ପାତରଅନ୍ତର ନୀତିକୁ ବିରୋଧ

ଯାଜପୁର,୨୧।୨(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ରୋଡରୁ ଧାମରା ରେଳପଥ ପ୍ରକଳ୍ପ ଲାଗି ଟଙ୍କା ନାହିଁ। ମାତ୍ର ପୁରୀ-କୋଣାର୍କ ରେଳପଥ ଲାଗି ୪୯୨ କୋଟି ଟଙ୍କ ମଞ୍ଜୁର କରିଛନ୍ତି। ଏହାକୁ ସ୍ବାଗତ କରୁଥିବାବେଳେ ରେଳମନ୍ତ୍ରୀ ଦୀର୍ଘଦିନର ଦାବି ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡା ଜିଲାବାସୀଙ୍କୁ ପ୍ରତାରିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ ବୋଲି ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ପରିଷଦର ସଂଯୋଜକ ପଦ୍ମାକର ଗୁରୁ ଏକ ବିଜ୍ଞପ୍ତିରେ ଆହୁରି ଜଣାଇଛନ୍ତି, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ପୁରୀରୁ କୋଣାର୍କ ଦୀର୍ଘ ପ୍ରାୟ ୩୨ କିଲୋମିଟର ରେଳପଥକୁ ମଞ୍ଜୁରୀ ଦେବା ସହ ଏହି ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ୪୯୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମାତ୍ର ଯାଜପୁର ରୋଡ-ଧାମରା ଦୀର୍ଘ ପ୍ରାୟ ୯୬ କିଲୋମିଟର ରେଳପଥର ଆରଓଆର ୨୭.୩୭ ପ୍ରତିଶତ ଥିବା ସତ୍ତ୍ୱେ ବଜେଟରେ କିମ୍ବା ଉକ୍ତ ଖବରଦାତା ସମ୍ମିଳନୀରେ କୌଣସି ଅର୍ଥ ଘୋଷଣା ନ କରିବା ପାତର ଅନ୍ତର ନୀତିକୁ ସୂଚାଉଛି।
ଯାଜପୁର ରୋଡ-ଧାମରା ଭାୟା ବିରଜାକ୍ଷେତ୍ର, ଆରଡ଼ି, ଚାନ୍ଦବାଲି, ଭିତରକନିକା ଦେଇ ଧାମରା ପ୍ରକଳ୍ପ ପ୍ରତି ଉପେକ୍ଷା ମନ୍ତ୍ରୀଙ୍କ ବୈମାତୃକ ମାନସିକତାର ପରିଚୟ। ଏହି ରେଳପଥ ନିର୍ମାଣ କରାଗଲେ ଉପରୋକ୍ତ ୩ ଜିଲାର ପ୍ରାୟ ୧୨ ଲକ୍ଷ ଲୋକ ଉପକୃତ ହୋଇ ପାରିବେ। ତେଣୁ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ପାଇଁ ରେଳମନ୍ତ୍ରୀ ଅନୂନ୍ୟ କିଛି ଟଙ୍କା ବି ଘୋଷଣା କରିପାରିଥାନ୍ତେ । ମାତ୍ର ହୀନ ରାଜନୈତିକ ମନୋଭାବ ପୋଷଣ କରି ଏହି ଜିଲାବାସୀଙ୍କ ପ୍ରତି କୁଠାରଘାତ କରିଛନ୍ତି। ଏହି ରେଳପଥର ଅଗ୍ରଗତି ପାଇଁ ଭାଜପା ଓ ବିଜେଡିର କୋଳାକୋଳି ନୀତିରେ ଉଭୟ ଦଳର ନେତାମାନଙ୍କ ନୀରବତା ଆହୁରି ଚକିତ କରୁଛି । ଏହି ୩ ଜିଲାର ଭାଜପା ନେତାମାନେ ଆଗରୁ ଶ୍ରେୟ ନେବାଲାଗି ଯାଜପୁର ରୋଡରୁ ଧାମରା ରେଳପଥ ନିର୍ମାଣ ପାଇଁ ପୋଷ୍ଟର ଓ ହୋର୍ଡିଂ ଲଗାଉଥିଲେ । ମାତ୍ର ବଜେଟ୍‌ ଘୋଷଣା ପରେ ସେମାନଙ୍କ ଅହେତୁକ ନୀରବତା କେବଳ ହୀନ ରାଜନୈତିକ ଛଡ଼ା ଆଉ କିଛି ନାହିଁ । ରେଳମନ୍ତ୍ରୀଙ୍କ ଏପରି ପାତରଅନ୍ତର ନିଷ୍ପତ୍ତି ବିରୋଧରେ ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଯାଜପୁର ଟାଉନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନ ଜାଗରଣ ସମାବେଶ ଅନୁଷ୍ଠିତ ହେବ। ଏହାସହ ସେହିଦିନ ଧାମରା ଠାରେ ଅପରାହ୍ନ୪ଟା୩୦ରୁ ସନ୍ଧ୍ୟା ୬ ଟା ୩୦ ପର୍ଯ୍ୟନ୍ତ ଜନ ସାଧାରଣ, ବୁଦ୍ଧିଜୀବୀ, ସଚେତନ ନାଗରିକ ମାନଙ୍କୁ ଏକାଠି କରାଯିବ। ରେଳମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ପରିଷଦର ସଂଯୋଜକ ଗୁରୁ ଉକ୍ତ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri