍ଟ ବାଡେନ-ପାୱେଲଙ୍କ ଜନ୍ମଦିନରେ ଏହି ଦିବସ ପାଳନ ଲାଗି ମତ ପ୍ରକାଶ ପାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ବିପଦ ସମୟରେ ମାନବ ସମାଜ ପାଖରେ ବନ୍ଧୁ ଭଳି ଠିଆହେବାକୁ ସ୍କାଉଟ୍ସ ଦିବସ ଶିକ୍ଷା ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri