ମୁଁ ଧୋନୀଙ୍କୁ ପଚାରିବାକୁ ଚାହେଁ, ଶତକ ମାରିବା ପରେ ବି ମୋତେ କାହିଁକି ବାଦ୍‌ ଦିଆଗଲା:ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୨୦।୨: ଭାରତୀୟ କ୍ରିକେଟ ଦଳର କ୍ୟାପ ପାଇବା ଦେଶର ଯେକୌଣସି ଖେଳାଳିଙ୍କ ପାଇଁ ସବୁଠାରୁ ବଡ ସ୍ବପ୍ନ। ତେବେ ଭାରତୀୟ ଦଳ ପାଇଁ ଖେଳିବା ଯେତିକି କଷ୍ଟସାଧ୍ୟ, ଦଳରେ ସ୍ଥାନ ବଜାୟ ରଖିବା ମଧ୍ୟ କଷ୍ଟସାଧ୍ୟ। ଅନେକ କ୍ରିକେଟର ଏହା କରିଛନ୍ତି ଏବଂ ଦୀର୍ଘ ସମୟ ଧରି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଥିଲେ ମଧ୍ୟ କିଛି ଦୁର୍ଭାଗ୍ୟଜନକ କ୍ରିକେଟର ଅଛନ୍ତି ଯେଉଁମାନେ ନିଜକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରମାଣ କରିଥିଲେ, କିନ୍ତୁ ଦୀର୍ଘ ଦିନ ଧରି ଭାରତୀୟ ଦଳରେ ଖେଳି ପାରିନଥିଲେ। ସେମାନଙ୍କ କ୍ୟାରିଅର୍‌ କିଛି ଦିନ ପରେ ସମାପ୍ତ ହେଲା।ମନୋଜ ତିୱାରୀ ମଧ୍ୟ ସେହି କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ସେପ୍ରାୟ ଦୁଇ ଦଶନ୍ଧି ଧରି ବଙ୍ଗଳା ପାଇଁ ଖେଳିଥିଲେ ଏବଂ ଭାରତ ପାଇଁ ୧୨ଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ ଖେଳିଥିଲେ।
ଅବସର ଗ୍ରହଣ କରିବାର ଗୋଟିଏ ଦିନ ପରେ ମନୋଜ ଦଳରୁ ବାଦ୍‌ ପଡ଼ିବା ଏବଂ କ୍ୟାରିୟରର ସମାପ୍ତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସେ ଦିନିକିଆ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ହେଁ ଟେଷ୍ଟ କ୍ୟାପ ପାଇପାରି ନ ଥିବାରୁ ସେ ଦୁଃଖିତ।
ଏକ ସାକ୍ଷାତକାରରେ ମନୋଜ କହିଛନ୍ତି,- ମୁଁ ୬୫ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବାବେଳେ, ମୋର ବ୍ୟାଟିଂ ହାରାହାରି ୬୫ ଥିଲା। ତା’ପରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତ କଲା ଏବଂ ମୁଁ ଚେନ୍ନାଇରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ୧୩୦ ସ୍କୋର କରିଥିଲି। ତା’ପରେ ମୁଁ ଇଂଲଣ୍ଡ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ୯୩ ରନ ସଂଗ୍ରହ କରିଥିଲି। ମୁଁ ଟେଷ୍ଟ କ୍ୟାପ ପାଇବାକୁ ବହୁତ ନିକଟତର ଥିଲି, କିନ୍ତୁ ସେମାନେ ମୋ ବଦଳରେ ଯୁବରାଜ ସିଂଙ୍କୁ ବାଛିଲେ। ତେଣୁ ଟେଷ୍ଟ କ୍ୟାପ ମିଳିଲା ନାହିଁ। କେବଳ ଏତିକି ନୁହେଁ, ଦିନିକିଆରେ ଏକ ଶତକ ହାସଲ କରିବା ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପାଇବା ପରେ ମୋତେ ଅଣଦେଖା କରାଯାଇଥିଲା। କ୍ରମାଗତ ୧୪ଟି ମ୍ୟାଚ ପାଇଁ ମୋତେ ଅଣଦେଖା କରାଯାଇଥିଲା। ଯଦି ମୁଁ ଧୋନୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଏ ତା’ହେଲେ ମୁଁ ନିଶ୍ଚିତ ଭାବେ ତାଙ୍କୁ ପଚାରିବି ଶତକ ସ୍କୋର କରିବା ପରେ ମୋତେ ଦଳରୁ କାହିଁକି ବାଦ୍‌ ଦିଆଗଲା, ବିଶେଷ କରି ଅଷ୍ଟ୍ରେଲିଆ ଗସ୍ତରେ ଯେଉଁଠାରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ସୁରେଶ ରାଇନା ଭଳି ଖେଲାଳି କେହି ରନ ସ୍କୋର କରୁ ନ ଥିଲେ ତାଙ୍କୁ ନିଆଗଲା କିନ୍ତୁ ମୋତେ ବାଦ୍‌ ଦିଆଗଲା।
ମନୋଜ ତିୱାରୀ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ସେ ୧୧ ଡିସେମ୍ବର ୨୦୧୧ରେ ଚେନ୍ନାଇରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ତାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ମନୋନୀତ କରାଯାଇଥିଲା। ତେବେ ଜୁଲାଇ ୨୦୧୨ରେ ସେ ଶ୍ରୀଲଙ୍କା ବିପକ୍ଷ ଦଳର ଅଂଶ ହୋଇ ନ ଥିଲେ ଏବଂ ପ୍ଲେ-୧୧ରୁ ବାଦ୍‌ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୬(ସୁନୀଲ ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନ ପାଖ ହୋଟେଲ ଇନ୍ଦ୍ରପ୍ରସ୍ଥର ୨୧୨ ନମ୍ବର ରୁମ୍‌ରୁ ଗତ ମେ’ ୧୭ରେ ପୋଲିସ କନଷ୍ଟେବଳ ଶଙ୍କରଭାନୁ ବେହେରାଙ୍କ ହାତଗୋଡ଼,...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୃତ ଦିଲ୍ଲୀପଙ୍କ ପରିବାର, ହତ୍ୟାକାରୀଙ୍କୁ କଠୋର ଦଣ୍ଡ ପାଇଁ ନିବେଦନ

ଖଲ୍ଲିକୋଟ,୧୩ା୬(ପ୍ରଶାନ୍ତ କୁମାର ମିଶ୍ର): ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଆଲୋଚନା କରିଛନ୍ତି ମୃତ ଦିଲ୍ଲୀପ ପାହାନଙ୍କ ପରିବାର। ସୂଚନାନୁଯାୟୀ, ଶ୍ରୀକୃଷ୍ଣଶରଣପୁର...

ଜମ୍ମୁ-କଶ୍ମୀର ଆତଙ୍କୀ ହମ୍‌ଲାର କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର,୧୩ା୬(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଜମ୍ମୁ-କଶ୍ମୀରର କଟ୍ରାରୁ ଶିବ ଖଡ଼ି ତୀର୍ଥ ଯାତ୍ରୀ ବସ୍‌ ଯାଉଥିବା ସମୟରେ ୯ ତାରିଖରେ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ୧୦ ନିରୀହ...

ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ସାକ୍ଷୀଗୋପାଳ, ୧୩।୬(କିଶୋର ମହାପାତ୍ର): ଗୁରୁବାର ସକାଳୁ ସକାଳୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲି ରାଜ୍ୟର ନୂଆ ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝି...

ଶ୍ରୀମନ୍ଦିର ଚାରିଦ୍ୱାରର ରହିଛି ନିଜସ୍ୱ ବିଶେଷତା, ଜାଣନ୍ତୁ…

ପୁରୀ, ୧୩।୬: ଦୀର୍ଘ ସମୟ ପରେ ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଇଛି। କରୋନା ସମୟରୁ ସରକାରଙ୍କ ଦ୍ୱାରା ଚାରିଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ...

ଭାଜପା ବିଜୟ ଉତ୍ସବ ପାଳନରେ ବାଣଫୁଟାକୁ ନେଇ ଖଣ୍ଡଯୁଦ୍ଧ: ବାପ-ପୁଅ ସମେତ ୬ ଆହତ, ଗାଁରେ ଉତ୍ତେଜନା

ହାଟଡିହୀ,୧୩ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ବାଣଫୁଟାକୁ ନେଇ ମହାଭାରତ ସୃଷ୍ଟି ହୋଇଛି। ବାଣଫୁଟାରେ ବାପ, ପୁଅଙ୍କ ସମେତ ୬...

ରୋଜଗାର କରିବାକୁ ଯାଇ ବେଙ୍ଗାଲୁରୁରେ ଚାଲିଗଲା ଓଡ଼ିଆ ଯୁବକଙ୍କ ଜୀବନ, ଗାଁକୁ ଆସି ପାରିଲାନି ମୃତଦେହ

ପାଟଣା,୧୩ା୬(ବୀରକିଶୋର ଦାଶ): ବେଳେବେଳେ ଆତ୍ମୀୟଙ୍କ ଅନ୍ତିମ ଦର୍ଶନ ବି ପରିବାର ଲୋକେ କରିପାରନ୍ତି ନାହିଁ। ମୃତଦେହ ଆସିବାରେ ଅର୍ଥ ବାଧକ ସାଜେ। ଜଣେ ଓଡ଼ିଆ ଯୁବକ...

ପିଚୁ ପ୍ଲାଣ୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି

ଦାରିଙ୍ଗବାଡ଼ି,୧୩ା୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଅଲାରୀଠାରେ ଏକ ପିଚୁ ପ୍ଲାଣ୍ଟରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri