କାମରେ ଲାଗୁନି ମାର୍କେଟ କମ୍ପ୍ଲେକ୍ସ

ଯାଜପୁର,୧୨ା୨(ହର୍ଷବର୍ଦ୍ଧନ ବେହେରା):ସର୍ବଧର୍ମ ସମନ୍ବୟର ପ୍ରତୀକ ବରାହ-ବିରଜା କ୍ଷେତ୍ରରେ ସାଧାରଣ ଲୋକଙ୍କ ଅର୍ଥନୈତିକ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଅବହେଳା କାରଣରୁ କେତେକ ଯୋଜନା ବାସ୍ତବ ରୂପ ନେଇ ପାରିନାହିଁ। ସେହି ଯୋଜନା ଶୀତଳ ଭଣ୍ଡାରରେ ପଡି ରହିଛି। ଏହାର ଏକ ଉଦାହରଣ ସାଜିଛି ଜିଲା ଦଶରଥପୁର ବ୍ଲକ ଅଧୀନ ଝୁମ୍ପୁରୀ ବଜାରରେ ନିର୍ମିତ ଏକ ମାର୍କେଟ କମ୍ପ୍ଲେକ୍ସ ଓ ମିଶନ ଶକ୍ତି ଭବନ। ଏହି ଦୁଇ କୋଠା ନିର୍ମାଣ ସରିବାର ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ତାହା ଏଯାଏ କାମରେ ଲାଗି ପାରିନାହିଁ।
ରାଜ୍ୟ ସରକାର ମହିଳାଙ୍କ ବିକାଶ ନିମନ୍ତେ ମିଶନ ଶକ୍ତି ଗୋଷ୍ଠୀ ଗଠନ କରିବା ସହିତ ସେମାନଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ରଖି ବିନା ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛନ୍ତି। ଏହାର ପରିଚାଳନା ପାଇଁ ମହାସଂଘ ଗଠନ, ଏମ୍‌ବିକେ ନିଯୁକ୍ତି କରାଯାଉଛି। ଏହାବାଦ ମିଶନ ଶକ୍ତି ଭବନ ନିର୍ମାଣ ନିମନ୍ତେ ୮ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଦିଆଯାଉଛି। ସେହିପରି ଗ୍ରାମ ପଞ୍ଚାୟତର ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ନିଜସ୍ବ ଆୟ ବୃଦ୍ଧି କରିବା ଏବଂ ସ୍ଥାନୀୟ ଯୁବକଙ୍କୁ ବ୍ୟବସାୟ ନିମନ୍ତେ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସରକାର ୨୦୧୩/୧୪ରେ ସ୍ବର୍ଣ୍ଣ ଜୟନ୍ତୀ ସ୍ବରୋଜଗାର ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଝୁମ୍ପୁରୀ ବଜାରଠାରେ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ ହୋଇଛି। ଏହାକୁ ହସ୍ତାନ୍ତର କରିବାର ୫ ବର୍ଷ ବିତିଯାଇଥିଲେ ସୁଦ୍ଧା କମ୍ପ୍ଲେକ୍ସକୁ ଅଦ୍ୟାବଧି କାର୍ଯ୍ୟକାରୀ କରା ନ ଯିବା ଦୁଃଖ ଓ ପରିତାପର ବିଷୟ ବୋଲି ମତପ୍ରକାଶ ପାଇଛି। ସେହିପରି ମାର୍କେଟ କମ୍ପ୍ଲେକ୍ସ ଛାତ ଉପରେ ମିଶନ ଶକ୍ତି ଭବନ ନିର୍ମାଣ ସରିବାର ପ୍ରାୟ ୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରି ଥିଲେ ସୁଦ୍ଧା ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ମିଶନ ଶକ୍ତି ମା’ମାନେ ବାରଦୁଆର ହେବା ସାର ହେଉଛି। ଏ ସମ୍ପର୍କରେ ବିଡିଓ ଆକାଶ ପଟ୍ଟନାୟକଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଉଭୟ କମ୍ପ୍ଲେକ୍ସ ଓ ମିଶନ ଶକ୍ତି ଭବନକୁ ପଞ୍ଚାୟତବାସୀଙ୍କ କାର୍ଯ୍ୟରେ ଲଗାଯିବ ବୋଲି କହିଛନ୍ତି। ସେହିପରି ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନିର୍ମଳଚନ୍ଦ୍ର କ୍ୟାପଙ୍କୁ ପଚାରିବାରୁ ମାର୍କେଟ କମ୍ପ୍ଲେକ୍ସ ପଞ୍ଚାୟତକୁ ହସ୍ତାନ୍ତର ହୋଇଛି। ବାକି ମିଶନ ଶକ୍ତି ଭବନରେ ବିଦ୍ୟୁତ୍‌ ଓ ପାନୀୟ ଜଳ ସଂଯୋଗ କରାଯାଇ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri