ପଟ୍ଟାମୁଣ୍ଡାଇ ପୌରାଞ୍ଚଳ: ବୃଦ୍ଧି ପାଉଛି ମଶା ଉପଦ୍ରବ

ପଟ୍ଟାମୁଣ୍ଡାଇ,୨୦ା୨ (କଳ୍ପତରୁ ନାୟକ):ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ମଶାବଂଶ ବୃଦ୍ଧି ଚିନ୍ତାର କାରଣ ହୋଇପଡ଼ିଥିବା ବେଳେ ଏମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପୌର କର୍ତ୍ତୃପକ୍ଷ ପରିମଳ ବ୍ୟବସ୍ଥା ପ୍ରତି ଯଥେଷ୍ଟ ଧ୍ୟାନ ଦେଉ ନ ଥିବାରୁ ମଶା ସହରବାସୀଙ୍କୁ ଅଥୟ କରିଦେଲେଣି। ଏହାର ନିରାକରଣ ଦିଗରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ସଚେତନତା ନେଇ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏବେ ସହରରେ ଯଜ୍ଞ ଆରମ୍ଭ ହେଉଥିବା ବେଳେ ବର୍ଜ୍ୟବସ୍ତୁ ସବୁ ପଡ଼ି ରହିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହ ପ୍ରତିକ୍ରିୟା ପ୍ରକାଶ ପାଉଛି।
ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧୀନ ବିଭିନ୍ନ ଅଞ୍ଚଳରେ ଡ୍ରେନେଜ୍‌ ବ୍ୟବସ୍ଥାଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ କରାଯାଉ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମଶାଙ୍କ ଉପଦ୍ରବରେ ସହରବାସୀ ଅତିଷ୍ଠ କରି ପକାଇଲାଣି। ଏ ନେଇ ଅଭିଯୋଗକଲେ କେବଳ ପ୍ରତିଶ୍ରୁତି ମିଳୁଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ସହରରେ ଦୋକାନୀଙ୍କ ବର୍ଜ୍ୟବସ୍ତୁ ପଡି ରହିବା ଫଳରେ ଜଳ ନିଷ୍କାସନରେ ବାଧକ ସାଜି ଜମି ରହୁଛି। ଅଧିକାଂଶ ସ୍ଥାନରେ ପାଇପ ଜଳ ଓ ଡ୍ରେନ୍‌ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଢେଉ ଭାଙ୍ଗୁଛି। ଦୀର୍ଘଦିନ ଧରି ପାଣି ନିଷ୍କାସନ ନ ହୋଇ ଜମି ରହିବାରୁ ମଶା, ମାଛି ସହ ବିଭିନ୍ନ ଜୀବାଣୁଙ୍କ ଉତ୍ପତି ସ୍ଥଳ ପାଲଟିଛି। ଏମାନଙ୍କ ବଂଶ ବୃଦ୍ଧି ରୋକିବାରେ ପୌର ପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଯିବାରୁ ବିଭିନ୍ନ ରୋଗ ବ୍ୟାପିବାରେ ଲାଗିଛି। ପଟ୍ଟାମୁଣ୍ଡାଇ ସହରରେ ଥିବା ନାଳ ନର୍ଦ୍ଦମାକୁ ଠିକ୍‌ ଭାବେ ସଫେଇ କରାଯାଉ ନାହିଁ। ଏପରି କି ସେଥିରେ ମଶା ତେଲ ସିଞ୍ଚନ ହେଉନାହିଁ। ପୌରପାଳିକାର ସମସ୍ତ ୱାର୍ଡରେ ନିୟମିତ ଭାବେ ମଶା ଧୂଅଁା ଗାଡ଼ି ବୁଲାଯାଉନାହିଁ। ସହରର ଅନେକ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇଥିଲେ ବି ତାହାକୁ ସଫା କରାଯାଉ ନାହଁି। ତେଣୁ ଆଗାମୀଦିନରେ ସହରରେ ଡେଙ୍ଗୁ, ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ରହିଛି। ବର୍ତ୍ତମାନ ପଟ୍ଟାମୁଣ୍ଡାଇର ଗଣପର୍ବ ଯଜ୍ଞ ଆରମ୍ଭ ହେଉଥିବାରୁ ବହୁ ଜନସମାଗମ ହେବ। ଏହିସବୁ ସମସ୍ୟାର ଯଥାଶୀଘ୍ର ସମାଧାନ କରି ମଶା ନିରାକରଣ କରା ନ ଗଲେ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଜିଲା କଂଗ୍ରେସ ଓବିସି ସେଲ୍‌ ସଭାପତି ମଳୟ ଦାସ, ଯୁବନେତା ସତ୍ୟପ୍ରିୟ ସାମଲ, କାଉନସିଲର ସମ୍ରାଟ ଜେନା, ଦଳିତ ସେଲ୍‌ ସଭାପତି ସର୍ବଶ୍ୱେର ସେଠୀ, ତପନ ପାତ୍ର ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ ପୌର ପରିଷଦ ପକ୍ଷରୁ ଡ୍ରେନ୍‌ଗୁଡ଼ିକ ସଫା କରାଯାଉଛି। ମାତ୍ର ଠିକ୍‌ ଢଙ୍ଗରେ ସଫେଇ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ପରିମଳ ବିଭାଗକୁ କହିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri