Odisha Elections 2024

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ବାଟବଣା

କାଏମା,୨ା୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କେତେଜଣ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ପାଇଁ ସେବା ବାଟବଣା ହେଉଛି। ଫଳରେ ରୋଗୀ ଉପଯୁକ୍ତ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥର ଜାରକା ଛକରୁ କିଛି ଦୂରତାରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଅବସ୍ଥିତ। ଅନେକ ସମୟରେ ଦୁର୍ଘଟଣାଜନିତ ରୋଗୀ ଏଠାକୁ ଆସିଥାନ୍ତି। ଅନ୍ୟପକ୍ଷରେ ଏହା ଅଧୀନରେ ରହିଛି ୧୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ତେଣୁ ସବୁ ସମୟରେ ରୋଗୀଙ୍କ ଭିଡ଼ ହେଉଛି। ପ୍ରତ୍ୟେକ ଦିନ ସ୍ଥାନୀୟ ଅଞ୍ଚଳର ରୋଗୀ ଆସୁଥିଲେ ବି ସେମାନେ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ରାତିରେ ଡାକ୍ତରଙ୍କ ଅଭାବ ଦେଖାଦେଉଥିଲା। ବର୍ତ୍ତମାନ ଡାକ୍ତର ଉପସ୍ଥିତ ଥିଲେ ବି କେତେଜଣ ଷ୍ଟାଫ୍‌ ଓ ନର୍ସଙ୍କ ଖାମଖିଆଲି ମନୋଭାବ ପାଇଁ ବହୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକଙ୍କ ଜୀବନ ବି ଚାଲିଯାଉଛି।
ଚିକିତ୍ସା ଅବହେଳାରୁ ନଭେମ୍ବର ୬ରେ ଏଠାରେ ଜନ୍ମର ଚାରିଦିନ ପରେ ଏକ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଶିଶୁ କାନ୍ଦିବାରୁ ତାଙ୍କ ମା’ଡାକ୍ତରଙ୍କୁ ଖୋଜିଥିଲେ। କିନ୍ତୁ ପାଇ ନ ଥିଲେ। ପରେ ନର୍ସଙ୍କୁ ଡାକିଥିଲେ। ହେଲେ କେହି ଶୁଣି ନ ଥିଲେ। ଫଳରେ ସକାଳୁ ନବଜାତ ଶିଶୁ ଆଖିବୁଜି ଦେଇଥିବା ତାଙ୍କ ମା’ଅଭିଯୋଗ କରିଥିଲେ। ସେହିପରି ଜାନୁଆରୀ ୨୩ ରାତି ୧୧ଟାରେ ଉତ୍ତରଶାସନ ଗ୍ରାମର ଜଣେ ମହିଳା ପେଟଯନ୍ତ୍ରଣାରେ ଛଟପଟ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିବା ପାଇଁ ଡାକ୍ତର କହିଥିଲେ। କିନ୍ତୁ ଗାଡ଼ି ସୁବିଧା ନ ଥିବାରୁ ଆମ୍ବୁଲାନ୍ସ ସେବା ପାଇଁ ପରିବାର ଲୋକେ ଯୋଗାଯୋଗ କରିଥିଲେ। ଏହି ସମୟରେ ଡାକ୍ତରଖାନା ପରିସରରେ ୩ ଆମ୍ବୁଲାନ୍ସ ଥିବା ଦେଖି ମହିଳାଙ୍କ ବାପା ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମେଡିକାଲ ନେବାକୁ ନିବେଦନ କରିଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା। ପରେ ରୋଗୀଙ୍କ ପରିବାର ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଡ଼ି ଉପଲବ୍ଧ ନ ଥିବା କୁହାଯାଇଥିଲା। କିଛି ସମୟ ପରେ ପୁନର୍ବାର ଯୋଗାଯୋଗ କରିବାରୁ ରସୁଲପୁର ବ୍ଲକରୁ ଗାଡ଼ି ଆସିବ ବୋଲି କୁହାଯାଇଥିଲା। ରସୁଲପୁର ବ୍ଲକଠାରୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୂରତା ୧୧ କିଲୋମିଟର ହୋଇଥିଲେ ବି ଯୋଗାଯୋଗର ୧ ଘଣ୍ଟା ୧୦ମିନିଟରେ ଆମ୍ବୁଲାନ୍ସ ଆସିଥିଲା। ହେଲେ ବଡ଼ ଅଶ୍ଚର୍ଯ୍ୟର କଥା ଯେଁଉ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମହିଳାଙ୍କ ବାପା ନିବେଦନ କରିଥିଲେ ସେହି ଗାଡ଼ି ଆସି ପହଞ୍ଚି ଥିଲା। ସେ ସମୟରେ ଉପସ୍ଥିତ ଲୋକେ ପଚାରିବାରୁ ଡ୍ରାଇଭର ଜଣଙ୍କ ରାଗି ଯାଇ ଖରାପ ବ୍ୟବହାର କରିଥିଲେ ବୋଲି ମହିଳାଙ୍କ ବାପା କହିଛନ୍ତି।
ସେହିପରି ଅନ୍ୟ ଏକ ଘଟଣା ଜାନୁଆରୀ ୨୮ରେ ଘଟିଥିଲା। କାଏମା ଅଞ୍ଚଳର ଜଣେ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ତାଙ୍କ ପେଟ ସମସ୍ୟା ଜଣାଇଥିଲେ। ସାତ ଦିନ ତାଙ୍କର ଝାଡ଼ା ନ ହେବାରୁ ପେଟ ଫମ୍ପେଇ ଦେଇଥିଲା। ଡାକ୍ତର ଦେଖିବା ପରେ ତାଙ୍କୁ ଏନେମା ଦେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ଏନେମା ସ୍ବାସ୍ଥ୍ୟକେନ୍ଦ୍ରରେ ନ ଥିବାରୁ ତାଙ୍କ ପରିବାର ବାହାରୁ କିଣି ଆଣି ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ସନାତନ ସାହୁଙ୍କୁ ଦେଇଥିଲେ। ହେଲେ ସେ ଏହାକୁ ଦେଇପାରିବେନି, ଅନ୍ୟ କାହାକୁ କୁହ ବୋଲି କହିଥିଲେ। ତେଣୁ ରୋଗୀଙ୍କ ପରିବାର ପକ୍ଷରୁ ସେ କହିଥିବା କର୍ମଚାରୀଙ୍କୁ ଯାଇ ଭେଟିଥିଲେ। ସେ ସମୟରେ ଦୁଇ କର୍ମଚାରୀ ଜଣେ ମହିଳା ଓ ପୁରୁଷଥିଲେ। ସେମାନେ କହିଥିଲେ, ଏହା ତାଙ୍କ କାମ ନୁହେଁ। କେବଳ ଇଞ୍ଜେକ୍ସନ ଦେବା ପାଇଁ ଉଭୟେ ଅଛନ୍ତି ବୋଲି ଉତ୍ତର ଦେଇଥିଲେ। ଏହା ଆଉ ଜଣେ ଦେଇପାରିବ ବୋଲି କହିଥିଲେ। ହେଲେ ସେ ବର୍ତ୍ତମାନ ନାହାନ୍ତି। ସମ୍ପୃକ୍ତ କର୍ମଚାରୀଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ଲାଗି ନ ଥିଲା। ଏତେ ଖୋଜାଖୋଜି ବେଳକୁ ପ୍ରାୟ ଏକ ଘଣ୍ଟା ବିତି ଯାଇଥିଲା। ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି କେହି ଶୁଣି ନ ଥିଲେ। ପରେ ରୋଗୀଙ୍କ ପରିବାର ସହ ପରିଚିତ ଜଣେ କର୍ମଚାରୀ ଆସି ତାଙ୍କ କଥା ବୁଝିବାରୁ ଚିକିତ୍ସା କରାଯାଇଥିଲା।
ଏ ସମ୍ପର୍କରେ ଯାଜପୁର ସିଡିଏମ୍‌ଓ ଶିବାଶିଷ ମହାରଣାଙ୍କୁ ପଚାରିବାରୁ ସେ କିଛି କହିପାରିବେନି, ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କହିପାରିବେ ବୋଲି ମତ ରଖିଥିଲେ। ପ୍ରତିକ୍ରିୟା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମାନସ ରଞ୍ଜନ ସ୍ବାଇଁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କଠାରୁ କିଛି ଉତ୍ତର ମିଳି ପାରିନାହିଁ। ତେଣୁ ଏହି ସମସ୍ୟା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

କାମାକ୍ଷାନଗର,୨୯।୫: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମ ନିକଟରେ ବୁଧବାର ସାରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି।...

UG ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର,୨୯।୫: ୨୦୨୪-୨୫ ଶିକ୍ଷାବର୍ଷରେ ସ୍ନାତକରେ ନାମଲେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ୩ କରିବାକୁ ଚାହୁଁଥିବା ଆଶାୟୀ ଛାତ୍ରୀଛାତ୍ରମାନେ ଜୁନ୍ ୩ ଅପରାହ୍ନ ୪ଟାରୁ...

କାଣିମହୁଲି, ଚିତ୍ରଡ଼ାରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଶକ୍ତି ପ୍ରଦର୍ଶନ

ମୋରଡ଼ା,୨୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଦଳ ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ...

ବିଭିନ୍ନ ଲୋକାଭିମୁଖୀ ଯୋଜନା ନେଇ ବିଜେଡିର ଜୋର୍‌ଦାର ପ୍ରଚାର

ମୋରଡ଼ା,୨୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ବୁଧବାର ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ନିର୍ବାଚନମଣ୍ଡଳୀ ମୋରଡ଼ା ବ୍ଲକ...

ମୋଦି କଲେ ଭବିଷ୍ୟବାଣୀ, ଏହିଦିନ ବିଜେଡିରେ ହେବ କମ୍ପନ

କେନ୍ଦ୍ରାପଡ଼ା, ୨୯।୫: କେନ୍ଦ୍ରାପଡ଼ା ସଭାରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୁଧବାର ବାରିପଦା, ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି ମୋଦି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି।...

ଓଡ଼ିଶା ମାଟିର ଝିଅ କିମ୍ବା ପୁଅ ହେବେ ଭାଜପା ମୁଖ୍ୟମନ୍ତ୍ରୀ, ଖୋଲି କହିଦେଲେ ମୋଦି

କେନ୍ଦ୍ରାପଡ଼ା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶକୁ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ଆଗାମୀ...

ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୯ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ଖରା ହେବା ସହ ଆର୍ଦ୍ରତା ବୃଦ୍ଧି ଯୋଗୁ ଅସହ୍ୟ ଗରମ ଗୁଳୁଗୁଳି ବୃଦ୍ଧି ପାଇଛି।...

ବିକାଶ ନାଁରେ ବିଶ୍ୱାସଘାତ କରିଛି ବିଜେଡି: ମୋଦି

ରେମୁଣା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବାଲେଶ୍ୱର ଜିଲାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri