Odisha Elections 2024

ଟାଟା ପାଓ୍ବାର ଡିସ୍‌କମ୍‌କୁ ଉଚ୍ଚତର ଗ୍ରାହକ ସେବା ରେଟିଂ

ଭୁବନେଶ୍ୱର,୨।୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ପାୱାରକୁ ନିକଟରେ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି ଟାଟା ପାଓ୍ବାର ନେତୃତ୍ୱରେ ପରିଚାଳିତ ତଥା ୯ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଉଥିବା ଓଡ଼ିଶାର ୪ ଡିସ୍‌କମ୍‌ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌), ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ଏବଂ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) କୁ ଉଚ୍ଚତର ଗ୍ରାହକ ସେବା ରେଟିଂ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସଦ୍ୟତମ ଗ୍ରାହକ ସେବା ର଼୍ୟାଙ୍କିଙ୍ଗ୍‌ରେ ଟାଟା ପାଓ୍ବାରକୁ ଉଚ୍ଚତର ରେଟିଂ ପ୍ରଦାନ କରାଯାଇଛି। ଏପରିକି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଡିସ୍‌କମ୍‌ଗୁଡ଼ିକର ଗ୍ରାହକ ସେବା ରେଟିଂ (ସିଏସ୍‌ଆର୍‌ଡି) ରିପୋର୍ଟର ତୃତୀୟ ସଂସ୍କରଣରେ ଡିସ୍‌କମ୍‌ଗୁଡ଼ିକ ଉଚ୍ଚ ରେଟିଂ ହାସଲ କରିଛନ୍ତି। ଉକ୍ତ ରିପୋର୍ଟରେ ସାରା ଦେଶରେ ଗ୍ରାହକ ସେବାର ସାମ୍ପ୍ରତିକ ସ୍ଥିତିକୁ ବିସ୍ତୃତ ଭାବେ ଉପସ୍ଥାପନ କରାଯାଇଛି। ସେହିଭଳି ନୂଆଦିଲ୍ଲୀଠାରେ ବିଦ୍ୟୁତ୍‌ କ୍ଷେତ୍ରର ସମୀକ୍ଷା, ଯୋଜନା ଓ ନିରୀକ୍ଷଣ (ଆର୍‌ପିଏମ୍‌) ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର୍‌.କେ.ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସିଏସ୍‌ଆର୍‌ଡି ରିପୋର୍ଟର ତୃତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ। ସେହିପରି ଓଡ଼ିଶାରେ ଥିବା କମ୍ପାନୀର ୪ଟି ଡିସ୍‌କମ୍‌ରେ ଟାଟା ପାୱାରର ସିଂହଭାଗ ଅଂଶଧନ ରହିଛି। ୨୦୨୧-୨୨ଆର୍ଥିକ ବର୍ଷ ତୁଳନାରେ ଚଳିତ ସଂସ୍କରଣ ସେମାନଙ୍କ ରେଟିଂରେ ଉନ୍ନତି ଘଟିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଟିପିସିଓଡିଏଲ୍‌,ଟିପିଏନ୍‌ଓଡିଏଲ୍‌ ଏବଂ ଟିପିଡବ୍ଲ୍ୟୁଓଡିଏଲ୍‌ର ରେଟିଂ ବି+ କୁ ଉନ୍ନୀତ ହୋଇଥିବାବେଳେ ଟିପିଏସ୍‌ଓଡିଏଲ୍‌ର ରେଟିଂରେ ମଧ୍ୟ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଉନ୍ନତି ହୋଇଛି। ଉକ୍ତ ଡିସ୍‌କମ୍‌ଗୁଡ଼ିକ ପରିଚାଳନା ଭରସାଯୋଗ୍ୟତା ମାନଦଣ୍ଡରେ ‘ଏ’ ରେଟିଂ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ନୋ ଇଣ୍ଡିଆ ସହ ଗୁଗଲ କ୍ଲାଉଡ୍‌ର ସହଭାଗିତା

ଭୁବନେଶ୍ୱର,୨୫।୫ (ଅନୁରାଧା ମହାରଣା): ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ ଏବଂ ଗୁଗଲ କ୍ଲାଉଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ର...

ଫିକି ଫ୍ଲୋ ଭୁବନେଶ୍ବରର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୨୫।୫: ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମହିଳା ଶାଖା ସହ ଅନୁବନ୍ଧିତ ପ୍ରତିଷ୍ଠାନ ଫିକି ଫ୍ଲୋ ଭୁବନେଶ୍ୱର ପକ୍ଷରୁ...

ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଓଡ଼ିଶା ବଜାର

ଭୁବନେଶ୍ୱର,୨୫।୫: କ୍ରମାଗତ ଭାବେ ଘରୋଇ ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ବେଳେ ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ବଜାରର ଅଂଶ ପ୍ରାୟ ୬% ରହିଛି...

ଡିଆଇଏଲ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଡାବର ଇଣ୍ଡିଆ ଲିମିଟେଡ୍‌ (ଡିଆଇଏଲ୍‌)ର ନୂତନ ଉତ୍ପାଦ ‘ଡାବର ଗ୍ଲୁକୋପ୍ଲସ୍‌-ସି ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌’ର ଶୁଭାରମ୍ଭ ସହ...

ବାଲୁକାକଳା ମାଧ୍ୟମରେ ଭୋଟର ସଚେତନତା

ଭୁବନେଶ୍ୱର,୨୫।୫: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ନୂତନ ଅଭିଯାନ ‘ବାଲୁକା କଳା ମାଧ୍ୟମରେ ଭୋଟର ସଚେତନତା’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏସ୍‌ବିଆଇର ଭୁବନେଶ୍ୱର ପ୍ରଧାନ...

ଖିମ୍‌ଜୀ ଜୁଏଲର୍ସର ୧୩ତମ ପୂର୍ତ୍ତି ଉତ୍ସବ

କଟକ,୨୫।୫ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ସର୍ବପୁରାତନ ଗହଣା ବ୍ରାଣ୍ଡ୍‌ ଖିମ୍‌ଜୀ ଜୁଏଲର୍ସର ୧୩ତମ ପୂର୍ତ୍ତି ଉତ୍ସବ କଟକ ଶୋ‘ରୁମ୍‌(ଷ୍ଟୋର) ପରିସରରେ...

ବୈଦ୍ୟୁତିକ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା

ଭୁବନେଶ୍ୱର,୨୫।୫ (ଅନୁରାଧା ମହାରଣା): ଲୋହିତ ସାଗର ସଙ୍କଟ ଯୋଗୁ ବର୍ତ୍ତମାନ ଏହାର ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଶିପିଂ କଣ୍ଟେନରର ଅଭାବ କାରଣରୁ ଚାଇନାରୁ ଆସୁଥିବା...

ଗୁଗୁଲ ପେ’ ୟୁଜର୍ସଙ୍କ ପାଇଁ ଖୁସି ଖବର, ଆକାଉଣ୍ଟରୁ କଟିବନି ଟଙ୍କା ଆଉ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୨୪।୫: ଆପଣ ‘ଗୁଗୁଲ ପେ’ ବ୍ୟବହାର କରନ୍ତି କି? ଯଦିି ଆପଣ ଗୁଗୁଲ ପେ’ ବ୍ୟବହାରକାରୀ, ତେବେ ଆପଣଙ୍କ ପାଇଁ ଖୁସି ଖବର । ଏଣିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri