ମହିଳାଙ୍କୁ କାଇଁଚ ହସ୍ତଶିଳ୍ପ କରୁଛି ସ୍ବାବଲମ୍ବୀ

କେନ୍ଦ୍ରାପଡ଼ା, ୧୧ା୨ (ଜଗନ୍ନାଥ ଧଳ)ବଣୁଆ କାଇଞ୍ଚ ଏବେ କେନ୍ଦ୍ରାପଡ଼ା ଜିଲାର ୧୮୬୪ ପରିବାରର ମହିଳାଙ୍କୁ ରୋଜଗାର ଦେଉଛି। ଜିଲାକୁ ସ୍ବତନ୍ତ୍ର ପରିଚୟ ଦେବା ସହ ଏଥିରୁ ଉତ୍ପାଦିତ ସାମଗ୍ରୀର ଦେଶ ବିଦେଶରେ ଚାହିଦା ବଢ଼ିଛି।
ଏ ସମ୍ପର୍କରେ କାଇଁଚ ହସ୍ତଶିଳ୍ପୀ କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗ ଗ୍ରାମର ଭଗବତୀ ତ୍ରିପାଠୀ କହିଛନ୍ତି ଯେ, ଜିଲା ଶିଳ୍ପ କେନ୍ଦ୍ର, ମିଶନ ଶକ୍ତି, ଓରମାସ ପ୍ରମୁଖ କାଇଁଚ କଳାକୁ ପ୍ରୋତ୍ସାହିତ କରୁଛନ୍ତି। ବ୍ଲକର ଜଜାଙ୍ଗଠାରେ ଉପତ୍ାଦର ବୃଦ୍ଧି ଓ ବିକ୍ରି ପାଇଁ କ୍ଲଷ୍ଟର ଆରମ୍ଭ ହୋଇଛି। ଅନ୍‌ଲାଇନ ଓ ଅଫ୍‌ଲାଇନରେ ଏହାର ବିକ୍ରି ଚାଲିଛି। ବାରୋ ଗ୍ରାମର ଜାନକୀ ପଣ୍ଡା କହିଛନ୍ତି, ଏହି ଗ୍ରାମ ସହିତ ଜଜାଙ୍ଗ, କପାଳେଶ୍ୱର, ସମଲପୁର, ପୋଇପାଟ, ତରାଣ୍ଡୋ, ତ୍ରିଲୋଚନପୁର, କେରୋ ଆଦି ଗ୍ରାମରେ କାଇଁଚ ପ୍ରଚୁର ମିଳିଥାଏ। ଏଥିସହ ଡେରାବିଶ ବ୍ଲକର ଛତା, ବଳଭଦ୍ରପୁର, ଲକ୍ଷ୍ମୀନାରାୟଣପୁର, ମାର୍ଶାଘାଇ ବ୍ଲକର ତୁଳସୀପୁର, ପଳାଶପୁର, ଛଘରିଆ, ଅଙ୍ଗୁଳାଇ, ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର, ଔପଦା, ଓସମରା, ଡାମରପୁର ଆଦି କାଇଁଚର ଗନ୍ତାଘର। ବର୍ଷାଦିନେ ଏହା ୫ରୁ ୬ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ। ଏହାକୁ ସଂଗ୍ରହ କରି ଖରାରେ ଶୁଖାଇବା ପରେ ସବୁଜରୁ ସୁନେଲି ରଙ୍ଗ ଧାରଣ କରେ। ପରେ ଆବଶ୍ୟକ ଅନୁଯାୟୀ କାଇଁଚକୁ ରଙ୍ଗ କରାଯାଇ ସାମଗ୍ରୀ ନିର୍ମାଣରେ ବ୍ୟବହାର ହୁଏ। କାରିଗର ମନୋରମା ତ୍ରିପାଠୀ କହିଛନ୍ତି, ଏଥିରେ ରଙ୍ଗ ବେରଙ୍ଗର ଟୋପି ସହିତ ବାସ୍କେଟ, ହାତପଙ୍ଖା, ଖେଳଣା, ପେଡି, ଫୁଲଦାନି ଆଦି ନିର୍ମାଣ ହୁଏ। ଖରାଦିନେ ଏହାର ଟୋପି ପିନ୍ଧିଲେ ଭଲ ଦେଖାଯିବା ସହିତ ମୁଣ୍ଡକୁ ଥଣ୍ଡା ରଖେ। ଏହା ବ୍ୟତୀତ କାଇଁଚରେ ତିଆରି ଅଳଙ୍କାର ଦେଶ ବିଦେଶରେ ଯୁବତୀଙ୍କ ଆକର୍ଷଣ ହୋଇଛି। କାନଫୁଲ, ବେକରେ କାଇଁଚ ମାଳ ଏବେ ଅତ୍ୟାଧୁନିକ ଯୁବତୀଙ୍କ ଫ୍ୟାଶନରେ ସାମିଲ ହୋଇଛି। ପ୍ଲାଷ୍ଟିକ ବଦଳରେ ଏହାର ବହୁଳ ବ୍ୟବହାର ହେଉଛି। ବଟୁଆ, ହ୍ୟାଣ୍ଡବ୍ୟାଗ, ଚାବି ରିଂ, ମୋବାଇଲ ଷ୍ଟାଣ୍ଡ ଆଦି କାଇଁଚ ସାମଗ୍ରୀ ମେଳା ମହୋତ୍ସବ ଅପେକ୍ଷା ଅନ୍‌ଲାଇନରେ ବିକ୍ରି ବୃଦ୍ଧି ହୋଇଛି। ବିଭିନ୍ନ ମେଳାରେ ଦେଶ ବିଦେଶର ଲୋକ ଏହାକୁ କିଣିବା ବେଳେ କେନ୍ଦ୍ରାପଡ଼ା ଜିଲା ଏହି ହସ୍ତକଳା ପାଇଁ ଗର୍ବିତ ବୋଲି ସେ ପ୍ରକାଶ କରିଛନ୍ତି। ହସ୍ତଶିଳ୍ପୀ ରଶ୍ମିତା ବେହେରା କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ଭାବେ କାଇଁଚ ସାମଗ୍ରୀ ବ୍ୟବହାର ହେଉଥିଲା। ତେବେ ୨୦୦୬ ମସିହାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ସାମୂହିକ ଭାବେ ସାମଗ୍ରୀ ଉପତ୍ାଦନ କରାଗଲା। ଏହି ସମୟରେ ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମପ୍ରାପ୍ତ ମହିଳାଙ୍କ ସଂଖ୍ୟା ଏବେ ୨ ହଜାରରୁ ଅଧିକ ହୋଇଛି।
ଏ ସଂକ୍ରାନ୍ତରେ ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ବିଭିନ୍ନ ହସ୍ତଶିଳ୍ପ ପାଇଁ ତାଲିମ ପ୍ରଦାନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ବାରୋ, ଜଜାଙ୍ଗ ବ୍ୟତୀତ ଜିଲାର ସମସ୍ତ ଅଞ୍ଚଳରେ କାଇଁଚ ଶିଳ୍ପ ଆରମ୍ଭ ହୋଇଛି। ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ଥାନୀୟ ବ୍ୟାଙ୍କ ସହ ଅନୁବନ୍ଧିତ କରାଇ ଋଣ ଅର୍ଥ ଯୋଗାଇ ଦିଆଯାଉଛି। ଓରମାସର ଜିଲା ପରିଚାଳକ କୈଳାସ ଚନ୍ଦ୍ର ସେନାପତିଙ୍କୁ ପଚାରିବାରେ ପୂର୍ବରୁ ପଲ୍ଲିଶ୍ରୀ ମେଳା, ବିଭିନ୍ନ ଯାତ୍ରା ମହୋତ୍ସବରେ ଏସ୍‌ଏଚ୍‌ଜି ସଦସ୍ୟା ସାମିଲ ହୋଇ ଉପତ୍ାଦିତ ସାମଗ୍ରୀ ବିକ୍ରି କରୁଥିଲେ। ଏବେ ଜଜାଙ୍ଗଠାରେ କାଇଁଚ କ୍ଲଷ୍ଟର ନିର୍ମାଣ ପରେ ଅନ୍‌ଲାଇନରେ ବିକ୍ରିବୃଦ୍ଧି ହୋଇଛି। ନିକଟରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଏହି ହସ୍ତକଳାର ବିକ୍ରି ବୃଦ୍ଧି ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri