ହଟୁନି ବିଦ୍ୟୁତ୍‌ ଖୁଣ୍ଟ, ଗଛ: ଚାଲିଛି ରାସ୍ତା କାମ

ଚଣ୍ଡିଖୋଲ,୧୪।୨(ପ୍ରଦୀପ୍ତ କୁମାର ପୃଷ୍ଟି): ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନର ବଡ଼ଚଣା ଉପଖଣ୍ଡରେ ରହିଛି ବଡ଼ଚଣା-ବାଲିଚନ୍ଦ୍ରପୁର ରାସ୍ତା। ଏହି ରାସ୍ତା ନବୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲୁ ରହିଛି। ବିଭାଗ ପକ୍ଷରୁ ରାସ୍ତାରୁ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ହଟାଇ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ହେବାର ନିୟମ ରହିଛି। ହେଲେ ଏହା ନ କରି ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଥାଇ ଚାଲିଛି କାମ। ଠିକା ସଂସ୍ଥା ରାସ୍ତା ମଝିରେ ଖୁଣ୍ଟ ଥାଇ ଢଳେଇ ପକାଇବା ଦ୍ୱାରା ଆଗାମୀ ଦିନରେ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେବା ସମ୍ଭାବନା ସୃଷ୍ଟି ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧର ସ୍ବର ଦେଖାଦେଇଛି।
ସୂଚନା ଅନୁଯାୟୀ ବଡ଼ଚଣା-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ଲମ୍ବ ୧୨.୫୦୦ କିଲୋମିଟର। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଟେଣ୍ଡର କରାଯାଇଛି। ଜଣେ ବଡ଼ଚଣାଠାରୁ ଭାକୁଡ ପର୍ଯ୍ୟନ୍ତ ଓ ଅନ୍ୟ ଜଣେ ଭାକୁଡ଼ଠାରୁ ବାଲିଚନ୍ଦ୍ରପୁର ପର୍ଯ୍ୟନ୍ତ ୨ ଠିକା ସଂସ୍ଥା କାମ ନେଇଛନ୍ତି। ୧୪ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ପ୍ରଶସ୍ତୀକରଣ ହେଉଛି। ପୂର୍ବରୁ ରାସ୍ତାର ଓସାର ୫.୫ ମିଟରଥିବାବେଳେ ଏବେ ଏହାର ଓସାର ୭ ମିଟର କରାଯିବ।
ବିଦ୍ୟୁତ୍‌ ବିଭାଗକୁ ପୂର୍ତ୍ତ ବିଭାଗ ପକ୍ଷରୁ ଖୁଣ୍ଟ ଉଠାଇବା ପାଇଁ ଚିଠି କରାଯିବା କଥା। ସେମାନେ ରାସ୍ତା ପରିଦର୍ଶନ କରି କେତେ ଖୁଣ୍ଟ ଉଠିବ ତାହା ତଦାରଖ କରି ଏଷ୍ଟିମେଟ ପୂର୍ତ୍ତ ବିଭାଗକୁ ଦେବେ। ଆବଶ୍ୟକ ଟଙ୍କା ପୂର୍ତ୍ତ ବିଭାଗ ପକ୍ଷରୁ ଜମା କରାଯିବା ପରେ ବିଦ୍ୟୁତ୍‌ ବିଭାଗ ଠିକାଦାର ଖୁଣ୍ଟ ଉଠାଇବେ। ସେହିପରି କେତେ ଗଛ କଟାଯିବ ସେ ନେଇ ବନ ଉନ୍ନୟନ ନିଗମକୁ ମଧ୍ୟ ଚିଠି କରାଯିବା କଥା। ଆବଶ୍ୟକ ସଂଖ୍ୟକ ଟଙ୍କା ବନ ଉନ୍ନୟନ ନିଗମ ନିକଟରେ ଜମା କଲେ ସେମାନେ ଗଛ କାଟିବେ। ତେବେ ଦୀର୍ଘ ୬ ମାସ ତଳୁ ରାସ୍ତା ଟେଣ୍ଡର ସରି ଠିକା ସଂସ୍ଥା ସେମାନଙ୍କ କାର୍ଯ୍ୟ ଆରମ୍ଭ କଲେଣି। କିନ୍ତୁ ଅଦ୍ୟାବଧି ଗଛ କଟାଯାଇନି କି ବିଦ୍ୟୁତ୍‌ ଖୁଣ୍ଟ ଉଠି ପାରିନାହିଁ।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଗଛ କାଟିବା ପାଇଁ ଆମେ ବନ ଉନ୍ନୟନ ନିଗମକୁ ପତ୍ର ଲେଖି ଜଣାଇଛୁ। ସେମାନେ ଆସି ତଦାରଖ କରି ଯାଇଛନ୍ତି। ଖୁବ୍‌ଶୀଘ୍ର ଗଛ କଟାଯିବ। ସେହିଭଳି ବିଦ୍ୟୁତ୍‌ ବିଭାଗ ଠିକାଦାରଙ୍କୁ କହିଛୁ ସେ ଖୁଣ୍ଟ ୧୫ ଦିନ ମଧ୍ୟରେ ଉଠାଇବେ ବୋଲି ଯନ୍ତ୍ରୀ ପ୍ରକାଶ କରିଛନ୍ତି। ତେବେ ବିଦ୍ୟୁତ୍‌ ଖୁଣ୍ଟର ମୂଳକୁ ଠିକା ସଂସ୍ଥା ପ୍ରାୟ ୧ ଫୁଟର କଂକ୍ରିଟ ଢଳେଇ ପକାଇବା ପରେ କିପରି ଖୁଣ୍ଟ ଉଠିବ ସେଥିନେଇ ସଂଶୟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri