ଭୋଟର କ୍ରମାଗତ ଭିନ୍ନ ଦଳର ନୂଆ ନେତୃତ୍ୱ ବାଛୁଛନ୍ତି

ପଟ୍ଟାମୁଣ୍ଡାଇ, ୯ା୨ (କଳ୍ପତରୁ ନାୟକ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀର ନେତାମାନେ ତତ୍ପର ହୋଇଉଠିଲେଣି। ଏଭଳିସ୍ଥଳେ ପାନଦୋକନଠାରୁ ଆରମ୍ଭ କରି ବାଟଘାଟରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ସେ ନେଇ ଚର୍ଚ୍ଚା ଚାଲିଛି। ବିଭିନ୍ନ ଦଳରୁ ଆଶାୟୀଙ୍କ ଚଳପ୍ରଚଳ ବଢ଼ିଲାଣି। କଳେବଳେ କୌଶଳେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଗାଁ ମୁହାଁ ହେବାରୁ ନିର୍ବାଚନୀ ବାତାବରଣ ଉଷ୍ମ ହେବାକୁ ଲାଗିଲାଣି। ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଞ୍ଚାୟତ ଓ ପୌରାଞ୍ଚଳର ୨୦ ଓ୍ବାର୍ଡ ଏବଂ ରାଜନଗର ବ୍ଲକର ୨୯ଟି ପଞ୍ଚାୟତକୁ ନେଇ ରାଜନଗର ନିର୍ବାଚନମଣ୍ଡଳୀର ବିଗତ ୩ଟି ନିର୍ବାଚନର ଫଳାଫଳକୁ ଅନୁଶୀଳନ କଲେ ସ୍ପଷ୍ଟ ହୋଇଯାଏ ଭୋଟର କ୍ରମାଗତ ଭାବେ ଭିନ୍ନ ଭିନ୍ନ ଦଳର ନୂଆ ନେତୃତ୍ୱଙ୍କୁ ବାଛିଛନ୍ତି।
୨୦୦୯ ପୂର୍ବରୁ ରାଜନଗର-ମହାକାଳପଡ଼ାରୁ କ୍ରମାଗତ ଭାବେ ୭ଥର ନିର୍ବାଚିତ ହୋଇ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀକାନ୍ତ ମହାନ୍ତି ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିଲେ। ସୀମା ପୁନଃ ନିର୍ଦ୍ଧାରଣ ପରେ ୨୦୦୯ ପ୍ରଥମ ପଟ୍ଟାମୁଣ୍ଡାଇ-ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅଲେଖ ଜେନା କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ମହାନ୍ତିଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ। ସେବେଠୁ ରାଜନଗରରେ ପରିବର୍ତ୍ତନର ଧାରା ଚାଲିଛି। ନଳିନୀଙ୍କ ଅବର୍ତ୍ତମାନରେ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ତାଙ୍କ ପୁତ୍ର ଯୁବନେତା ଅଂଶୁମାନ ମହାନ୍ତି ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ପରାସ୍ତ କରି ନିର୍ବାଚିତ ହେବା ସହ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। କାରଣ ଶେଷ ମୁହୂର୍ତ୍ତରେ ଅଲେଖଙ୍କୁ ବାଦ୍‌ ଦେଇ ବିଜେଡି ଯୁବ ନେତା ଧ୍ରୁବଙ୍କୁ ବାଛିଥିଲା। ହେଲେ ଧ୍ରୁବଙ୍କୁ ପରାଜୟର ସାମ୍‌ନା କରିବାକୁ ପଡ଼ିଥିଲା। ୨୦୧୯ରେ ବିଜେଡିରୁ ଅନେକ ଆଶାୟୀ ପ୍ରାର୍ଥୀ ଥିଲେ ସୁଦ୍ଧା ଦଳ ଧ୍ରୁବଙ୍କୁ ରଣାଗନରେ ଛାଡ଼ିଥିଲା। କଂଗ୍ରେସ ନେତା ଅଂଶୁମାନଙ୍କ ସହ ତାଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଥିଲେ ସୁଦ୍ଧା ବିପୁଳ ଭୋଟରେ ବିଜୟୀ ହୋଇ ବର୍ତ୍ତମାନର ବିଧାୟକ ଅଛନ୍ତି। ଅଲେଖ ଭାଜପାରୁ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ। ମାତ୍ର ୨୦୨୪ ନିର୍ବାଚନରେ ରାଜନଗର ଆସନ ଦଖଲ ପାଇଁ ଶାସକ ବିଜେଡି, ବିରୋଧୀ କଂଗ୍ରେସ ଓ ଭାଜପା ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିବା ସହିତ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେଡି ପକ୍ଷରୁ ବର୍ତ୍ତମାନର ବିଧାୟକ ସାହୁ ପୁନରାୟ ଟିକେଟ ଆଶାରେ ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗିପଡିଛନ୍ତି। ଦଳରେ ତାଙ୍କ ବ୍ୟତୀତ ଏକାଧିକ ଟିକେଟ ଦାବିଦାର ବାହାରିବା ତାଙ୍କ ଅନୁଗତ ଶିବିର ପାଇଁ ଚିନ୍ତାର ବିଷୟ ହୋଇଛି। ଯାହା ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଏକାଧିକ ଆଶାୟୀ ବାହାରିବା ଓ ଦଳୀୟ କନ୍ଦଳ ତେଜିବା ଯୋଗୁ ଧ୍ରୁବଙ୍କୁ ବେଶ୍‌ କସରତ କରିବାକୁ ପଡ଼ିଥିଲା।
ଅନ୍ୟପକ୍ଷରେ ଗତ ୩ଟି ନିର୍ବାଚନକୁ ଲକ୍ଷ୍ୟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବିବାଦୀୟ, ନିର୍ମଳ ଓ ସ୍ବଚ୍ଛ ଭାବମୂର୍ତ୍ତି ପାଇଁ ରାଜ୍ୟ ରାଜନୀତିରେ ୨୦୦୯ରେ ୪୦ ପ୍ରତିଶତ ତାଙ୍କର ନିଜସ୍ବ ଭୋଟ ଥିବାବେଳେ ତାହା ୨୦୧୪କୁ ୩୦ରୁ ୩୫, ୨୦୧୯ରେ ୨୫ ପ୍ରତିଶତ ଭୋଟ ରହିଆସିଥିବା ବେଳେ ୨୦୨୪କୁ ତାହା ୧୫ ପ୍ରତିଶତ ହୋଇଯାଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି। ଯଦି ବିଜେଡି ସୁପ୍ରିମୋ ୨୦୨୪ ନିର୍ବାଚନରେ ରାଜନଗରରୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ ନ କରନ୍ତି ତା’ହେଲେ ବିଜେଡି ପରାଜୟର ସ୍ବାଦ ଚାଖିବ ବୋଲି ସମୀକ୍ଷକମାନେ କହିଲେଣି।
ଅପରପକ୍ଷରେ କଂଗ୍ରେସ ନେତା ଅଂଶୁମାନଙ୍କ ନେତୃତ୍ୱ ପଞ୍ଚାୟତ ନିର୍ବାଚନ ହେଉ ଅବା ପୌର ନିର୍ବାଚନ, ସବୁଠି କଂଗ୍ରେସ ଦଳ ଶାସକ ବିଜେଡିକୁ ଅକଳରେ ପକାଇ ଆସିଛି। ଗତ ଜିଲା ପରିଷଦ ନିର୍ବାଚନରେ କଂଗ୍ରେସ ଗୋଟିଏ ବି ଜୋନ୍‌ ହାତେଇବାକୁ ସମର୍ଥ ହୋଇ ନ ଥିଲେ ମଧ୍ୟ ଭଲ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏଣେ ଅଲେଖ ଜେନା ଭାଜପାରେ ଯୋଗ ଦେବା ପରଠାରୁ ୨ ସମାନ୍ତରାଳ ଗୋଷ୍ଠୀ ସୃଷ୍ଟି ହେବା ଦଳର ଶକ୍ତି ବୃଦ୍ଧି କରିବା ବଦଳରେ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି। ପୁରୁଣା ଭାଜପା ଓ ନୂଆ ଭାଜପା ମଧ୍ୟରେ ଛକାପଞ୍ଝା ଲାଗି ରହିବା ଫଳରେ ଦଳ ପଛକୁ ଟାଣି ହେଉଛି। ୨୦୧୯ ନିର୍ବାଚନରେ ଦଳ ୧୫.୫୩ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲା। ସେତେବେଳେ ୪୫.୯୩ ପ୍ରତିଶତ ଭୋଟ ପାଇ ବିଜେଡି ପ୍ରଥମ ଓ ୩୫.୨୨ ପ୍ରତିଶତ ଭୋଟ ପାଇ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲା। ରାଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସ-ବିଜେଡିର ଦ୍ୱନ୍ଦ୍ୱଯୁଦ୍ଧରେ ଭାଜପା କେତେ ନିର୍ଣ୍ଣାୟକ ଭୂମିକା ନେଇପାରୁଛି ତାହା ଉପରେ ଏବେ ସବୁରି ନଜର ରହିଛି। ତେବେ ଉଭୟ ବିଜେଡି ଓ ଭାଜପାରେ ଦଳୀୟ କନ୍ଦଳ, ଏକାଧିକ ଆଶାୟୀଙ୍କ ଭିଡ଼ ଭଳି କିଛି ସମସ୍ୟା ରହିଛି, ଯେଉଁଥିରୁ ଫାଇଦା ଉଠାଇବାକୁ କଂଗ୍ରେସ ଅପେକ୍ଷା କରିରହିଛି ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri