Odisha Elections 2024

ଶ୍ରୀନୀଳମାଧବ ମନ୍ଦିରରେ ଫାଟ

ଖଣ୍ଡପଡ଼ା,୧୧ା୨(ଅଜୟ କୁମାର ମହାରଣା)ଶ୍ରୀଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ କଣ୍ଟିଲୋର ଶ୍ରୀନୀଳମାଧବ ମନ୍ଦିର ସର୍ବଜନ ବିଦିତ। ପୁରୀ ଶ୍ରୀମନ୍ଦିର ପୂଜାନୀତି ସହ ସାମଞ୍ଜସ୍ୟ ରହିଥିବା ଏହି ମନ୍ଦିରର ପୁରାତନ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଶ୍ରୀନୀଳମାଧବଙ୍କ ସହ ବିଭିନ୍ନ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ଫଳରେ ବର୍ଷାଦିନେ ପାଣି ଗଳୁଥିବାବେଳେ ମନ୍ଦିରର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ମନ୍ଦିରର ସୁରକ୍ଷା ପ୍ରତି ଅଣଦେଖା ପ୍ରଦର୍ଶନ କରୁଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଉଛି।
ଓଡ଼ିଶାର ଗଡ଼ଜାତ ରାଜାମାନେ ନୀଳମାଧବ ଜୀଉଙ୍କ ବିଭିନ୍ନ ଯାନିଯାତ୍ରା, ସେବା ପୂଜା ପାଇଁ ଶ୍ରୀଜୀଉଙ୍କ ନାମରେ ବିପୁଳ ଭୂ-ସମ୍ପତି ଖଞ୍ଜା ଓ ନିଷ୍କର ଭାବେ ରଖି ଯାଇଥିଲେ। ଶ୍ରୀଜୀଉଙ୍କ ନାମରେ ଥିବା ଭୂ ସମ୍ପତି ଏବେ ପ୍ରଜା ଦଖଲରେ। ଫଳରେ ଠାକୁରଙ୍କ ପୂଜା ନୀତି ସମ୍ପନ୍ନ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଆର୍ଥତ୍କ ଅନାଟନ ଯୋଗୁ ଦେବୋତ୍ତର ବିଭାଗ ମଧ୍ୟ ନଷ୍ଟ ହୋଇଯାଉଥିବା ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଦେବା ଅସମ୍ଭବ ହୋଇପଡ଼ିଛି। ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ବଜ୍ରପାତ ପ୍ରଭାବରେ ନୀଳମାଧବ ମନ୍ଦିର ଚୂଡା(ଦଧି ନଉତି) ତଥା ନୀଳଚକ୍ର ଦକ୍ଷିଣପାର୍ଶ୍ୱ ଅଁଳା ବେଢ଼ାରେ ଗର୍ତ୍ତ ଓ ଫାଟ ସୃଷ୍ଟି ହୋଇଥିବା ବେଳେ ମନ୍ଦିର ପୂର୍ବ ପାର୍ଶ୍ୱରେ ଥିବା ବଟ ଗଣେଶ ମନ୍ଦିର ସଂଲଗ୍ନ ରୋଷ ବେଢ଼ା କାନ୍ଥରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ମୁଖ୍ୟ ମନ୍ଦିର ଦୁର୍ଗା ମୋହନ ଦକ୍ଷିଣପାର୍ଶ୍ୱ କବାଟଠାରେ ଓ ଗରୁଡ ମୋହନର ଉଭୟ ପ୍ରବେଶ ଦ୍ୱାରରେ ଫାଟ ସୃଷ୍ଟି ହୋଇ ବର୍ଷା ସମୟରେ ପାଣି ଗଳୁଛି। ବିମଳାଙ୍କ ମନ୍ଦିର ଅଗ୍ର ଭାଗରେ ଫାଟ ସୃଷ୍ଟି ହେବା ସହ ଏକାଧିକ ମନ୍ଦିରର ନୀଳଚକ୍ର ଭାଙ୍ଗିଯାଇଛି। ଏହାଛଡ଼ା ମୂଳ ମନ୍ଦିର ସିଂହର ମୁଣ୍ଡଟି ଭାଙ୍ଗି ଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨ ମେ ମାସରେ ଶହେ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର କରାଯାଇ ନୀଳମାଧବ ପୀଠ ବିକାଶ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ବିଭିନ୍ନ ମନ୍ଦିରଗୁଡିକରେ ଧଳା ରଙ୍ଗ କରା ନ ଯାଇ ବିବିଧ ସ୍ଥାୟୀ ରଙ୍ଗ ଦ୍ୱାରା ସୁସଜ୍ଜିତ କରିବା, ମହାପ୍ରଭୁଙ୍କ ଦୟଣାଚୋରି ବଗିଚାରେ ଥିବା ପୁଷ୍କରିଣୀର ପରିସୀମାକୁ ସମ୍ପ୍ରତି ବିକାଶ ପ୍ରକଳ୍ପରେ ଚାଲିଥିବା କାର୍ଯ୍ୟରେ ପରିସୀମାକୁ ସଂକୁଚିତ କରାଯାଉଥିବାରୁ ଭବିଷ୍ୟତରେ ଠାକୁରଙ୍କ ନୀତିରେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏସବୁ କାର୍ଯ୍ୟର ପ୍ରତିକାର ତଥା ସମାଧାନ ଲାଗି ଗତ ୮ ତାରିଖରେ ବିକାଶ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ଓବିସିସି ସଚିବ ଭି. ଭି. ଯାଦବଙ୍କୁ ନୀଳମାଧବ ପୂଜକ ସମାଜର କର୍ମକର୍ତ୍ତାମାନେ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିବା ନୀଳମାଧବ ପୂଜକ ସଭାପତି ସଚ୍ଚିଦାନନ୍ଦ ମିଶ୍ର ଓ ସମ୍ପାଦକ ନୀଳମାଧବ ମିଶ୍ର ସୂଚନା ଦେଇଛନ୍ତି। ଏସବୁ ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତଥା ରାଜ୍ୟ ଓ କେନ୍ଦ୍ର ପ୍ରନତ୍ତତ୍ତ୍ୱ ବିଭାଗ ଦୃଷ୍ଟି ନ ଦେଲେ ଶ୍ରୀଜୀଉଙ୍କ ମନ୍ଦିର ଓ ପୁରାତନ କୀର୍ତ୍ତିରାଜି ଅଚିରେ ଧ୍ୱଂସାଭିମୁଖୀ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଏ ସମ୍ପର୍କରେ ଖଣ୍ଡପଡ଼ା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଧୋବେଇ ନାଏକଙ୍କୁ ପଚାରିବାରେ ସେ ମନ୍ଦିରର କ୍ଷୟକ୍ଷତି ସମ୍ପର୍କରେ ପ୍ରତ୍ନତତ୍ତ୍ୱ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ ବୋଲି ସେ କହିଛନ୍ତି। ଅପରପକ୍ଷରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିର ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ସୂର୍ଯ୍ୟ ନାରାୟଣ ସାହୁଙ୍କ ସୂଚନାନୁସାରେ ମନ୍ଦିରର ବିଭିନ୍ନ କ୍ଷୟକ୍ଷତି ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ସମ୍ପୃକ୍ତ କାର୍ଯ୍ୟଗୁଡ଼ିକର ଆବଶ୍ୟକ ମରାମତି କାମ ମାର୍ଚ୍ଚ ମାସ ପରେ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ...

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri